ପଟ୍ଟାମୁଣ୍ଡାଇ ଯୁବଛାତ୍ର ବିଜେଡି ପକ୍ଷରୁ ମହିଳା ନିର୍ଯ୍ୟାତନା ବିରୋଧରେ ଡିଜିଙ୍କ ଉଦେଶ୍ୟରେ ଦାବିପତ୍ର


  • ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ପଟ୍ଟାମୁଣ୍ଡାଇ ତା ୧୧/୮- ରାଜ୍ୟ ବିଜେଡି ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରୋଧୀଦଳ ନେତା ନବୀନ ପଟନାୟକଙ୍କ ଆହ୍ୱାନରେ ସାରା ରାଜ୍ୟରେ ଦେଖାଦେଇଥିବା ମହିଳା ନିର୍ଯ୍ୟାତନା, ବ୍ୟଭିଚାର, କଲେଜ ଛାତ୍ରୀ ପୋଡି ମାମଲା ବୃଦ୍ଧି ପାଇବା ସର୍ବୋପରି ମହିଳା ଛାତ୍ରୀ ଅସୁରକ୍ଷିତ ଥିବାବେଳେ ସରକାରଙ୍କ ନିଷ୍କ୍ରିୟତା ବିରୋଧରେ ପଟ୍ଟାମୁଣ୍ଡାଇ ଯୁବଛାତ୍ର ବିଜେଡି ରାସ୍ତାକୁ ଓଲ୍ହାଇଛି । ଆଜି ପଟ୍ଟାମୁଣ୍ଡାଇ ନଗର ଯୁବବିଜେଡି ସଭାପତି ଅଶୋକ ଧଳଙ୍କ ନେତୃତ୍ୱରେ ନଗର ଛାତ୍ର ବିଜେଡି ସଭାପତି ଦେବାଶିଷ ନାୟକ, ଯୁବନେତା ବାବନ ସାହୁ, ଏମ ଡି ପପୁ,ଚିତ୍ତରଞ୍ଜନ ସେଠୀ ପୂର୍ବତନ କାଉନସିଲର ମଳୟ ମଲିକ, କଲେଜ କ୍ୟାମ୍ପସ ସଭାପତି ଅନମୋଲ ରାଉତ, ଅଭିରାମ ସ୍ୱାଇଁ ସ୍ମୃତିରଞ୍ଜନ ପାଢ଼ୀ ସୌରଭ ସମ୍ପଦ ନାୟକ, ଦିଲ୍ଲୀପ ସାହୁ, ନୟନ ଗିରି, ବାପି ସାମଲ, ଚନ୍ଦ୍ରଶେଖର ରାଉତ ଅସୀମ ମହାନ୍ତି, ସତ୍ୟପ୍ରକାଶ ରାଉତ, ସାଗର ସାହୁ, କାଁହୁ ସାମଲ, ଶାରଦା ପ୍ରସନ୍ନ ରାଉତ ଓମ ପ୍ରକାଶ ଦାଶ, ସ୍ନେହାଶିଷ ମଲ୍ଲିକ, ସୁବୋଧ ମଲିକ, ମିଟୁ ମଲିକ ପ୍ରମୁଖ ବହୁ ଯୁବଛାତ୍ର ବିଜେଡି ନେତା ଓ କର୍ମୀମାନେ ସ୍ଥାନୀୟ ହରପାର୍ବତୀ ମନ୍ଦିର ଠାରୁ ମହିଳା ସୁରକ୍ଷା କ୍ଷେତ୍ରରେ ସରକାରୀ ବିଫଳତା ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଏକ ବିରାଟ ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସମ୍ମୁଖରେ ପହଂଚି ଥିଲେ । ଶେଷରେ ରାଜ୍ୟ ପୋଲିସ ମହାନିର୍ଦେଶକ{ ଡିଜି)ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ବନ୍ଦନା ପାତ୍ରଙ୍କୁ ପ୍ରଦାନ କରିଥିଲେ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଓ ମହିଳା ନିର୍ଯ୍ୟାତନା ବିରୋଧରେ ପଟ୍ଟାମୁଣ୍ଡାଇ ଯୁବଛାତ୍ର ବିଜେଡି ପକ୍ଷରୁ ସ୍ଥାନୀୟ ମେଡିକାଲ ଛକ ଠାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜୁଶପୁତ୍ତଳିକା ଦାହ କରାଯାଇଥିଲା ।

 


Next Post

ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଗୋମଙ୍ଗଳ ସମିତିରେ ଗୋପୂଜନ

Tue Aug 12 , 2025
କେନ୍ଦ୍ରାପଡ଼ା,୧୧ା୮:ଡେରାବିଶ ବ୍ଲକ ଅନ୍ତର୍ଗତ ନିଳିକଣାସ୍ଥିତ ଗୋମଙ୍ଗଳ ସମିତିରେ ପବିତ୍ର ଗହ୍ମା ପୂର୍ଣ୍ଣିମା (ବଳଭଦ୍ରଙ୍କ ଜନ୍ମ)ଅବସରରେ ବିଧି ଅନୁସାରେ ଗୋପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ଫକୀର ଚରଣ ଖଟୁଆଙ୍କ ଉପସ୍ଥିତିରେ ସମ୍ପାଦକ ସୁଶୀଲ କୁମାର ସାମଲ, ସହସମ୍ପାଦକ ତରୁଣ ରଞ୍ଜନ ପ୍ରଧାନ, ବରିଷ୍ଠ ସଭ୍ୟ ଆଇନଜୀବୀ ବିଧୁ ଭୂଷଣ ମହାପାତ୍ର, ଭାରତୀ ସାହୁ, ଶାରଦା ପ୍ରସାଦ ସିଂହ(ରବିନ୍‌), ଶ୍ରୀନିବାସ ବରାଳ, ପ୍ରଶାନ୍ତ ପ୍ରଧାନ, ରାମନାରାୟଣ ପ୍ରଧାନ, ବିଶ୍ୱମୋହନ ଦାସ, […]

KANIKA