କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ପୂର୍ବତନ ମହିଳା ବିଧାୟିକା ସରସ୍ୱତୀ ଦେବୀଙ୍କର ୧୦୪ତମ ଜୟନ୍ତୀ କେନ୍ଦ୍ରାପଡା ଜିଲ୍ଲା ସରକାରୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ପାଳିତ ହୋଇଯାଇଛି । ସଂଘର ଉପଦେଷ୍ଟା ଅଧ୍ୟାପକ ଅଜୟ ସାମଲ, ଡ. ଉପେନ୍ଦ୍ର ନାଥ ପ୍ରଧାନ, ବୈଷ୍ଣବ ଚରଣ ସ୍ୱାଇଁ, ସୁରେଶ ପଟ୍ଟନାୟକ, ଅକ୍ଷୟ କୁମାର ନାୟକ, ଗୌରାଙ୍ଗ ସାହୁ, ମଧୁସୂଦନ ବାରିକ. ଶ୍ରୀନିବାସ ପରିଡା, ଶ୍ରୀକାନ୍ତ ସାହୁ, ନେତ୍ରାନନ୍ଦ କର, ଅମିୟ ନାୟକ ପ୍ରମୁଖ ଗରାପୁର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ତତ୍କାଳୀନ ସମୟରେ ଗମନାଗମନ ନଥିବା ବିଧାନସଭା କ୍ଷେତ୍ରରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ପାଇଁ ପୁଷ୍କରିଣୀ ଖନନ କରାଇଥିଲେ । ସଂଗଠନର ସମ୍ପାଦକ କରୁଣାକର ଦାସ ସରସ୍ୱତୀ ଦେବୀଙ୍କ ଉଦ୍ଦେଶ୍ୟରେ କବିତା ପାଠ କରିଥିଲେ । ତାଙ୍କର ପୁତ୍ର ଡାକ୍ତର ରମାନାଥ ମହାନ୍ତି ସରସ୍ୱତୀ ଦେବୀଙ୍କର ସ୍ୱାଧିନତା ସଂଗ୍ରାମରେ ତାଙ୍କ ମାଆଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ । ସର୍ବଶେଷରେ ଅଧ୍ୟାପକ ଅଜୟ ସାମଲ ସରସ୍ୱତୀ ଦେବୀ ତ୍ୟାଗ ଓ ସାମାଜିକ କାର୍ଯ୍ୟ ପାଇଁ ବର୍ତ୍ତମାନର ରାଜନଗର ନିର୍ବାଚନ ମଣ୍ଡଳୀରେ ତାଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।
kanikanews.in
Next Post
କେନ୍ଦ୍ରାପଡ଼ା ରାଜସ୍ୱ ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
Mon Jan 8 , 2024
ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦ୍ରପଡ଼ା ଜିଲ୍ଲା ଅମଲା ସଂଘ । ଓଡ଼ିଶା ରାଜସ୍ୱ ଅମଲା ସଂଘର ୨୦୧୭ ମସିହା ଠାରୁ ବହୁ ପ୍ରତୀକ୍ଷିତ ପୃଥକ ପାହ୍ୟା (Separate Cadre)ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୬୯୮ ୬/୧/୨୦୨୪ ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡିଶା ରାଜସ୍ଵ ଅମଲା ସଂଘର ପ୍ରତ୍ୟେକ ସଦସ୍ୟ ସଦସ୍ୟାଙ୍କ ମନରେ […]

You May Like
- 11 months ago
ବିଦ୍ୟାଳୟର ସାତୋଟି ଶ୍ରେଣୀରେ ଜଣେ ଶିକ୍ଷକ
- 12 months ago
ଖୋଲିବ ସମବାୟ ପେଡି