ଅଖିଳ ବିଶ୍ଵ ଗାୟତ୍ରୀ ପରିବାର କେନ୍ଦ୍ରାପଡା ଜିଲ୍ଲା ସମନ୍ଵୟ ସମିତି ପୁନର୍ଗଠନ



ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୂଲ୍ୟରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲା ସମନ୍ଵୟ ସମିତି ପୁନର୍ଗଠନ ହୋଇଯାଇଛି । ଜିଲ୍ଲାର ମଧ୍ୟସ୍ଥଳି ପଟ୍ଟାମୁଣ୍ଡାଇ ସନ୍ନିକଟ କଷଣଅଣ୍ଟା ସ୍ଥିତ ମା’ଗାୟତ୍ରୀଙ୍କ ଶକ୍ତିପୀଠ ଠାରେ ଜିଲ୍ଲା ସମନ୍ଵୟ ସମିତିର ମୁଖ୍ୟ ସଂଯୋଜକ ମହେଶ୍ଵର ରାଉତଙ୍କ ସଂଯୋଜନା ତଥା ହରିଦ୍ଵାର ଶାନ୍ତିକୁଞ୍ଜ ଗୁରୁପୀଠର ପରିବ୍ରାଜକ ଶେଷଦେବ ବଢେଇଜୀ, ପ୍ରଦୀପ୍ ସାହୁ ଜୀ ଏବଂ କଟକ ସବଜୋନ ମୁଖ୍ୟ କୃପାସିନ୍ଧୁ ଷଢଙ୍ଗୀ ଜୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଜିଲ୍ଲା ମୁଖ୍ୟ ସଂଯୋଜକ ଭାବେ ନାରାୟଣ ପଣ୍ଡା, ସହ ସଂଯୋଜକ ଭାବେ ସୁଶାନ୍ତ କୁମାର ଗିରି, ଲିପିକ ଓ କୋଷପ୍ରମୁଖ ଭାବେ ବୈଦ୍ୟନାଥ ଶତପଥୀ, ପ୍ରଶିକ୍ଷଣ ଓ କାର୍ଯ୍ୟକ୍ରମ ପାଇଁ ବାଦଲ ମହାନ୍ତି, ସଙ୍ଗଠନ ଦାୟିତ୍ୱ ଭାବେ ବାପୁଜୀ ଜେନା, ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା କାର୍ଯ୍ୟକ୍ରମ ପାଇଁ ଅରୁଣ କୁମାର ସ୍ଵାଇଁ, ନାରୀ ଜାଗରଣ ଓ ସଙ୍ଗଠନ ପାଇଁ ସବିତା ରାଉତ, ଯୁବା ସଙ୍ଗଠକ ଭାବେ ସଞ୍ଜୟ କୁମାର ଦାଶ, ସତ ସାହିତ୍ୟ ପାଇଁ ଯୁଗ୍ମ ଭାବେ ରବିନ୍ଦ୍ର ଦାସ ଓ ଅଗଣୀ ଚରଣ ନାୟକ, ସଂସ୍କାରବାନ ପିଢି ଗଠନ ଦାୟିତ୍ୱରେ ବିଜୟାରଶ୍ମି ମହାପାତ୍ର ଓ ମିଡିଆ ପ୍ରଚାର ପ୍ରସାର ପାଇଁ ଦୀଲ୍ଲିପ୍ କୁମାର ରାଉତ ପ୍ରମୁଖଙ୍କୁ ନେଇ ସର୍ବ ସମ୍ମତିକ୍ରମେ ପୁନର୍ଗଠନ କରାଯାଇଛି । ଜୋନାଲ କାର୍ଯ୍ୟାଳୟ ପାଇଁ ଅମରେନ୍ଦ୍ର ସାମନ୍ତରାୟ ଓ କଟକ ସବଜୋନ ପାଇଁ ମହେଶ୍ବର ରାଉତଙ୍କୁ ଚୟନ କରାଯାଇଛି । ଜିଲ୍ଲାର ୯ଟି ବ୍ଲକରୁ ଶତାଧିକ ପରିଜନ ଏହି ପୁନର୍ଗଠନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ, ସନ୍ତୋଷ କୁମାର ଗିରୀ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading