
କେନ୍ଦ୍ରାପଡ଼ା,୧୦ା୧: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ୧୮ତମ ମ୍ୟାଚ୍ରେ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ବିଜୟୀ ହୋଇଛି। ସୋମବାର ଦିନ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ଓ ଆଳି କ୍ରିକେଟ୍ ଏବଂ ଷ୍ପୋର୍ସ କାଉନ୍ସିଲ୍ ମଧ୍ୟରେ ସୁପର ଲିଗ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ଟସ୍ ଜିତି ବ୍ୟାଟିିଂ କରି ୪୦ ଓଭରରେ ୭ ୱିକେଟ୍ ବିନିମୟରେ ୨୧୨ ରନ୍ କରିଥିଲା । ଜବାବରେ ଆଳି କ୍ରିକେଟ୍ ଏବଂ ଷ୍ପୋର୍ସ କାଉନ୍ସିଲ୍ ୩୩ ଓଭରରେ ୧୦ ୱିକେଟ୍ ବିନିମୟରେ ୧୫୭ ରନ୍ କରିଥିଲା। ଫଳରେ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ୫୫ରନ୍ରେ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ଇଲେଭେନ ଷ୍ଟାର କ୍ରିକେଟ କ୍ଲବର ରାକେଶ ଦାସ ୮ଓଭର ବୋଲିଂ କରି ୨୮ରନ ଦେଇ ୪ଟି ୱିକେଟ୍ ନେଇଥିବା ବେଳେ ୭ଟି ବଲ୍ରେ ୮ ରନ୍ ବ୍ୟାଟିଂ କରି ମ୍ୟାନ ଅଫ୍ ମ୍ୟାଚ୍ ହୋଇଥିଲେ । ଏହି ଅବସରରେ କ୍ରିକେଟର ଜ୍ୟୋତି ରଞ୍ଜନ ଶତପଥୀ ଅତିଥି ଭାବେ ଯୋଗ ଦେଇ ଖେଳାଳୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ବିଶ୍ୱଜିତ ଅଧିକାରୀ ଓ ଲଲିତେଣ୍ଡୁ ପଣ୍ଡା ଅମ୍ପାୟର ଭାବେ ମ୍ୟାଚ୍ ପରିଚାଳନା କରିଥିଲେ । ଚିରଞ୍ଜୀବୀ ବଳ ଓ ଏସ୍କେ ମିନାଜୁଦ୍ଦିନ୍ ସ୍କୋରର ଭାବେ ପରିଚାଳନା କରିଥିଲେ । ବରଦା କାନ୍ତ ବରାଳ ଏହି ଖେଳର ବିବରଣୀ ପ୍ରକାଶ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତିଙ୍କ ତତ୍ୱାବଧାନରେ ଆକବର ଅଲ୍ଲୀ ଖାନ, କାର୍ତ୍ତିକ ସାହୁ, ଦିପକ କୁମାର ବାରିକ, ସମିର ମହାପାତ୍ର ଏହି ଖେଳକୁ ପରିଚାଳନା କରିଥିଲେ ।











