କେନ୍ଦ୍ରାପଡାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା


କେନ୍ଦ୍ରାପଡ଼ା, ୯ା୧: ଦକ୍ଷତା ବିକାଶ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆଜି କେନ୍ଦ୍ରାପଡା ସ୍ୱୟଂଶାସିତ ମହବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାକୁ ଆନୁଷ୍ଠାନିକ ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ଉଦ୍‌ଘାଟନ କରିଥିଲେ । ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା ପ୍ରାରମ୍ଭରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ।

ଏହି ମେଳାରେ ୪୦ଟି ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଯଥା ଏପିକୋ, ସାହାନା, ଆପେସ୍ କନ୍ସଲ୍‌ଟାନ୍‌ସି, ଅରବିନ୍ଦ୍‌, ମଦରସନ୍ ମୁସି ଲିମିଟେସ୍‌, ଜିକେ ଆସୋସିଏଟ୍‌ସ୍‌, ଲାଇଫ୍ ଲାଇଟ୍ ସଲ୍ୟୁସନ୍‌, ଓଏସ୍‌ଏଲ୍‌ଭି, ବାଙ୍ଗାଲୋରର ହାଇଜିଆ, ସାହି ଏକ୍ସପୋର୍ଟ, ଭେଦମାତା, ଆଇଆଇଏଲ୍‌ଏଫ୍‌, ମେଡ୍‌ପ୍ଲସ୍‌, ଆଇସିଆଇସିଆଇ, ପେଇକି, ଅସ୍ମିତା ହଲିଡେ, ଏଚ୍‌ସିଏଲ୍‌, କେଆର୍ ସିକ୍ୟୁରିଟି ଭଳି ୪୦ଟି ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଅଂଶଗ୍ରହଣ କରିଥିଲେ । ଏହି ମେଳାରେ ୯୨୯ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଯୋଗ ଦେଇଥିବାବେଳେ ସେଥିମଧ୍ୟରୁ ୫୭୬ଜଣଙ୍କୁ ୪୦ଟି ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ନିଯୁକ୍ତି ପ୍ରଦାନ କରିବାକୁ ଚୟନ କରିଥିଲେ । ଡିଏସ୍‌ଏସ୍ ଓ ପ୍ରଭାସ ଦାସ, ଡିଡବ୍ଲ୍ୟୁଓ ଗୁରୁଚରଣ ମଲ୍ଲିକ. ଡିଆଇପିଆର୍‌ଓ ଆଲୋକ ମହାନ୍ତି, ଡିଆଇଓ, ଏନ୍‌ଆଇସିର ଡେପୁଟୀ ସିଇଓ ଯୋଗଦେଇ ବକ୍ତବ୍ୟ ପଦାନ କରିଥିଲେ ଏବଂ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ ବିଭିନ୍ନ ନିଯୁକ୍ତି ପ୍ରଦାନକାରୀ ସଂସ୍ଥର ଷ୍ଟଲ୍ ବୁଲି ସମସ୍ତ ତଥ୍ୟ ଗ୍ରହଣ କରିବା ସହିତ ଚାକିରୀ ଆଶାୟୀ ଯୁବକ ଯୁବତୀଙ୍କୁ ଉତ୍ସାହ ପ୍ରଦାନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading