ବୀର ସହୀଦମାନଙ୍କୁ ଜିଲ୍ଲା ପ୍ରଶାସନର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି


କେନ୍ଦ୍ରାପଡ଼ା,୩୦ା୧ : ସହୀଦ ଦିବସ ଅବସରରେ ବୀର ଅମର ସହୀଦମାନଙ୍କ ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଦିବା ୧୧ ଘଟିକା ସମୟରେ ୨ ମିନିଟ୍ ପାଇଁ ଏକ ନୀରବ ପ୍ରାର୍ଥନା କରାଯାଇଛି । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଏହି ନୀରବ ପ୍ରାର୍ଥନାରେ ଯୋଗ ଦେଇ ଦିବଂଗତ ସହୀଦମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସେହିପରି ସକାଳ ୮ଟା ୩୦ ମିନିଟ୍ ସମୟରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଗରାପୁର ଡାକବଙ୍ଗଳା ନିକଟ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ମହାପାତ୍ର ପୁଷ୍ପହାର ଦେଇ ଶ୍ରଦ୍ଧା ନିବେଦନ କରିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲି ଓ ଉପସଭାପତି ଫକୀର ମୋହନ ଦାସ ଗାନ୍ଧୀଜୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ପ୍ରଫେସର ନନ୍ଦ କିଶୋର ପରିଡ଼ା, ଶିକ୍ଷାବିତ ଅଜୟ ସାମଲ, ଡ.ବାସୁଦେବ ଦାସ, ପଦ୍ମନାଭ ଦାସ, ତୁଷାର ଘୋଷ, କୁଳମଣି ରାଉତ, ବାଉରୀବନ୍ଧୁ ଦାସ, ପଂଚାନନ ଦାସ, ଅମୂଲ୍ୟ ନନ୍ଦ ସାହୁ, କୁଞ୍ଜ ବିହାରୀ ପରିଡ଼ା, ଗୟାଧର ଧଳ, ଆଦିକନ୍ଦ ରାଉଳ, ରମଣୀ ରଞ୍ଜନ ରାଉତରାୟ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।


Next Post

ବରିଷ୍ଠ ସ୍ତମ୍ବକାର ସାମ୍ବାଦିକ ଅରୁଣ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

Tue Jan 30 , 2024
କେନ୍ଦ୍ରାପଡ଼ା,୩୦ା୧ : ବରିଷ୍ଠ ସ୍ତମ୍ବକାର, ସାମ୍ବାଦିକ, ଦୈନିକ ସମାଜର ପ୍ରାକ୍ତନ ବରିଷ୍ଠ ସହ ସମ୍ପାଦକ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଅଭିଭକ୍ତ କଟକ ଜିଲ୍ଲାର ପୂର୍ବତନ ପ୍ରଚାରକ ଓ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସାଧାରଣ ସମ୍ପାଦକ ସ୍ୱର୍ଗତ ଅରୁଣ ପଣ୍ଡାଙ୍କ ବିୟୋଗରେ ସାନ୍ତସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସତ୍ୟନାରାୟଣ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ […]