
ଆଳି ରାଜା ସାହେବ ପୂର୍ବତନମନ୍ତ୍ରୀ ସ୍ୱର୍ଗତ ଶରତ କୁମାର ଦେବଙ୍କ ଧର୍ମପତ୍ନୀ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମାତା ପୂର୍ବତନ ସାଂସଦ ଓ ବିଧାୟିକା ରାଜମାତା ସୁଶ୍ରୀ ଦେବୀଙ୍କ ମର ଶରୀର କଟକରୁ ଶୋଭାଯାତ୍ରାରେ ବାହାରି ଆଳି ଅଭିମୁଖେ ଯାଉଥିବାବେଳେ ପଟ୍ଟାମୁଣ୍ଡାଇ ବାଇପାସ ବିଜୁ ପଟ୍ଟନାୟକ ଛକ ଠାରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌରଅଧ୍ୟକ୍ଷ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ ପୁର୍ବତନ ବ୍ଲକ ଅଧ୍ୟକ୍ଷ ନିଶିକାନ୍ତ ପ୍ରଧାନ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ଖଗେଶ୍ୱର ଲେଙ୍କା, କାଉନସିଲର ଗୋପୀବଲ୍ଲଭ ନାୟକ ପ୍ରମୁଖ ଶବଓଧାରରେ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଯୁବନେତା ପରେଶ ସାହୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସୁଶ୍ରୀ ଦେବୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପଟ୍ଟାମୁଣ୍ଡାଇ ଅଂଚଳ ସହିତ ତାଙ୍କର ଭାବଗତ ସମ୍ପର୍କ ଥିବାରୁ ବହୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମଧ୍ୟ ସୁଶ୍ରୀ ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଏହା ପରେ ତାଙ୍କ ଶବ ଶୋଭାଯାତ୍ରା ଆଳି ଅଭିମୁଖେ ଯାଇଥିଲା ।











