ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଗୋମଙ୍ଗଳ ସମିତିରେ ଗୋପୂଜନ



କେନ୍ଦ୍ରାପଡ଼ା,୧୧ା୮:ଡେରାବିଶ ବ୍ଲକ ଅନ୍ତର୍ଗତ ନିଳିକଣାସ୍ଥିତ ଗୋମଙ୍ଗଳ ସମିତିରେ ପବିତ୍ର ଗହ୍ମା ପୂର୍ଣ୍ଣିମା (ବଳଭଦ୍ରଙ୍କ ଜନ୍ମ)ଅବସରରେ ବିଧି ଅନୁସାରେ ଗୋପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ଫକୀର ଚରଣ ଖଟୁଆଙ୍କ ଉପସ୍ଥିତିରେ ସମ୍ପାଦକ ସୁଶୀଲ କୁମାର ସାମଲ, ସହସମ୍ପାଦକ ତରୁଣ ରଞ୍ଜନ ପ୍ରଧାନ, ବରିଷ୍ଠ ସଭ୍ୟ ଆଇନଜୀବୀ ବିଧୁ ଭୂଷଣ ମହାପାତ୍ର, ଭାରତୀ ସାହୁ, ଶାରଦା ପ୍ରସାଦ ସିଂହ(ରବିନ୍‌), ଶ୍ରୀନିବାସ ବରାଳ, ପ୍ରଶାନ୍ତ ପ୍ରଧାନ, ରାମନାରାୟଣ ପ୍ରଧାନ, ବିଶ୍ୱମୋହନ ଦାସ, ତତ୍‌୍ୱାବଧାରକ ଶ୍ରୀକାନ୍ତ ଗାଗରାଇ ପ୍ରମୂଖ ଗୋରୁ ଗାଈ ମାନଙ୍କୁ ଫୁଲ ଚନ୍ଦନ ଗୋପୂଜା କରିବା ସହ ରାକ୍ଷୀ ବାନ୍ଧିଥିଲେ। ଏହାପରେ ଫଳ ଓ ପିଠା ପ୍ରଭୃତି ଖାଦ୍ୟ ଦିଆଯାଇଥିଲା। ଶେଷରେ ଉପସ୍ଥିତ ସଭ୍ୟ ଓ ଭଦ୍ରବ୍ୟକ୍ତିଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।


Next Post

ଭୋଟର ତାଲିକାରେ ଯୋଗ୍ୟ ନାଗରିକଙ୍କୁ ବାଦ କରିବା ବନ୍ଦ କର ଏବଂ ମାନଦଣ୍ଡ ସରଳ କର- ସିପିଆଇ(ଏମ)

Tue Aug 12 , 2025
କେନ୍ଦ୍ରାପଡ଼ା,୧୧ା୮ :ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) କେନ୍ଦ୍ରାପଡା ଜିଲ୍ଲା କମିଟିର ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ କମିଶନଙ୍କ ଉଦେଶ୍ୟରେ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କୁ ଭେଟି ନିର୍ବାଚନୀ ତାଲିକା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଭୋଟର ତାଲିକାର “ସ୍ୱତନ୍ତ୍ର ଗଭୀର ପୁନଃ ନିରୀକ୍ଷଣ” ପ୍ରକ୍ରିୟା ସମ୍ପର୍କରେ ସି ପି ଆଇ (ଏମ୍‌) ଚିନ୍ତା ପ୍ରକାଶ କରି ବିଭିନ୍ନ ଦାବି ଉଠାଇଛି। ସି ପି ଆଇ (ଏମ୍‌) […]

KANIKA