ବ୍ରାହ୍ମଣୀ ଉଚ୍ଚ ମାଧ୍ୟମିକ ସ୍କୁଲରେ ରେ ବାଳିକା ଆତ୍ମ ସୁରକ୍ଷା କର୍ମଶାଳା



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦାଣ୍ଡିସାହି ବ୍ରାହ୍ମଣୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମସୁରକ୍ଷା କର୍ମଶାଳା ଉଦଘାଟିତ ହୋଇଯାଇଛି । ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ ସୁବାଷ ଚନ୍ଦ୍ର ଜେନା ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ର ସମାଜସେବୀ ବରିଷ୍ଠ ସାମ୍ବାଦିକ ଚିତରଞନ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବାଳିକାମାନଙ୍କୁ ନିଜର ଆତ୍ମ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । କୌଣସି ବ୍ୟକ୍ତି ବା ପୁଅ ସାଙ୍ଗଙ୍କ ଠାରୁ ଚକଲେଟ କିମ୍ବା କୌଣସି ଉପହାର ଗ୍ରହଣ ନ କରିବା, ବିଦ୍ୟାଳୟକୁ ଯାଉଥିବା ସମୟରେ କୌଣସି ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ୱ ବା ନିବିଡ଼ତା ସୃଷ୍ଟି ନ କରିବା , କୌଣସି ଯୁବକ ବିଦ୍ୟାଳୟ ପରିସର ବା ବାହାରେ ଅସୌଜନ୍ୟତା ବ୍ୟବହାର କରିଲେ ସଙ୍ଗେସଙ୍ଗେ ନିଜର ପିତାମାତା ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଇବା ଇତ୍ୟାଦି ବିଷୟରେ ଗୁରୁତ୍ୱାରୋପ କରିବା ସହିତ ବିଶେଷ କରି ବାଳିକା ମାନଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ସଂଯୋଜିକା ଅଧ୍ୟାପିକା ମମତାମୟୀ ପଟ୍ଟନାୟକ ଓ ସହ ସଂଯୋଜିକା ସୋନାଲି ଚୌଧୁରୀଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଆୟୋଜିତ କର୍ମଶାଳାରେ ଅଧ୍ୟାପକ ନିରଞ୍ଜନ ବାରିକ, ସଭ୍ୟାରାଣୀ ସେଠି,ବିଜୟାଲକ୍ଷ୍ମୀ ରାଉତ, ରୁବି ବେହେରା, ଶ୍ରାବଣୀ ମଲ୍ଲିକ ଟ୍ରେନର ଭାବେ ଏହି ଶିବିରରେ ଯୋଗ ଦେଇଥିଲେ । ୧୫୧ଜଣ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା କୌଶଳ ଉପରେ ତାଲିମ ପ୍ରଦାନ କରୁଛନ୍ତି ।


Next Post

ପଟ୍ଟାମୁଣ୍ଡା ଅଞ୍ଚଳରେ କାଉ ମଡକ

Fri Jan 12 , 2024
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ଗାଁରେ ବିଭିନ୍ନ ସ୍ଥାନରେ କାଉ ମରି ପଡିଥିବାର ଦେଖି ସ୍ଥାନୀୟ ଲୋକମାନଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗାଁର ବିଭିନ୍ନ ସ୍ଥାନରେ କାଉ ମରିପଡିଥିବା ବେଳେ ଅନେକ କାଉ ଅର୍ଦ୍ଧମୃତ ଭାବେ ଇତସ୍ତତଃ ହୋଇ ବୁଲୁଥିବାର ଦେଖିବାକୁ ମିଳିଛନ୍ତି । କାଉ ମାନଙ୍କର ଏପରି ଆକଶ୍ମିକ ମୃତ୍ୟୁକୁ ଦେଖି ଗ୍ରାମବାସୀ ମାନଙ୍କ ମନରେ ନାନା ଆଶଙ୍କା ଦେଖା ଦେଇଛି । […]

KANIKA