ଏମ ଏନ ହାଇସ୍କୁଲରେ ପ୍ରଧାନଶିକ୍ଷକ ସମ୍ମିଳନୀ



କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲରେ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ ବିଭିନ୍ନ ହାଇସ୍କୁଲର ପ୍ରଧାନଶିକ୍ଷକମାନେ ଯୋଗ ଦେଇ ଶିକ୍ଷା ଓ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ସହ ବିଭିନ୍ନ ହାଇସ୍କୁଲ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଇ ଅବସରରେ କଷଣ ଅଣ୍ଟା ହାଇସ୍କୁଲର ପ୍ରାକ୍ତନ ନୋଡାଲ ପ୍ରଧାନଶିକ୍ଷକ କବି ସଚିତ୍ର ବେହୁରାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଏମ ଏନ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗଗନ ବିହାରୀ ସୂତାର ଧନ୍ୟବାଦ ଦେଇଥିଲେ ।ଏହି ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ହାଇସ୍କୁଲର ପ୍ରଧାନଶିକ୍ଷକ /ପ୍ରଧାନଶିକ୍ଷୟତ୍ରୀ ଯୋଗ ଦେଇଥିଲେ ।


Next Post

ଅବସର କର୍ମଚାରୀ ପରିଷଦ ବନ୍ଧୁମିଳନ ଓ ଆଲୋଚନା ସଭା

Fri Jan 12 , 2024
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ଅବସର କର୍ମଚାରୀ ପରିଷଦ ପକ୍ଷରୁ ନବବର୍ଷ ଉପଲକ୍ଷେ ଏକ ବନ୍ଧୁମିଳନ ଓ ଆଲୋଚନା ସଭା ଝାଡ଼ବଣ ଠାରେ ଅନୁଷ୍ଠିତ ହୋଇଯାଇଛି ।  ପରିଷଦ ସମ୍ପାଦକ ରାଜକୁମାର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପ୍ରେମାନନ୍ଦ ସୂତାର, କାର୍ତିକ ରାଉତ, ନିମାଇ ମଲ୍ଲିକ,ରଂଜିତ ରାଉତ,ଧରଣୀଧର ନାଥଶର୍ମା ଭଗବାନ ରାଉତ,ନୃସିଂହ ରାଉତ, ବିଚିତ୍ରାନନ୍ଦ ସାମଲ,ଧରଣୀଧର ବିଶ୍ୱାଳ,ରମେଶ ଦାସ,ନିରାକାର ସୂତାର, ପତିତପାବନ ଦାସ, କାର୍ତିକ ମଲ୍ଲିକ, ବିଜୟ […]

KANIKA