
କେନ୍ଦ୍ରାପଡା ୩୦/୧୧: ରାଷ୍ଟ୍ରବାଦୀ ସାମାଜିକ ସଂଗଠନ “ଜୟ ରାଷ୍ଟ୍ର ଚାରିଟେବଲ୍ ଟ୍ରଷ୍ଟ’ ପକ୍ଷରୁ ଆସନ୍ତା ଡିସେମ୍ବର ୨୧ ତାରିଖରେ କେନ୍ଦ୍ରାପଡ଼ାରେ ଚତୁର୍ଥ ରାଷ୍ଟ୍ରବାଦୀ କବିତା ମହୋତ୍ସବ ଅନୁଷ୍ଠିତ ହେବ । ଏ ଉପଲକ୍ଷେ ରବିବାର ଦିନ ସ୍ଥାନୀୟ ଗୋପ ରାମ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ହେବାକୁ ଥିବା କବିତା ମହୋତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ କବିମାନେ ଯୋଗଦେଇ ଦେଶାତ୍ମବୋଧକ କବିତା ପାଠ କରିବେ । ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶାର ଜଣେ ବିଶିଷ୍ଟ କବିଙ୍କୁ ‘ଜୟ ରାଷ୍ଟ୍ର କବିତା ସମ୍ମାନ’ ପ୍ରଦାନ କରାଯିବ । ‘ଜୟ ରାଷ୍ଟ୍ର ସଂଗଠନ’ ର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପଙ୍କଜ ସିହ୍ନା, ବାବା ଗୁରୁକୃଷ୍ଣ ଦାସ, ବିଦୁଲତା ପତି, ରବିନାରାୟଣ ପତି, ରଶ୍ମିରଞ୍ଜନ ସ୍ୱାଇଁ, ନିରଞ୍ଜନ ମହାରଣା, ଜ୍ଞାନ ରଞ୍ଜନ ଦାସ, ସୁଶାନ୍ତ ନାୟକ, ଜ୍ୟୋତି ରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଅନୁଷ୍ଠାନ ପକ୍ଷରୁ କବିତା ମହୋତ୍ସବ ପାଇଁ ପ୍ରଭୁ ଶ୍ରୀରାମଙ୍କ ଆଜ୍ଞାମାଳ ଗ୍ରହଣ କରାଗଲା ।










