କେନ୍ଦ୍ରାପଡା ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗର ଆଲୋଚନାଚକ୍ର



କେନ୍ଦ୍ରାପଡ଼ା ୧୩ା୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ “କର୍ତ୍ତବ୍ୟ ଓ ସାଧୁତା” ଉପରେ ଏକଦିବସୀୟ ଆଲୋଚନାଚକ୍ର ବିଭାଗୀୟ ସେମିନାର ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଦର୍ଶନଶାସ୍ତ୍ର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ସତ୍ୟରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପୁହାଣ ମୁଖ୍ୟଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବେ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗର ମୁଖ୍ୟ ଆସୋସିଏଟ ପ୍ରଫେସର ଡ. ସରୋଜକାନ୍ତ କର ଯୋଗଦେଇ ଜଣେ ଛାତ୍ରର କର୍ତ୍ତବ୍ୟ ଓ ଦାୟୀତ୍ୱ କ’ଣ ରହିବା ଉଚିତ, ଦାୟୀତ୍ୱ, କର୍ତ୍ତବ୍ୟ ଏବଂ ସାଧୁତା ମଧ୍ୟରେ କି ପ୍ରକାର ସମ୍ପର୍କ ରହିବା ଉଚିତ, କର୍ତ୍ତବ୍ୟ ଓ ସାଧୁତା ପରଷ୍ପର ପରିପୁରକ, ଛାତ୍ର ଜୀବନର ମୈାଳିକ କର୍ତ୍ତବ୍ୟ କ’ଣ ହେବା ଆବଶ୍ୟକ, ଜଣେ ଛାତ୍ରର କି କି ଗୁଣ ରହିବା ଉଚିତ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଶୀମଦ୍ ଭାଗବତ ଗୀତା ଅନୁଯାୟୀ ଆମର ଧର୍ମ ଏବଂ ସଦଗୁଣ କ’ଣ ହେବା ଆବଶ୍ୟକ ସେ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ । ଏହାପରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ ଡ. କର । ଶେଷରେ ଦର୍ଶନଶାସ୍ତ୍ର ବିଭାଗର ଅଧ୍ୟାପକ ଅଚ୍ୟୁତାନନ୍ଦ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading