କେନ୍ଦ୍ରାପଡ଼ା ୧୨ା୧: କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ପୁରାତନ ବିଦ୍ୟାଳୟ ବଳଦେବ ଉଚ୍ଚ ବିଦ୍ୟାଳୟରେ ୟୁଥ୍ ଆଣ୍ଡ ଇକୋ କ୍ଲବ୍ ସୌଜନ୍ୟରେ ପବିତ୍ର ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ତ୍ରିପାଠୀ ସଭାପତିତ୍ୱ କରି ଜାତୀୟ ଯୁବ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ମୁଖ୍ୟ ଅତିଥି ଭାବେ ଆଲୁମୁନି ଅଦୈତ ପ୍ରସାଦ ଦାସ ଓ ମୁଖ୍ୟବକ୍ତା ଭାବରେ ବ୍ରଜସୁନ୍ଦର ଦାସ ଯୋଗଦେଇ ବିବେକାନନ୍ଦଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ କନିଷ୍ଠ ଓ ବରିଷ୍ଠ ବିଭାଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରାଙ୍କନ, ତର୍କ, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗୀତାର କୃତୀ ପ୍ରତିଯୋଗିମାନଙ୍କୁ ଅତିଥି ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜଶ୍ରୀ ଆଚାର୍ଯ୍ୟ, ଝରଣା ମହାପାତ୍ର, ସନ୍ତୋଷୀ ରାଉତ, ପ୍ରଜ୍ଞାସ୍ମିତା ନାୟକ, ମୀନତି ଦାସ, ବିଶ୍ୱଜିତା ସେନାପତି, ଗୀତାଞ୍ଜଳି ବେହେରା, କଳ୍ପନା ଲେଙ୍କା ଓ କ୍ଷୀରୋଦ ପରିଡା ପ୍ରମୁଖ ଶିକ୍ଷକ/ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ବରିଷ୍ଠ ଶିକ୍ଷକ ତପନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାକ୍ତନ ଛାତ୍ର ଦେବଦାସ ମହାନ୍ତି ଓ ରାଜକିଶୋର ତ୍ରିପାଠୀଙ୍କ ବିୟୋଗରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
kanikanews.in
Next Post
ଭକ୍ତିର ମହକରେ ମହକିତ ପଟ୍ଟାମୁଣ୍ଡାଇର ପୌରାଞ୍ଚଳ, ବିଭିନ୍ନ ୱାର୍ଡରେ ଅର୍ପଣ ରଥର ପରିକ୍ରମା
Sun Jan 14 , 2024
ଭକ୍ତିର ମହକରେ ମହକିତ ହୋଇଛି କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ପଟ୍ଟାମୁଣ୍ଡାଇର ପୌରାଞ୍ଚଳ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ପଟ୍ଟାମୁଣ୍ଡାଇ ଅଞ୍ଚଳ ସମର୍ପି ଦେଉଛନ୍ତି ଅକ୍ଷତ (ଅରୁଆ ଚାଉଳ) ଓ ଗୁଆ । ଶ୍ରଦ୍ଧାର ସହ ‘ଅର୍ପଣ ରଥ’କୁ ସ୍ୱାଗତ କରିବା ପାଇଁ ଗାଁ ଦାଣ୍ଡକୁ ମୁରୁଜ ଓ ଚିତା ପକାଇ ସଜାଇ ରଖିଛନ୍ତି । ହରିବୋଲ, ହୁଳହୁଳି ସାଙ୍ଗକୁ ସଂକୀର୍ତନ, ଘଂଟଘଂଟା, ଶଙ୍ଖ ଧ୍ୱନି, […]

You May Like
- 2 years ago
ବନମହୋତ୍ସବ ଅବସରରେ ଶ୍ରେଷ୍ଠ ଚିତ୍ରକର ପ୍ରତିଯୋଗିତା
- 2 years ago
କୋଲକାତାରୁ ପାରାଦୀପ ଆସୁଥିବା ବସ୍ ଜଳିଗଲା
- 7 months ago
ଓଡ଼ିଶାର ନୂଆ ରାଜ୍ୟପାଳ ଡା. ହରିବାବୁ କମ୍ଭମ୍ପତି
- 12 months ago
ଆକ୍ସନ ମୋଡ଼ରେ ପଟ୍ଟାମୁଣ୍ଡାଇ ପୋଲିସ, ୩୦ ୱାରେଂଟି କୋର୍ଟ ଚାଲାଣ