ପଟ୍ଟାମୁଣ୍ଡାଇ କଲେଜରେ ରାଜନୀତିବିଜ୍ଞାନ ରାଜ୍ୟସ୍ତରୀୟ ଆଲୋଚନାଚକ୍ର



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଓ ରାଜନଗର ଶ୍ରୀଜଗନ୍ନାଥ କଲେଜ ରାଜନୀତି ବିଜ୍ଞାନ ବିଭାଗ ମିଳିତ ସହଭାଗିତାରେ ଡେଭେଲଭମେଂଟ, ଡେମୋକ୍ରେସୀ ଆଣ୍ଡ ପଲିଟିକ୍ସ ଇନ ଇଣ୍ଡିଆ-ରିସେଣ୍ଡ ଟ୍ରେଣ୍ଡ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ପଟ୍ଟାମୁଣ୍ଡାଇ କଲେଜରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ କେନ୍ଦ୍ରାପଡ଼ା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା,ଉତ୍କଳ ବିଶ୍ୱବିଦ୍ୟାଳୟର ଲୋକପ୍ରଶାସନ ବିଭାଗ ପ୍ରାକ୍ତନ ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରଫେସର ଜ୍ଞାନ ରଂଜନ ସ୍ୱାଇଁ ଓ ସହକାରୀ ପ୍ରଫେସର ମିସ ସିଂ ଶୁଭଲଷ୍ମୀ ବାଇଧର ପ୍ରମୁଖ ଯୋଗ ଦେଇ ଗଣତନ୍ତ୍ରର ମାନବ ସମାଜ ଉପରେ ପ୍ରଭାବ, ଗଣତନ୍ତ୍ର ବିକାଶ ପାଇଁ ମହିଳା ମାନଙ୍କ ଭୂମିକା, ସରକାରଙ୍କ ନୀତି, ରାଷ୍ଟ୍ର ଓ ବ୍ୟକ୍ତିମାନଙ୍କ ବିକାଶ ନିମନ୍ତେ ସମାନ ସୁବିଧା ସୁଯୋଗ ଓ ଦକ୍ଷତା ବୃଦ୍ଧି ପଦ୍ଧତି ଉପରେ ଆଲୋଚନା କରିଥିଲେ । ଅଧ୍ୟାପିକା ଶୁଭଶ୍ରୀ ପୋଥାଳଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସର୍ବେଶ୍ୱର ସାହୁ ସନ୍ଧର୍ଭ ପାଠ କରିଥିଲେ । ଅଧ୍ୟାପିକା ନିବେଦିତା ପ୍ରଧାନ ଅତିଥିପରିଚୟ ଓ ଅଧ୍ୟାପିକା ସୀମାଙ୍ଗିନୀ ଦାସ ଧନ୍ୟବାଦ ଦେଇଥିଲେ । ରାଜନଗର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଅଧ୍ୟାପକ ପ୍ରତାପ ସ୍ୱାଇଁ ସମେତ ବିଭିନ୍ନ କଲେଜର ଅଧ୍ୟାପକ ଅଧ୍ୟାପିକାମାନେ ପ୍ରବନ୍ଧ ପାଠ କରିଥିଲେ । ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ, ଡ଼ ଫକୀର ପ୍ରଧାନ, ରଂଜିତ ସେନାପତି, କ୍ୟାପଟେନ ମନୋଜ ପରିଡା, ଅଧ୍ୟାପକ ରଞ୍ଜନ ବେହୁରା, ଆଲୋକ ସାହୁ ରଞ୍ଜନ ଗାହାଣ, ରଞ୍ଜନ ବେହେରା, ପ୍ରତାପ ସ୍ୱାଇଁ, ପ୍ରଦ୍ୟୁମ୍ନ ପ୍ରଧାନ, ସୁଭାଶିଷ ମିଶ୍ର, ଜିତେନ୍ଦ୍ର ମଲ୍ଲିକ, ସରୋଜ ନାୟକ ଅଧ୍ୟାପିକା ନିବେଦିତା ନାୟକ ଓ ମଧୁସ୍ମିତା ପରିଡା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଏହି ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ପଟ୍ଟାମୁଣ୍ଡାଇ ଓ ରାଜନଗର କଲେଜ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।


Next Post

ଜାନୁଆରୀ ୨୬ରେ ଦେଶବ୍ୟାପୀ ଟ୍ରାକ୍ଟର ରାଲି-ସଂଯୁକ୍ତ କିଷାନ ମୋର୍ଚ୍ଚା

Sun Jan 14 , 2024
କେନ୍ଦ୍ରାପଡ଼ା ୧୪ା୧: ମୋଦି ସରକାର ଦେଶର କୃଷକ ଓ ଶ୍ରମିକମାନଙ୍କୁ ଦେଇଥରବା ପ୍ରତିଶୃତିକୁ ପୁରଣ ନକରିବା ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଐତିହାସିକ କୃଷକ ଆନ୍ଦୋଳନ ସମୟରେ ଜାନୁଆରୀ ୨୬ତାରିଖ ଦିନ ସଂଗଠିତ କରିଥିବା ଟ୍ରାକ୍ଟର ରାଲିର ସ୍ମୃତି ସ୍ୱରୂପ ଆସନ୍ତା ଜାନୁଆରୀ ୨୬ତାରିଖରେ ଦେଶବ୍ୟାପୀ ଟ୍ରାକ୍ଟର ରାଲିର ଆହ୍ୱାନ ଦେଇଛି । କୃଷକ ଆନ୍ଦୋଳନ ସମୟରେ ପଡିରହିଥିବା ସମସ୍ତ ମକଦ୍ଦମା ଗୁଡିକୁ ପ୍ରତ୍ୟାହାର କରିବା, ଲକ୍ଷ୍ମୀପୁର ଖେରୀ ଗଣହତ୍ୟାରେ […]