ପୂଜ୍ୟପୂଜା ଦ୍ୱାରା ସମାଜରେ ସଂସ୍କାର ଆସିଥାଏ


କେନ୍ଦ୍ରାପଡ଼ା ୧୫ା୧: ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ “ମୌସୁମୀ” ଆନୁକୂଲ୍ୟରେ ଶୀତ କବିତା ଆସର ଏବଂ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ନନ୍ଦ କିଶୋର ପରିଡ଼ାଙ୍କ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ସଞ୍ଜିବନୀ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି । ଏହି ଆସରରେ କବି ଡ. ଶ୍ରୀଧର ସାମଲ ପୌରହିତ୍ୟ କରିଥିଲାବେଳେ କବି ପ୍ରେମାନନ୍ଦ ଖଣ୍ଡୁଆଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବରେ ପ୍ରଫେସର ନନ୍ଦକିଶୋର ପରିଡ଼ା, ସମ୍ମାନିତ ଅତିଥି ଭାବରେ କବି ସ୍ୱପ୍ନାଂଶୁ ଦାସ, ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକ ଯୋଗ ଦେଇଥିଲା ବେଳେ କବି ଚାରୁଲତା ଭୂୟାଁ କବିତା ଗୁଡ଼ିକ ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ପ୍ରଫେସର ନନ୍ଦ କିଶୋର ପରିଡ଼ାଙ୍କ ଜନ୍ମଦିନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସାହିତ୍ୟ ସଂଗଠନ ଓ ସାହିତ୍ୟିକମାନେ ପ୍ରଫେସର ପରିଡ଼ାଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ମୌସୁମୀ ସାହିତ୍ୟ ଓ ସଂସ୍କୃତି ପରିଷଦ କେନ୍ଦ୍ରାପଡ଼ା, ଆମ ଗାଁ ସାହିତ୍ୟ ପରିଷଦ ଗୁଲନଗର, ରାଜଶ୍ରୀ ସାହିତ୍ୟ ସଂସଦ କେନ୍ଦ୍ରାପଡ଼ା, ସତୀର୍ଥ ସାହିତ୍ୟ ପରିଷଦ କୋରୋ, ପଲକ ସାହିତ୍ୟ ପତ୍ରିକା ଆଳି, ଦଧୀଚି ସାହିତ୍ୟ ସଂଗଠନ ରାଜନଗର ଆଦି ଅନେକ ସାହିତ୍ୟ ସଂଗଠନ ଏବଂ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ପ୍ରଫେସର ନନ୍ଦ କିଶୋର ପରିଡ଼ା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ “ସମାଜ ସଂସ୍କାର ପାଇଁ ପୂଜ୍ୟପୂଜାର ଆବଶ୍ୟକତା ରହିଛି । ବରିଷ୍ଠ ଓ ବିଜ୍ଞ ନାଗରିକ ମାନେହିଁ ସମାଜକୁ ଦିଗଦର୍ଶନ ଦେଇଥାନ୍ତି । ଏହି ଆସରରେ କବି ସୁରେନ୍ଦ୍ର ରାଉତ, ମେଜର ଭାରତ ଚନ୍ଦ୍ର ଜେନା, ଅମର ପ୍ରସାଦ ରାଉତ, ରଞ୍ଜନ ବାଇ, ଅଜୟ କୁମାର ପାତ୍ର, ସ୍ୱର୍ଣ୍ଣ ଷଢଙ୍ଗୀ, ମଞ୍ଜୁଶ୍ରୀ ବରାଳ, ଗୋଲାପ ରାଉତ, ପ୍ରିୟଦର୍ଶିନୀ ରାଉତ, ଗୀତାଞ୍ଜଳି ସାହୁ, ଶ୍ରୀଧର ମହାନ୍ତି, ନାରାୟଣ ପତି, ମନୋରଞ୍ଜନ ଦାସ, ରତ୍ନାକର ମଲ୍ଲିକ, ଶ୍ରୀକାନ୍ତ ଦାସ, ରତ୍ନାକର ପାତ୍ର, ସୁଧାଂଶୁ ଶେଖର ଦ୍ୱିବେଦୀ ପ୍ରମୁଖ ଚାଳିଶି ଜଣ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ । କବି ଶଶିକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Go back

Your message has been sent

Warning
Warning
Warning
Warning

Warning.


Discover more from

Subscribe now to keep reading and get access to the full archive.

Continue reading