
କେନ୍ଦ୍ରାପଡ଼ା ୧୫ା୧: କେନ୍ଦ୍ରାପଡାର ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶନ ସଂଗଠନର ଅଷ୍ଟାଦଶ ବାର୍ଷି ବନ୍ଧୁମିଳନ ଓ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ଗରାପୁର ସ୍ଥିତ ଏମ୍ପାୱାର ପବ୍ଲିକ ସ୍କୁଲ ପରିସରରେ ସଂଗଠନ ସଭାପତି ବରିଷ୍ଠ ଶିକ୍ଷାବିତ୍ ପୂର୍ଣ୍ଣାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଉପେନ୍ଦ୍ର କୁମାର କରଙ୍କ ଦ୍ୱାରା ଦେବପୂଜନ ଓ ବେଦ ପାରାୟଣ ସମ୍ପାଦନ ପରେ ମୁଖ୍ୟ ଅତିଥି ଗଣଶିକ୍ଷା ବିଭାଗ ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ବିଶ୍ୱାଳ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଉତ୍ସବର ଉଦ୍ଘାଟନ କରିଥିଲେ । ଉପଦେଷ୍ଟା ସଭ୍ୟ ହେମନ୍ତ କୁମାର ଜେନା ସ୍ୱାଗତ ଜଣାଇବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ନରୋତ୍ତମ ଜେନା ବାର୍ଷିକ ବିବରଣୀ ସହ ସଭା ସଂଯୋଜନା କରିଥିଲେ । ଓଡିଶା ପ୍ରାଥମିକ ଶିକ୍ଷା ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ବ୍ରଜେନ୍ଦ୍ର ନାଥ ପରିଡା, ଭଦ୍ରକ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଶଶାଙ୍କ ଶେଖର ସାହୁ, ପୂର୍ବତନ ସଭାପତି ପ୍ରଫୁଲ୍ଲ କୁମାର ଜେନା, ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ଶିକ୍ଷାବିତ୍ ମନ୍ମଥ କୁମାର ରାୟ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଶିଷ୍ଟ ଶିକ୍ଷା ସାଧକ ଡ. ପୂର୍ଣ୍ଣଚନ୍ଦ୍ର ବ୍ରହ୍ମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଶିକ୍ଷାନୀତି ଓ ସଂସ୍କାର ଧର୍ମୀ ପ୍ରଶିକ୍ଷଣ ଉପରେ ଆଲୋକପାତ କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ପ୍ରାକ୍ତନ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ଜେନା, ପ୍ରାକ୍ତନ ଶିକ୍ଷା ଜିଲ୍ଲା ଅଧିକାରୀ ପୂର୍ଣ୍ଣାନନ୍ଦ ବିଶ୍ୱାଳ, ଆଦର୍ଶ ଶିକ୍ଷକ ଧରଣୀଧର ବେହେରା ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୂଳମଣୀ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରିବା ସହ ସମ୍ମାନୀତ କରାଯାଇଥିଲା । ବରିଷ୍ଠ ସଭ୍ୟ ନିରଞ୍ଜନ ନାୟକ, ସୋମନାଥ ପଢିହାରୀ, ଈଶ୍ୱର ଚନ୍ଦ୍ର ମନ୍ତ୍ରୀ, ସନାତନ ତରାଇ, କୈଳାସ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନରେନ୍ଦ୍ର କୁମାର ନାୟକ, ଗୋପୀନାଥ ଦାସ, ବିଜୟ କୁମାର ନାଥ, ଦାଶରଥୀ ନାୟକ, ନିରଞ୍ଜନ ପୋଥାଳ, ଅନାମ ଚରଣ ସାହୁ, ଦୋଳଗୋବିନ୍ଦ ସାହୁ, ନରୋତ୍ତମ ବେହେରା, ନିରଞ୍ଜନ ସାମଲ, ଭାଗିରଥୀ ନନ୍ଦ, କୈଳାସ ଚନ୍ଦ୍ର ସ୍ୱାଇଁ, ନିତ୍ୟାନନ୍ଦ ପରିଡା, ସର୍ବେଶ୍ୱର ଜେନା, କୁଞ୍ଜବିହାରୀ ସାହୁ, କ୍ଷୀରୋଦ ପ୍ରସାଦ ସାହୁ, ଶରତ କୁମାର ମହାନ୍ତି, ନରହରି ପାତ୍ର, ଗୟାଧର ସ୍ୱାଇଁ, ଅଜୟ କୁମାର ପରିଡା, ମାଗୁଣି ଚରଣ ବିଶ୍ୱାଳ, ବାଉରୀ ବନ୍ଧୁ ମୁଦୁଲୀ, ଦୁର୍ଗା ଚରଣ ସାହୁ, ବଳଭଦ୍ର ନାୟକ, ଗୋଲେଖ ଚନ୍ଦ୍ର ବେହୁରା, ଗୌରାଙ୍ଗ ଶତପଥୀ ପ୍ରମୁଖ ବରିଷ୍ଠ ସଭ୍ୟମାନେ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ । ଭାବଗ୍ରାହୀ କଳାନିକେତନର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ମିଡିଆ ସଂଯୋଜକ ତଥା ପତ୍ରିକା ସମ୍ପାଦକ କାଶୀନାଥ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନରେ ଭାବଗ୍ରାହୀ କଳାନିକେତନ ପକ୍ଷରୁ ସାଂସ୍କୃତିିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।











