
କେନ୍ଦ୍ରାପଡ଼ା ତା ୧୯/୧-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ତଳାପଡିଆ ଠାରେ ଜୟଦୂର୍ଗା କପ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ଓ ଏଥିରେ ଆଳି, ବାଲିପାଟଣା, ପଞ୍ଚୁପାଣ୍ଡ୍ୱ, ଯାଜପୁର, ଚନ୍ଦନପୁର, ଇନ୍ଦୁପୁର, ବରୀ ଆଦି ବିଭିନ୍ନ ଅଂଚଳର ୮ କ୍ରିକେଟ ଦଳ ଭାଗ ନେଇଥିଲେ ଓ ଫାଇନାଲ ଖେଳ ଇନ୍ଦୁପୁର ଗୋପବନ୍ଧୁ କ୍ରିକେଟ ଟିମ ଓ ଗମୁ ଗୋଲଡେନ ଷ୍ଟାର କ୍ରିକେଟ ଟିମ ନିମ୍ନରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ଇନ୍ଦୁପୁର ଗୋପବନ୍ଧୁ କ୍ରିକେଟ ଟିମକୁ ହରାଇ ଗମୁ ଗୋଲଡେନ ଷ୍ଟାର କ୍ରିକେଟ ଟିମ ଚଳିତବର୍ଷ ପାଇଁ ଚମ୍ପିୟାନ ହୋଇଛି ଓ ଏହି ଉପଲକ୍ଷେ ବବ୍ରୁବାହନ ଧଳଙ୍କ ପୌରହିତ୍ୟ ଓ ଦିଲ୍ଲୀପ ବିଶ୍ୱାଳଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ କ୍ରୀଡା ବ୍ୟକ୍ତିର ଓ ଅଂଚଳର ପରିଚୟ ସୃଷ୍ଟି କରିଥାଏ ବୋଲି ମତପ୍ରକାଶ କରିଥିଲେ ଓ ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ, ମୁଖ୍ୟବକ୍ତା, ଅଳପୁଆ ସରପଞ୍ଚ ପଦ୍ମିନୀ ବେହେରା, ସମିତି ସଭ୍ୟ ରାମ ଚନ୍ଦ୍ର ସେଠୀ, ତରଡ଼ିପାଳ ସରପଞ୍ଚ ଦେବେନ୍ଦ୍ର ନାୟକ, ଅଳପୁଆ ପଂଚାୟତ ବିଜେଡି ସଭାପତି ସୁକାନ୍ତ ରାଉତ, ସମାଜସେବୀ ରବୀନ୍ଦ୍ର ପରିଡା, ବିଚିତ୍ରାନନ୍ଦ ବେହେରା ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ ଓ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥି ବିଜୟୀ ଗମୁ ଗୋଲଡେନ ଷ୍ଟାର କ୍ରିକେଟ ଟିମକୁ ଚମ୍ପିୟାନ ଟ୍ରଫି ଓ ଇନ୍ଦୁପୁର ଗୋପବନ୍ଧୁ କ୍ରିକେଟ ଟିମକୁ ରନର୍ସ ଟ୍ରଫି ପ୍ରଦାନ କରିଥିଲେ ଓ ଅମ୍ପେୟାର ଡି ରବର୍ଟସନ ରାଜୁ ଓ ମନୋଜ ଧଳଙ୍କ ତତ୍ୱାବଧାନରେ ଆୟୋଜିତ ଟୁର୍ନାମେଣ୍ଟକୁ ରଶ୍ମିକାନ୍ତ ବେହେରା, କିଶୋର ରାଉତ, ରଂଜିତ ନାୟକ, କୃତିବାସ ସାହୁ, ଦେବାଶିଷ ଧଳ ଓ ଭାଗିରଥି ବିଶ୍ୱାଳ ପରିଚାଳନା କରିଥିଲେ ।











