
କେନ୍ଦ୍ରାପଡ଼ା, ୨୦ା୧: କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ହନୁମାନଜୀଉଙ୍କ ମନ୍ଦିର ପରିସରରେ ବାବା ଶ୍ରୀ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କର ୧୧୩ତମ ଜନ୍ମୋତ୍ସବ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଶନିବାର ପ୍ରାତଃ ୪ ଘଟିକା ସମୟରେ ସାମୁହିକ ପ୍ରାର୍ଥନା କରାଯିବା ପରେ ମଙ୍ଗଳ ଆଳତୀ, ନଗର ସଂକୀର୍ତ୍ତନ କରାଯାଇଥିଲା । ସକାଳ ୯ ଘଟିକା ସମୟରେ ବାବାଙ୍କର ପୂଜା, ଆଳତୀ, ପ୍ରାର୍ଥନା ଓ ସ୍ମୃତିଚାରଣ କରାଯିବା ପରେ ଭକ୍ତମାନଙ୍କ ଦ୍ୱାରା ଭଜନ, ଜଣାଣ ଓ କୀର୍ତ୍ତନ କରାଯାଇଥିଲା । ଆଶ୍ରମର ସଭାପତି ବାବା ଚେତନାନନ୍ଦ ଦାସ ଓ ଶ୍ରଦ୍ଧାନନ୍ଦ ଦାସ ବାବାଙ୍କ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ଆଶ୍ରିର୍ବାଦ ଭିକ୍ଷା କରିଥିଲେ ।











