ବଦଳିଲା ପାଗ, ବର୍ଷା ପରେ ବଢିଲା ଶୀତ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ରବିବାର ଝିପିଝିପି ବର୍ଷା ସହିତ କେତେକ ଜାଗାରେ ସାମନ୍ୟଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଶୀତ ପ୍ରଭାବ ବଢିଚାଲିଛି । ଅଂଚଳରେ ପ୍ରବଳ ଶୀତ ହେଉଥିବା ବେଳେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର କହିଛି । ବର୍ଷା ଯୋଗୁଁ ଅଂଚଳରେ ଶୀତର ଲହରୀ ଦେଖିବାକୁ ମିଳିଛି । ଅଧିକ ମାତ୍ରାରେ ଶୀତ ହେଉଥିବାରୁ ବଜାର ଖାଁଖାଁ ଲାଗୁଛି । ବର୍ଷା ଛାଡ଼ିଯିବା ପରେ ରାତିରେ ଶୀତ ବଢ଼ିଛି । ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି ।


Next Post

ବ୍ଲକ ଓ ନଗର ମହିଳା ବିଜେଡି ପକ୍ଷରୁ ଅଂଶୁମାନଙ୍କ କୁଶପୁତଳିକା ଦାହ

Sun Jan 21 , 2024
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ମହିଳା ବିଜେଡି ପକ୍ଷରୁ ରବିବାର ସନ୍ଦ୍ୟାରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ କୁଶପୁତଳିକା ଦାହ କରାଯାଇଛି । ସାମାଜିକ ଗଣମାଧ୍ୟମରେ ଅଂଶୁମାନ ପରକ୍ରିୟା ପ୍ରୀତି ସମ୍ପର୍କରେ ପ୍ରକାଶିତ ଖବରକୁ ନେଇ ବ୍ଲକ ଓ ନଗର ମହିଳା ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଜୟନ୍ତୀ ସ୍ୱାଇଁ ଓ ନଗର ମହିଳା ବିଜେଡି ସଭାନେତ୍ରୀ ଲାସ୍ୟମୟୀ […]

KANIKA