କେନ୍ଦ୍ରାପଡ଼ା, ୨୧ା୧: ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା- ସହାୟିକା ସଂଘ କେନ୍ଦ୍ରାପଡା ଜିଲ୍ଲା କମିଟିର ଏକ ବୈଠକ ଗୋପଛକସ୍ଥିତ ସଙ୍ଘ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ସୋହାନା ବେଗମଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସାଥୀ ଗଜେନ୍ଦ୍ର ନାୟକଙ୍କ ଦ୍ୱାରା ଶୋକ ପ୍ରସ୍ତାବ ଆଗତ ପରେ କାର୍ଯ୍ୟକ୍ରମର ରିପୋର୍ଟ ଓ ଆଗାମୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବ ଉପସ୍ଥାପନ କରିଥିଲେ ଜିଲ୍ଲ୍ା ସମ୍ପାଦିକା ସାଥୀ ସୌଭାଗିନୀ ପତି । ସଂଘର […]
Day: 21 January 2024
କେନ୍ଦ୍ରାପଡା, ୨୧/୧: ଓଡିଶା ସରକାରୀ ମୋଟର କର୍ମଚାରୀ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ବୈଠକ ଗ୍ରାମ୍ୟ ଉନ୍ନୟନ ଭବନ ପ୍ରାଙ୍ଗଣରେ ପୂର୍ବତନ ସଭାପତି ଅନିରୁଦ୍ଧ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସରକାରୀ ମୋଟର କର୍ମଚାରୀ ସଂଘର କର୍ମକର୍ତ୍ତାଙ୍କ ପରିଚାଳନାରେ କେନ୍ଦ୍ରାପଡା ଶାଖାର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ଏଥିରେ ସଭାପତି ଭାବେ ଅନିରୁଦ୍ଧ ବେହେରା, ସମ୍ପାଦକ ଆଶିଷ କୁମାର ବିଶ୍ୱାଳ, କୋଷାଧ୍ୟକ୍ଷ ଅଭୟ କୁମାର […]
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ମହିଳା ବିଜେଡି ପକ୍ଷରୁ ରବିବାର ସନ୍ଦ୍ୟାରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ କୁଶପୁତଳିକା ଦାହ କରାଯାଇଛି । ସାମାଜିକ ଗଣମାଧ୍ୟମରେ ଅଂଶୁମାନ ପରକ୍ରିୟା ପ୍ରୀତି ସମ୍ପର୍କରେ ପ୍ରକାଶିତ ଖବରକୁ ନେଇ ବ୍ଲକ ଓ ନଗର ମହିଳା ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଜୟନ୍ତୀ ସ୍ୱାଇଁ ଓ ନଗର ମହିଳା ବିଜେଡି ସଭାନେତ୍ରୀ ଲାସ୍ୟମୟୀ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ରବିବାର ଝିପିଝିପି ବର୍ଷା ସହିତ କେତେକ ଜାଗାରେ ସାମନ୍ୟଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଶୀତ ପ୍ରଭାବ ବଢିଚାଲିଛି । ଅଂଚଳରେ ପ୍ରବଳ ଶୀତ ହେଉଥିବା ବେଳେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର କହିଛି । ବର୍ଷା ଯୋଗୁଁ ଅଂଚଳରେ ଶୀତର ଲହରୀ ଦେଖିବାକୁ ମିଳିଛି । ଅଧିକ ମାତ୍ରାରେ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ କଲେଜ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ମିଳିତ ଆନୁକୂଲ୍ୟରେ ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ ଶୀର୍ଷକ ଜାତୀୟ ସଂପାନ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଡ଼ ସୁବାଷ ଜେନାଙ୍କ ପୌରହିତ୍ୟ ଓ ଓଡ଼ିଆ ବିଭାଗ ମୁଖ୍ୟ ଡ଼ ମନୋରଞ୍ଜନ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ଡ଼ ସଂଘମିତ୍ରା ବେହେରା ମୁଖ୍ୟଅତିଥି ଓ […]
ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ଆଶ୍ରମ ପ୍ରତିଷ୍ଠା ଉତ୍ସବ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଭକ୍ତ ସମିତି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ ଠାରେ ଅନୁଷ୍ଠିତ ଆଶ୍ରମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଧାମ କରମଳାର ସନ୍ୟାସୀ ମାନେ ଯୋଗଦେଇ ହୋମଯଜ୍ଞ, ପୂଜାର୍ଚ୍ଚନା ଓ ଷୋଡଶ ଉପଚାର ପୂଜା ସହିତ ଆଶ୍ରମ ପ୍ରତିଷ୍ଠା କରିଥିଲେ । ବହୁ ଭକ୍ତ ରୁଣ୍ଡ ହୋଇ ପ୍ରଭୁଙ୍କ […]