
ସୋସିଆଲ ମେଡିଆରେ ମିଥ୍ୟା ଓ ଭିତିହୀନ ପ୍ରାୟୋଜିତ ଖବର ପ୍ରସାରଣ କରି ନଗର ବିଜେଡି ମହିଳା ସଭାପତିଙ୍କ ନେତୃତ୍ୱରେ ବିଜେଡି ମହିଳା କର୍ମୀ ମାନେ ଆଜି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ କୁଶପୁତଳିକା ଦାହ କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ନଗର ଓ ବ୍ଲକ କଂଗ୍ରେସ କମିଟି ଦୃଢ ନିନ୍ଦା କରିବା ସଙ୍ଗେ ସଙ୍ଗେ ସୋସିଆଲ ମେଡିଆରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏକ ପ୍ରେସନୋଟରେ ପ୍ରକାଶ କରିଛନ୍ତିା ଗତକାଲି ସାମାଜିକ ଗଣମାଧ୍ୟମରେ ବିଜେଡି ଦଳର କିଛି ସ୍ବର୍ଥନେଷୀ ମୁଷ୍ଟିମେୟ କର୍ମୀ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଙ୍କ ନାମରେ ଏକ ମିଥ୍ୟା ଭିତ୍ତୀହିନ ଖବର ପ୍ରକାଶ କରି ତାଙ୍କୁ ବଦନାମ କରୁଛନ୍ତି। କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ନୁହେଁ ସାରା ଓଡ଼ିଶାର ଜନସାଧାରଣ ଜାଣନ୍ତି ଅଂଶୁମାନ ମହାନ୍ତିଙ୍କ ବ୍ୟକ୍ତିତ୍ୱ ବିଷୟରେ । ତାଙ୍କୁ ବଦନାମ କରିବାକୁ ବିଜେଡିର ଏହା ଏକ ହିନ ଚକ୍ରାନ୍ତ ବୋଲି ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ କମିଟି ସଭାପତି ନିମାଇଁ କର, ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନ, ପିସିସି ସଭ୍ୟ ପ୍ରଦୀପ ପ୍ରଧାନ. ଜିଲ୍ଲା ଓବିସି ସଭାପତି ମଳୟ ଦାସ, ଅବିନାଶ ଲେଙ୍କା. ସନାତନ ବିଶ୍ୱାଳ, ରଂଜନ ବେହେରା. ହୀରଣ୍ୟ ରାଉତ, ମଳୟ ଓଝା. ବିରଂଚି ନାରାୟଣ ଦାସ ପ୍ରମୁଖ ଦୃଢ ନିନ୍ଦା କରିବା ସଙ୍ଗେ ସଙ୍ଗେ ସୋସିଆଲ ମେଡିଆରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରକାଶ କରିଛନ୍ତିା











