ଅଯୋଧ୍ୟା ନଗରୀ ରାମମୟ , ଆଜି ଭବ୍ୟ ମନ୍ଦିରରେ ବିରାଜିବେ ପ୍ରଭୁ ଶ୍ରୀରାମ


ଅଯୋଧ୍ୟା ୨୧ା୧ . ଶହଶହ ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି, ବନବାସ ସାରି ଅଯୋଧ୍ୟା ଫେରୁଛନ୍ତି ପ୍ରଭୁ ଶ୍ରୀରାମ । ରାତି ପାହିଲେ ଭବ୍ୟ ମନ୍ଦିରରେ ବିରାଜିବେ ପ୍ରଭୁ । ଏଥିପାଇଁ ସମଗ୍ର ଅଯୋଧ୍ୟା ନଗରୀ ରାମମୟ ହୋଇଯାଇଛି । ଆସନ୍ତାକାଲି ଦିନ ୧୨ଟା ୨୦ରୁ ପ୍ରାଣ ପ୍ରତିଷ୍ଠା ସମାରୋହ କାର୍ଯ୍ୟକ୍ରମ ଆରମ୍ଭ ହେବ । ରାତି ପ୍ରାୟ ଗୋଟାଏରେ ସମାପନ ହେବ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିକଟରେ ଶତାଧିକ ଭକ୍ତ, ବହୁ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସମେତ ୭,୦୦୦ ରୁ ଅଧିକ ଲୋକଙ୍କ ସମାବେଶକୁ ସମ୍ବୋଧିତ କରିବେ । ଏହି ସମୟରେ, ଲକ୍ଷଲକ୍ଷ ଲୋକ ଟେଲିଭିଜନ ତଥା ଅନ୍ୟ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକ୍ରମକୁ ସିଧାସଳଖ ଦେଖିପାରିବେ । ପ୍ରତ୍ୟେକ ଭାରତବାସୀ ଯେପରି ଏହି ମହାନ ପର୍ବରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ସାମିଲ ହୋଇପାରିବେ ସେଥିପାଇଁ ଅନେକ ରାଜ୍ୟରେ ଛୁଟି ଘୋଷଣା କରାଯାଇଛି । କେନ୍ଦ୍ର ସରକାର ମଧ୍ୟ ସମସ୍ତ ସରକାରୀ ଅନୁଷ୍ଠାନରେ ଦିନ ୨ଟା୩୦ ପର୍ଯ୍ୟନ୍ତ ଛୁଡି ଘୋଷଣା କରିଛନ୍ତି । ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ, ବ୍ୟବସାୟ ଟାଇକନ୍ ମୁକେଶ ଅମ୍ବାନି ଏବଂ ଗୌତମ ଆଦାନୀ, କ୍ରୀଡ଼ା କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏବଂ ଏମଏସ ଧୋନିଙ୍କ ଭଳି ବହୁ ମାନ୍ୟଗନ୍ୟ ବ୍ୟକ୍ତି ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ । ମନ୍ଦିର ନିର୍ମାଣ ପାଇଁ ଯେଉଁମାନେ ଆନ୍ଦୋଳନର ଅଂଶ ହୋଇଥିଲେ ସେମାନେ ମଧ୍ୟ ଏହି ସମାରୋହରେ ଯୋଗଦେବେ । ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପ୍ରାୟ ୧୩,୦୦୦ ସୈନ୍ୟନିୟୋଜିତ ହୋଇଛନ୍ତି । ଆଂଟି-ବମ୍ବ ଏବଂ ଡଗ୍ ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି । ଜରୁରୀ ଆବଶ୍ୟକତା ପାଇଁ ରାମ ମନ୍ଦିର ନିକଟରେଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ)ର ଏକ ଶିବିର ସ୍ଥାପନ କରାଯାଇଛି । ଉତର ପ୍ରଦେଶ ଡିଜି ପ୍ରଶାନ୍ତ କୁମାର କହିଛନ୍ତି ଯେ, ୧୩,୦୦୦ ସୈନ୍ୟ ବାହିନୀ ବ୍ୟତୀତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଚାଳିତ ସିସିଟିଭି ନିୟୋଜିତ କରାଯାଇଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନିଟରିଂ ପାଇଁ ଅଯୋଧ୍ୟାରେ ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜିରେ ନିର୍ମିତ ୧୦,୦୦୦ ସିସିଟିଭି କ୍ୟାମେରା ଲଗାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading