କୃଷକନେତା ପାରେଶ୍ୱର ବିଶ୍ୱାଳଙ୍କ ପରଲୋକ



ପଟ୍ଟାମୁଣ୍ଡାଇ ତା ୨୮/୧୧- ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ କୃଷକନେତା ପାରେଶ୍ୱର ବିଶ୍ୱାଳଙ୍କର ତାଙ୍କ ତଳବାଲିପଡ଼ା ବାସଭବନରେ ପରଲୋକ ହୋଇଯାଇଛି I ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ବୟସ ହୋଇଥିଲା Iଗତକାଲି ସେ ସ୍ନାନ ଶୌଚ ପାଇଁ ବାଡ଼ି ପୋଖରୀକୁ ଯାଇଥିବାବେଳେ ଅସାବଧାନତାବଶତଃ ଗୋଡ଼ ଖସି ଯିବାରୁ ପୋଖରୀ ପାଣିରେ ବୁଡି ପ୍ରାଣ ହରାଇଛନ୍ତି I ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ଆଳି ଡାକ୍ତରଖାନା କୁ ପଠାଇ ଥିଲେ I ସ୍ବର୍ଗତ ବିଶ୍ୱାଳ କୃଷକନେତା ଭାବେ କୃଷକମାନଙ୍କ ବିଭିନ୍ନ ସମସ୍ୟା ପାଇଁ ଆନ୍ଦୋଳନ କରି ଆସୁଥିଲେ I ପରବର୍ତୀ ସମୟରେ ବାମପନ୍ଥୀ ଆନ୍ଦୋଳନ ରେ ସାମିଲ ହୋଇଥିଲେ I ଖାଲି କୃଷକ ସମସ୍ୟା ନୁହେଁ ପଟ୍ଟାମୁଣ୍ଡାଇ ଅଂଚଳର ପ୍ରତ୍ୟେକ ସମସ୍ୟା ସମାଧାନ ପାଇଁ ହେଉଥିବା ବିଭିନ୍ନ ଆନ୍ଦୋଳନରେ ସେ ସାମିଲ ହେଉଥିଲେ I ତାଙ୍କ ମୃତ୍ୟୁ ଖବର ପାଇଁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା , ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଜିଲ୍ଲା ସି ପି ଏମ ସମ୍ପାଦକ ଗୟାଧର ଧଳ, ସି ପି ଆ ଇ ନେତା ବାବାଜୀ ଧଳ, କାଉନସିଲର ମଳୟ ଓଝା, ପୂର୍ବତନ କାଉନସିଲର ହିରଣ୍ୟ ରାଉତ, ଜନମଞ୍ଚ ନେତା ରବୀନ୍ଦ୍ର ପରିଡା, ବାମପନ୍ଥୀ ନେତା ସଲିଳେନ୍ଦୁ ମହାନ୍ତି, ସର୍ବେଶ୍ୱର ବାରିକ,ନୃସିଂହ ପ୍ରସାଦ ଚୌଧୁରୀ ନଳିନୀକାନ୍ତ ପାତ୍ର, ବିଭୁତି ଭୂଷଣ ଦାଶ, ସର୍ବେଶ୍ୱର ବେହେରା ତ୍ରିଲୋଚନ ପାତ୍ର , ଅଭୟ ଜେନା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I ଗାଁ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି I ଜ୍ୟେଷ୍ଠ ପୁତ୍ର ସୁବ୍ରତ ବିଶ୍ୱାଳ ମୁଖାଗ୍ନି ଦେଇଥିଲେ I ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି I


Next Post

ଚୋରାମଦ ଜବତ, ୭କୋର୍ଟ ଚାଲାଣ

Fri Nov 28 , 2025
କେନ୍ଦ୍ରାପଡ଼ା,୨୮ା୧୧:କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ଆଳି, ପଟ୍ଟାମୁଣ୍ଡାଇ ଓ କୁଦାନଗରୀ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୮୪ ଲିଟର ବିଦେଶୀ ଓ ଦେଶୀମଦ ଜବତ କରାଯିବା ସହ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ବିଭାଗ ଉପନିରୀକ୍ଷକ କଳ୍ପନା ରାଉତ, ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର, ଛାଯାକାନ୍ତ ନାୟକ, ସହକାରୀ ଉପ ନିରୀକ୍ଷକ ଜଗନ୍ନାଥ ବେସ୍ରା, ସୁନୀଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକଙ୍କ ସମେତ […]

KANIKA