
ପଟ୍ଟାମୁଣ୍ଡାଇ ତା ୨୨/୦୧ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ସାହିତ୍ୟିକ ସ୍ତମ୍ଭକାର ସଂସ୍କୃତି ପୁରୁଷ ଦିବଂଗତ ଦିବାକର ବିଶ୍ୱାଳଙ୍କ ସ୍ମୃତି କମିଟି ପୁନର୍ଗଠିତ ହୋଇଛି। ଏହି ଉପଲକ୍ଷେ କସ୍ତୁରୀ କଳାନିକେତନ ପରିସରରେ ଏକ ସ୍ମୃତି ସଂସଦର ଜରୁରୀ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତା ମନୋନୟନ କରାଯାଇଛି । ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକ ସଭାପତି, ଆଡ଼ଭୋକେଟ ପ୍ରମୋଦ କୁମାର ସାହୁ ଉପସଭାପତି, ଆଡ଼ଭୋକେଟ ଗୋପୀନାଥ ତ୍ରିପାଠୀ ସଂପାଦକ ଓ କାଉନସିଲର ଗୋପୀବଲ୍ଲଭ ନାୟକଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିବାବେଳେ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ଶିକ୍ଷାବିତ ସୁରେଶ ଚନ୍ଦ୍ର ଜେନା ଓ ଶ୍ରୀଧର ରାଉତ, ଲେଖକ ତଥା ପ୍ରକାଶକ ପ୍ରଦୀପ୍ତ କୁମାର ବେହୁରା, ପରିବେଷବିତ ବିଜୟ କବି, କବିୟତ୍ରୀ ଆରାଧନା ଦାଶ, ଆରତୀ ଭଳ, ନବକିଶୋର ପଣ୍ଡା, ଅମୁଲ୍ୟ ପରିଡା, ଚନ୍ଦନ ପାତ୍ର ଓ କସ୍ତୁରୀ କଳାନିକେତନ ସମ୍ପାଦକ କୃପାସିନ୍ଧୁ ନାୟକ ଓ ଉପଦେଷ୍ଟା ମଣ୍ଡଳୀରେ ସ୍ମୃତି ସଂସଦ ପ୍ରାକ୍ତନ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ, ଗୀତା ଚାରଣ ସମିତି ସଭାପତି ପ୍ରମୋଦ କୁମାର ନାୟକ, ଶିକ୍ଷକନେତା ବିଜୟ କୁମାର ସାହୁଙ୍କୁ ନିଆଯାଇଛି । ମହାମାରୀ କୋଭିଡ ୧୯ ଯୋଗୁଁ ସ୍ମୃତି ସଂସଦ ସ୍ମରଣିକା ପ୍ରକାଶନ ହୋଇପାରି ନଥିବାରୁ ନୂତନ ସଭାପତି ସ୍ମରଣିକା ପ୍ରକାଶ ନିମନ୍ତେ ପଦକ୍ଷେପ ନେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଶେଷରେ ଶରତ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।











