ଆଜାଦହିନ୍ଦ ଟ୍ରଷ୍ଟ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ


କେନ୍ଦ୍ରାପଡ଼ା,୨୩ା୧ : ଆଜାଦ ହିନ୍ଦ ଟ୍ରଷ୍ଟ ଏବଂ କଳ୍ପନା କ୍ରିଏଟିଭ କମ୍ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ପରିବାର ଓ ଭୁଦାନ କର୍ମୀଙ୍କ ଦ୍ୱାରା ଗଠନ କରାଯାଇଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗର ସ୍ଥିତ ନେତାଜୀ ମଡେଲ ଏମ.ଇ. ସ୍କୁଲ ପରିସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପତକା ଉତ୍ତୋଳନ କରାଯିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିସହିତ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନକୁଳ ଚରଣ ଦାସଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଉପଲକ୍ଷେ ଟ୍ରଷ୍ଟର ଅଧ୍ୟକ୍ଷ ଅବନୀ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ସରପଞ୍ଚ ଲୋପାମୁଦ୍ରା ବାରିକ, କାର୍ତ୍ତିକ ଚନ୍ଦ୍ର ସାହୁ, ବୈକୁଣ୍ଠ ନାୟକ, କୈଳାସ ଚନ୍ଦ୍ର ସାହୁ, ପ୍ରଦୀପ ଲେଙ୍କା, ଅମୁଲ୍ୟ ନାୟକ ଓ ବିଭୁତି ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।


Next Post

 ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳିତ

Tue Jan 23 , 2024
କେନ୍ଦ୍ରାପଡ଼ା,୨୩ା୧: ସହରପୁର ସ୍ଥିତ ଶ୍ରୀ ଶ୍ରୀ ଅଭିରାମ ପରାମହଂସ ମଠ ପ୍ରାଙ୍ଗଣରେ ଗ୍ରାମବାସୀଙ୍କ ଦ୍ୱାରା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଧୂମଧାମ୍‌ରେ ପାଳିତ ହୋଇଯାଇଛି । ପ୍ରଥମେ ଶ୍ରୀରାମ ଜନ୍ମଭୂମି ଅଯୋଦ୍ଧାଠାରେ ଅନୁଷ୍ଠିତ ହେଉଥିବା ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଏଲଇଡି ମାଧ୍ୟମରେ ଗ୍ରାମବାସୀମାନେ ଦେଖି ଆନନ୍ଦିତ ହୋଇଥିଲେ । ପରେ ପରେ ଶ୍ରୀରାମଙ୍କ ତୈଳଚିତ୍ରକୁ ପୂଜାର୍ଚ୍ଚନା କରି ସଂକୀର୍ତନ ମଣ୍ଡଳୀ ସହିତ ଗ୍ରାମ […]

You May Like