ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳିତ


କେନ୍ଦ୍ରାପଡ଼ା,୨୩ା୧: ସହରପୁର ସ୍ଥିତ ଶ୍ରୀ ଶ୍ରୀ ଅଭିରାମ ପରାମହଂସ ମଠ ପ୍ରାଙ୍ଗଣରେ ଗ୍ରାମବାସୀଙ୍କ ଦ୍ୱାରା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଧୂମଧାମ୍‌ରେ ପାଳିତ ହୋଇଯାଇଛି । ପ୍ରଥମେ ଶ୍ରୀରାମ ଜନ୍ମଭୂମି ଅଯୋଦ୍ଧାଠାରେ ଅନୁଷ୍ଠିତ ହେଉଥିବା ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଏଲଇଡି ମାଧ୍ୟମରେ ଗ୍ରାମବାସୀମାନେ ଦେଖି ଆନନ୍ଦିତ ହୋଇଥିଲେ । ପରେ ପରେ ଶ୍ରୀରାମଙ୍କ ତୈଳଚିତ୍ରକୁ ପୂଜାର୍ଚ୍ଚନା କରି ସଂକୀର୍ତନ ମଣ୍ଡଳୀ ସହିତ ଗ୍ରାମ ପରିକ୍ରମା କରାଯାଇଥିଲା । ଗ୍ରାମର ଆବାଳ ବୃଦ୍ଧ ବନିତା ବିଶେଷ କରି ମହିଳାମାନଙ୍କ ଦ୍ୱାରା ଶୋଭାଯାତ୍ରାକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧର୍ନା ଦିଆଯାଇଥିଲା । ଉକ୍ତ କାଯ୍ୟକ୍ରମକୁ ଗ୍ରାମର ଅଯୋଦ୍ଧା ଯାଇଥିବା ଏକମାତ୍ର କରସେବକ ଉପିନ କୁମାର ରାଉତଙ୍କ ସହିତ ନେହେରୁ ସାହୁ, ଜାନକୀ ବଲ୍ଲବ ମହାନ୍ତି, ସଂଗ୍ରାମ ମହାନ୍ତି, ମଧୁସୂଦନ ମୁଦୁଲି, ଗୌରାଙ୍ଗ ଲେଙ୍କା, ରାମଚନ୍ଦ୍ର ରାଉତ, ବାବାଜୀ ମହାନ୍ତି, ମନୋଜ ରାଉତ, ନୃସିଂହ ସାହୁ, ଜଗନ୍ନାଥ ନାୟକ, ରାମ ମହାନ୍ତି, କୈଳାସ ରାଉତ, ରତ୍ନାକର ମୁଦୁଲି ଓ ଗିରିଜା ରାଉତ ପ୍ରମୁଖ ପରିଚାଳନା କରିଥିଲେ ।

 


Next Post

ବାଲିପଡ଼ା ନୋଡାଲ ସ୍କୁଲ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ =

Tue Jan 23 , 2024
ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବାଲିପଡ଼ା ନୋଡାଲ ଉପ୍ରା ବିଦ୍ୟାଳୟ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତି ସଞ୍ଜୟ ତ୍ରିପାଠୀ (ବୁଲୁ )ଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିକ୍ଷା ବ୍ୟବସ୍ଥା ସୁଦୃଢ ହେଲେ ବିକାଶ ଦୀର୍ଘସ୍ଥାୟୀ ହୋଇପାରିବ ବୋଲି ମତପ୍ରକାଶ କରି ଜୀବନରେ ନିଶ୍ଚିତ ସଫଳତା ହାସଲ କରିବା ପାଇଁ […]