ପଟ୍ଟାମୁଣ୍ଡାଇରେ ଜନରାଜ୍ୟ ଦିବସ ପାଳିତ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ପଟ୍ଟାମୁଣ୍ଡାଇ ପ୍ୟାରେଡ ପଡିଆ ଠାରେ ୭୫ତମ ସାଧାରଣତନ୍ତ୍ର ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ତହସିଲଦାର ପଂଚାନନ ନାୟକଙ୍କ ପୈାରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରି କହିଥିଲେ ସାଧାରଣତନ୍ତ୍ର ଦିବସ ପାଳନର ମହକରେ ଆଜି ଦେଶର ପୁରପଲ୍ଲୀଠାରୁ ଆରମ୍ଭ କରି ସହରବଜାର, ସବୁଆଡ଼ ଉଲ୍ଲସିତ । ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଆମେ ସ୍ୱାଧୀନତା ହାସଲ କରିବା ପରେ ସ୍ୱାଧୀନ ଭାରତର ନିଜସ୍ୱ ଶାସନ ବ୍ୟବସ୍ଥା ଧାରା ବା ଲୋକଙ୍କ ହାତରେ ଶାସନର ଡୋରି ଧରାଇବା ପ୍ରଥାର ଶୁଭଦିନ ଥିଲା ୧୯୫୦ ମସିହା ଜାନୁଆରୀ ୨୬ ତାରିଖ, ଯେଉଁଦିନଠାରୁ ଆମେ ଭାରତର ସ୍ୱତନ୍ତ୍ର ଆଇନ ସହ ଦେଶର ସମ୍ବିଧାନ ବ୍ୟବସ୍ଥାର ନୂତନ ଖସଡ଼ା ପ୍ରଚଳନର ଶୁଭାରମ୍ଭ କରିଥିଲୁ । ଏହି ବ୍ୟବସ୍ଥା ଗଠନର ମୁଖ୍ୟ ଥିଲେ ଦେଶର ଅନ୍ୟତମ କୃତବିଦ୍ୟ ସନ୍ତାନ ଡକ୍ଟର ଭୀମରାଓ ଆମ୍ବେଦକର । ଆଜିର ଦିନକୁ ଆମେ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ସେ ଦିନ ଓ ଆଜିର ବେଳ ମଧ୍ୟରେ ଆକାଶ ପାତାଳ ପରିବର୍ତ୍ତନ ଲକ୍ଷ୍ୟ କରିପାରୁଛୁ । ଦୀର୍ଘଦିନ ଧରି ଇଂରେଜ ଶାସନାଧୀନ ରହି ନିଷ୍ପେଷିତ, ପରାଧୀନତାର ଶୃଙ୍ଖଳ ଭିତରେ ବାନ୍ଧି ହୋଇପଡ଼ିଥିବା ଭାରତବାସୀ ଏବେ ବହୁବିଧ କ୍ଷେତ୍ରରେ ବିକାଶର ଚରମ ପର୍ଯ୍ୟାୟକୁ ଛୁଇଁବା ପାଇଁ ଅଗ୍ରସର । ପ୍ରଶସ୍ତ ରାସ୍ତାଘାଟ ସହ ସବୁଆଡ଼େ ଏବେ ବିଶାଳକାୟ ସୌଧରାଜିରେ ଝଲସୁଥିବା ସହର ବଜାରଠାରୁ ଗ୍ରାମାଞ୍ଚଳର ବିକାଶ ଏବେ ଆମକୁ ଗୌରବାନ୍ୱିତ କରିଛି । ଶିକ୍ଷାର ବିକାଶ, ଅର୍ଥନୈତିକ ଅଭିବୃଦ୍ଧି, କୃଷି ଉତ୍ପାଦନ ବୃଦ୍ଧିଠାରୁ ଆରମ୍ଭ କରି ଆମେ ପ୍ରତ୍ୟେକ କ୍ଷେତ୍ରରେ ଆଗେଇ ଚାଲିଚୁା । ସାଧାରଣତନ୍ତ୍ର ଦିବସ ଅବସରରେ ବିଧାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦାର ପଟେଲ, ମୌଲାନା ଆଜାଦ, ଡ. ବି.ଆର. ଆମ୍ବେଦକର, ଡ. ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ମଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା’ ରମାଦେବୀ, ମାଳତୀ ଚୌଧୁରୀ, ଡ. ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ସହିଦ ହୋଇଥିବା ଯବାନଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ । ତାଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ କରିଛନ୍ତି । ସମଲେଇ ପ୍ରକଳ୍ପ ମଧ୍ୟ ଖୁବ୍‌ଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି । ଆମର ୫-ଟି ନୀତି ଯୋଗୁ ଶାସନ ପ୍ରଭାବୀ ହେଉଛି । ଆମର ସବୁ ଯୋଜନାର ସୁଫଳ ଲୋକ ଠିକ୍ ଭାବେ ପାଉଛନ୍ତି । ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଯୋଗାଯୋଗ, ଜଳସେଚନ, ପରିବହନ, କ୍ରୀଡ଼ା ଆଦି ସବୁ କ୍ଷେତ୍ରରେ ରୂପାନ୍ତର ଅଂଚଳର ବିକାଶକୁ ଉଜ୍ଜ୍ୱଳ କରିଛି । ମୋ ସରକାର ଗାଁକୁ ବିକାଶର କେନ୍ଦ୍ର କରିଛି । ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଗାଁ ସଂସ୍କୃତିର ସୁରକ୍ଷା, ପ୍ରସାର କରାଯାଉଛି । ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯାଉଛି । ଖୁବ ଶିଘ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ‘ଲକ୍ଷ୍ମୀ’ ବସ ଯୋଜନା ଯୋଗାଯୋଗ କ୍ଷେତ୍ରରେ ରୂପାନ୍ତରଣ ଆଣିବ । ଚାଷ ଓ ଚାଷୀର ଉନ୍ନତି ପାଇଁ ସବୁବେଳେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି।  ମିଶନ ଶକ୍ତି ଆଜି ମା’ମାନଙ୍କୁ ବିକାଶର ସହଭାଗୀ କରିଛି ବୋଲି ବିଧାୟକ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ ।

ଏଇ ଅବସରରେ ବିଭିନ୍ନ ସ୍କୁଲ କଲେଜ ପିଲାମାନଙ୍କ ଦ୍ୱାରା ଆୟୋଜିତ ବର୍ଣ୍ଣାଢ୍ୟ ପ୍ୟାରେଡରେ ଯୋଗ ଦେଇ ବିଧାୟକ ସାହୁ ଅଭିବାଦନ ଗ୍ରହଣ କରିଥିଲେ । ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ଅବସରରେ ସ୍ଥାନୀୟ ନେତୃମଣ୍ଡଳୀ ମାନଙ୍କ ସହିତ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀମାନଙ୍କୁ ବିଧାୟକଫଳ ବଣ୍ଟନ କରିବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।

ସେହିପରି ପଟ୍ଟାମୁଣ୍ଡାଇ ବିଜୁ ଜନତାଦଳ କାର୍ଯ୍ୟାଳୟରେ ରାଜନଗର ବିଧାୟକ ଧ୍ରୁବ ସାହୁ ପତାକା ଉତୋଳନ କରିଥିଲେ । ପଟ୍ଟାମୁଣ୍ଡାଇ ବିଦ୍ୟୁତ ଅଫିସରେ ଏସ.ଡି.ଓ ସ୍ମୃତିରଞନ ରଥ ପାତାକା ଉତୋଳନ କରିଥିଲେ । ଏଥିରେ ଆଇନଜିବୀ ଭିମସେନ୍ ପରିଡା ଓ ଅନ୍ୟ କର୍ମଚାରି ମାନେ ଅଂଶଗ୍ରହଣ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ ବିଡିଓ ଶୁଭ୍ରାଂଶୁ ସାହୁ ପାତାକା ଉତୋଳନ କରିଥିଲେ । ପଟ୍ଟାମୁଣ୍ଡାଇ ଉଠାଜଳସେଚନ କାର୍ଯ୍ୟାଳୟରେ ଇଂ. ରବିନାରାୟଣ ମହାନ୍ତି ପତାକା ଉତୋଳନ କରିଥିଲେ । ପଟ୍ଟାମୁଣ୍ଡାଇ ଜଳସଂପଦ କାର୍ଯ୍ୟାଳୟରେ ଏସଡିଓ ପ୍ରଭାତ କୁମାର ସାହୁ ପାତାକା ଉତୋଳନ କରିଥିଲେ । ପଟ୍ଟାମୁଣ୍ଡାଇ ଏସଡିପିଓ ଅଫିସରେ ଏସଡିପିଓ କ୍ଷମା ସାଗର ପଣ୍ଡା ପାତାକ ଉତୋଳନ କରିଥିଲେ ।ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଆଇଆଇସି ରଞିତ ମହାନ୍ତି ,ଗ୍ରାମାଂଚଳ ଥାନାରେ ଆଇଆଇସି ପଦ୍ମାଳୟା ପ୍ରଧାନ,ସବରେଜେଷ୍ଟି ଅଫିସରେ ରେଜିଷ୍ଠାର ଅଶୋକ ମହାନ୍ତି, ପୃର୍ତବିଭାଗ ଅଫିସରେ ନିର୍ବାହୀ ଯନ୍ତ୍ରୀ ରାଜଶ୍ରୀ ବେହେରା, ଗ୍ରାମ୍ୟଜଳଯୋଗାଣ ପରିମଳ ବିଭାଗରେ ସହକାରୀ ଯନ୍ତ୍ରୀ ଇଂ. ବିଶ୍ୱଜିତ ମିଶ୍ର, ପଟ୍ଟାମୁଣ୍ଡାଇ ସବଡିଭିଜନ ହସପିଟାଲ ଠାରେ ଜାତୀୟ ପତାକା ଉତୋଳନ ହୋଇଯାଇଛି । ଏହାଛଡା ପଟ୍ଟାମୁଣ୍ଡାଇର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଆଦି ସ୍ଥାନରେ ପତାକା ଉତୋଳନ କରାଯାଇଛି ।


Next Post

 ଚତୁର୍ଥ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sun Jan 28 , 2024
କେନ୍ଦ୍ରାପଡ଼ା,୨୭ା୧ : ଫକିରାବାଦ ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଚତୁର୍ଥ ବାର୍ଷିକ ସର୍ବ ଭାରତୀୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି-୨୦୨୪ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗଣତନ୍ତ୍ର ଦିବସରେ ଉଦଘାଟିତ ହୋଇଯାଇଛି । କ୍ଲବର ସଭାପତି ସଲିମ ଖାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟକୁ କେନ୍ଦ୍ରାପଡା ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ପ୍ରଥମ ଥର […]

You May Like