ବଲୁରିଆ ହାଇସ୍କୁଲ ୧୯୭୨ମାଟ୍ରିକ ବ୍ୟାଚ ବନ୍ଧୁମିଳନ



କେନ୍ଦ୍ରାପଡା ଜିଲା  ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଲୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୭୨ ମ୍ୟାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ଚିତ୍ତରଞ୍ଜନ ଦାସଙ୍କ ସଂଯୋଜନାରେ ଅମୃତମଣୋହି ଛତାମତ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ବନ୍ଧୁମିଳନ ଉତ୍ସବ ଡ଼ ଚକ୍ରଧର ଦାଶ, ସୋଆ ଅଧିକାରୀ ହରଜିତ ଦାସ, ଅଜୟ ସାହୁ, ବସନ୍ତ ମଲ୍ଲିକ, କିଶୋର ମଲ୍ଲିକ, ଅଶୋକ ସାମଲ , ସୁଧୀର ଧଳ, ପ୍ରତାପ ଭୂଇଆଁ, ପ୍ରଶନ ରାଉତ, ଧରଣୀଧର ମଲ୍ଲିକ, ସତ୍ୟବାନ ମଲ୍ଲିକ, ଶଙ୍କର୍ଷଣ ସାହୁ, ଅନନ୍ତ ଦାସ ଓ ଗଗନ ରାଉତ ପ୍ରମୁଖ ପୁରାତନ ଛାତ୍ରଛାତ୍ରୀମାନେ ଯୋଗଦେଇ ସ୍କୁଲ ଜୀବନର ସ୍ମୃତି ଚାରଣ କରିବା ସହିତ ଏହି ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ବଲୁରିଆ ହାଇସ୍କୁଲର ୧୯୭୨ ବ୍ୟାଚ ର ବନ୍ଧୁମିଳନ ଆୟୋଜନ ସ୍କୁଲ ପରିଵର୍ତ୍ତେ ଶ୍ରୀ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତହେବା ଘଟଣା ଏକ ନିଆରା ଦୃଷ୍ଟାନ୍ତ ସୃଷ୍ଟି କରିଛି। ଏହି ଅବକାଶରେ ଉପସ୍ଥିତ ସମସ୍ତ ସଦସ୍ୟ ବଲୁରିଆ ହାଇସ୍କୁଲ ର ଭିତିଭୂମି ବିକାଶ ତଥା ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ମୋ ସ୍କୁଲ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଏଥିରେ ସାମିଲ ହେବାକୁ ଅନୁରୋଧ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading