
କେନ୍ଦ୍ରାପଡ଼ା, ୨୯/୧: ସମୟ ସ୍ରୋତରେ ବର୍ତ୍ତମାନ ଅତୀତ ହୋଇଯାଏ ସତ ମାତ୍ର ସେହି ଅତୀତ ପୁଣି ସ୍ମୃତିକୁ ଉଜ୍ଜିବୀତ କରି ଚେଇଁ ଉଠିଥାଏ ବନ୍ଧୁମିଳନର ରୂପରେ । କେନ୍ଦ୍ରାପଡାସ୍ଥିତ ବଳଦେବ ହାଇସ୍କୁଲର ୧୯୮୭ ବ୍ୟାଚ ଛାତ୍ରଛାତ୍ରୀମାନେ ନିଜର ପୁରୁଣା ସ୍ମୃତିକୁ ଓ ପୁରୁଣା ଦିନର ଶୈକ୍ଷିକ ଅନୁଭୂତିକୁ ସାଉଁଟିବା ପାଇଁ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମାଧପୁରସ୍ଥିତ ଅମର ଉଦ୍ୟାନଠାରେ ଅନୁଷ୍ଠିତ ଏହି ବନ୍ଧିମିଳନରେ ଉକ୍ତ ସ୍କୁଲର ସ୍ଥାନୀୟ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ସହିତ ସଂପ୍ରତି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅବସ୍ଥାପିତ ପୁରାତନ ଛାତ୍ରମାନେ ଯୋଗ ଦେଇ ବିଗତ ଦିନର ସ୍ମୃତିକୁ ମନେପକାଇବା ସହିତ ଅଧ୍ୟୟନ କରିଥିବା ବଳଦେବ ହାଇସ୍କୁଲର ସାମଗ୍ରିକ ବିକାଶରେ ସେମାନଙ୍କର ଯୋଗଦାନ ନେଇ ପ୍ରସ୍ତାବ ରଖିଥିଲେ । ତାରିଣୀ ପାଟ୍ଟୋଯୋଶୀ, ହୃଷିକେଶ ସାହୁ, ସ୍ୱପ୍ନେନ୍ଦୁ ଦାସ, ନଗେନ୍ଦ୍ର ଦାସ, ଡଃ ରାଧାକାନ୍ତ ନାଥ, ଲକ୍ଷ୍ମୀକାନ୍ତ ମଲ୍ଲିକ, ବିଚିତ୍ରାନନ୍ଦ ସାମଲ, ରଞ୍ଜନ ମହାନ୍ତି, ମାନସ କୁମାର ମିଶ୍ର, ଅଶ୍ୱନୀ ପରିଡା, ସୁବାସ ଚନ୍ଦ୍ର ପଣ୍ଡା, ମଦନମୋହନ ସାହୁ, ଅଭୟ କୁମାର ପତ୍ରୀ ପ୍ରମୁଖ ଚାଳିଶିରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଡଃ ବିରଜା ରାଉତରାୟ ଓ ସମୀର ଚାନ୍ଦ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।











