ଅବହେଳିତ ପଟ୍ଟାମୁଣ୍ଡାଇ ପ୍ରସଙ୍ଗ, ପଟ୍ଟାମୁଣ୍ଡାଇ ବାସୀଙ୍କ ଶୂନ୍ୟ ନେତୃତ୍ୱ ପାଇଁ ସହରିକରଣରେ ବାଧା



କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀକୁ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଭାଗ ଭାଗ କରି ରାଜନଗର, କେନ୍ଦ୍ରାପଡ଼ା ଓ ଆଳି ବିଧାନସଭା ଆସନରେ ମିଶାଇ ଦିଆଯାଇଛି । ପଟ୍ଟାମୁଣ୍ଡାଇର ୧୯ ଟି ପଂଚାୟତ ଓ ପୌରପାଳିକାର ୨୦ଟି ୱାର୍ଡକୁ ନେଇ ଗଠିତ ରଜନଗର ନିର୍ବାଚନମଣ୍ଡଳୀ ରାଜନୀତିର ପଶାପାଲିରେ ଅବହେଳିତ ହୋଇପଡିରହିଛି । କେନ୍ଦ୍ରାପଡା ଜିଲ୍ଲାର ଅନ୍ୟତମ ପ୍ରମୁଖ ସହର ଓ ବାଣିଜ୍ୟାକ ପେଣ୍ଠସ୍ଥଳି ପଟ୍ଟାମୁଣ୍ଡାଇ ବାସୀଙ୍କ ଶୂନ୍ୟ ନେତୃତ୍ୱ ପାଇଁ ସବୁକ୍ଷେତ୍ରରେ ଷଡଯନ୍ତ୍ରର ଶିକାର ହୋଇଆସୁଛି । ଗମନାଗମନ, ପରିବହନ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ଶିକ୍ଷା ଆଦି କ୍ଷେତ୍ରରେ ସହରକୁ ଅଣଦେଖା କରାଯଉଥିବା ବେଳେ ରାଜ୍ୟ ସରକାରଙ୍କ ସାମଗ୍ରୀକ ଭାବେ କରାଯାଉଥିବା ଉନ୍ନତିମୂଳକ କାର୍ଯ୍ୟରେ ଷଡ଼ଯନ୍ତ୍ର କରାଯାଇ ସହରବାସୀଙ୍କୁ ନିରାଶ କରାଯାଉଛି । ଫଳରେ ରାଜ୍ୟ ସରକାରଙ୍କ ଉପରୁ ପୌରାଂଚଳବାସୀଙ୍କ ଆସ୍ଥା ତୁଟିଯାଉଥିବା ବେଳେ ନା ଶାସକ କିମ୍ବା ବିରୋଧୀଙ୍କର କୌଣସି ସ୍ୱତନ୍ତ୍ର ଦୃଷ୍ଟି ଭଙ୍ଗି ରହୁନାହିଁ । ଏନେଇ ସହରବାସୀ ଆଗାମୀ ଦିନରେ ଏକ ବଡଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଥିବ ବୁଦ୍ଧିଜିବୀ ମହଲରୁ ସୂଚନା ମିଳିଛି ।ଖବର ଅନ୍ଵେଷଣରୁ ଜଣ ପଡିଛି,୨୦୦୯ ମସିହା ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣ ବେଳେ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀକୁ ଭାଙ୍ଗି ନୂତନ ରାଜନଗର ନିର୍ବାଚନ ମଣ୍ଡଳୀ କରାଗଲା । ସେବେଠାରୁ ଅଧିକାଂଶ ନିର୍ବାଚିତ ପ୍ରତିନିଧି ରାଜନଗରରୁ ହୋଇଥିବାରୁ ପଟ୍ଟାମୁଣ୍ଡାଇ ସହରିକରଣ ବିକାଶରେ ବ୍ରେକ ଲାଗିଛି ବୋଲି ଖବର ଅନ୍ଵେଷଣ କରିବାରୁ ସାଧାରଣ ମହଲରେ ଏବେ ଚର୍ଚ୍ଚା ହେବାର ଲାଗିଛି । ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ମଣ୍ଢଳୀର ନେତା ଏଥର ନିର୍ବାଚିତ ହେବାର ସୁଯୋଗ ପାଇବେ । କିନ୍ତୁ ସହରବାସୀ କଣ ପାଇଁ ଭୋଟ ଦେବେ ଓ କାହାକୁ ଭୋଟ ଦେଇ ଏହି ସହରର ଭାଗ୍ୟ ବଦଳାଇବେ ପ୍ରତ୍ୟେକଟି ମନରେ ଏପରି ଉଦ୍ଭଟ ପ୍ରଶ୍ନ ଉଙ୍କି ମାରିଛି । ଅବଶ୍ୟ ଏହା ପଛରେ ବଳିଷ୍ଠ ଯୁକ୍ତି ମଧ୍ୟ ରହିଛି । କାରଣ ଏଠାରେ ନା ଅଛି ଉନ୍ନତ ସହରାଂଚଳର ରାସ୍ତା, ଆଲୋକୀକରଣ, ଗମନାଗମନ ସୁବିଧା, ଜଳଯୋଗାଣ, ଷ୍ଟାଡିୟମ, ଅବସରବିନୋଦନ କେନ୍ଦ୍ର, ବ୍ୟାୟାମଶାଳା, ପାର୍କ ଅବା ଏକ ଯୋଜାନାବଦ୍ଧ ସହରାଂଚଳର ପରିବେଶ । ଏବେବି ଏହା ଏକ ଅନୁନ୍ନତ ବଡ଼ ଗାଁର ଭ୍ରମ ସୃଷ୍ଟି କରୁଛି । ସହରର ଚାକଚକ୍ୟ ପରିବେଶ ନାହିଁ । ସହରବାସୀଙ୍କ ପାଇଁ ଅବହେଳିତ, ନିଷ୍ପେସିତ, ଯନ୍ତ୍ରଣା ଦାୟକ, ଅନୁନ୍ନତ ଭଳି ଶବ୍ଦ ହିଁ ବ୍ୟବହାର ଯଥେଷ୍ଟ ହେବ । ୧୯୮୮ରୁ ୨୦୨୪ ସହରାଂଚଳ ଗଠନ ହେବାର ୩୬ବର୍ଷ ହେବାକୁ ବସିଛି । ପୌରପରିଷଦ ଅଧୀନରେ ଥିବା ୨୦ଟି ୱାର୍ଡରେ ୨୦୧୧ ଜନଗଣନା ଅନୁସାରେ ୩୬ ହଜାର ୫୨୮ ଜଣ ବସବାସ କରୁଛନ୍ତି । ହେଲେ ଏଠାରେ ୯୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ବାସ ଓ କାରବାର ହେଉଛି ବୋଲି ଘରୋଇ ଭାବେ ଆକଳନ କରାଯାଉଛି । କିନ୍ତୁ ସହରବାସୀଙ୍କୁ ଉପଯୁକ୍ତ ସେବା ଉପଲବ୍ଧ ହେଉନାହିଁ । ସହରକୁ ସଂଯୋଗ କରୁଥିବା ରାସ୍ତା ଅଣଓସାରିଆ । କଟକ ଭୁବନେଶ୍ୱରକୁ ଯାତାୟାତ କରିବା ପାଇଁ ବସଷ୍ଟାଣ୍ଡ ନଥିବାରୁ ରାସ୍ତାରେ ଛିଡାହୋଇ ନାନା ସମସ୍ୟା ଭୋଗିବାକୁ ପଡ଼େ । ଏମିତିକି ବାହାରୁ ଆସୁଥିବା ବଡ଼ ବଡ ଅଫିସର ଏଠାକୁ ଆସି ରହିବା ବା କାର୍ଯ୍ୟ ସମୀକ୍ଷା କରିବାକୁ ନାକ ଟେକନ୍ତି । ଅଧିକାଂଶ ଗାଡ଼ି ମଟର ପଟ୍ଟାମୁଣ୍ଡାଇ ସହର ଦେଇ ଯାତାୟାତ କରୁଥିବାରୁ ଟ୍ରାଫିକ୍ ସମସ୍ୟା ଉତ୍କଟ । ତେଣୁ ଏଥର ନିର୍ବାଚନରେ ଟ୍ରାଫିକ୍ ସମସ୍ୟା, ରିଂରୋଡ୍‌, ସହରର ସବୁ ୱାର୍ଡକୁ କଂକ୍ରିଟ୍ ରାସ୍ତା, ବର୍ଷା ଜଳ ଓ ଡ୍ରେନ୍ ପାଣି ନିଷ୍କାସନ ବ୍ୟବସ୍ଥା ପାଇଁ ପୂର୍ଣ୍ଣାଙ୍ଗ ଡ୍ରେନେଜ୍ ବ୍ୟବସ୍ଥା ଗୁଡ଼ିକ ହିଁ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ରହିବ । ସହର ମଧ୍ୟରେ ଯାଇଥିବା ଗୋବରୀ ନଦୀ ପୋତିହୋଇପଡିବାରୁ ମୁଷ୍ଟିମେୟ ବ୍ୟକ୍ତିଙ୍କ କବ୍‌ଜାରେ ଥିବାରୁ ସେସବୁ ପୁନରୁଦ୍ଧାର ମଧ୍ୟ ଜନପ୍ରତିନିଧିଙ୍କ ପାଇଁ ବଡ଼ ଆହ୍ୱାନ ହେବ । ସହରରେ ଥିବା ଷ୍ଟ୍ରିଟ୍ ଲାଇଟ୍ ମଧ୍ୟରୁ ଅଧାରୁ ଅଧିକ ଅକାମୀ । ଦାୟିତ୍ୱରେ ଥିବା ଠିକା ସଂସ୍ଥା ମରାମତି କରୁନାହିଁ କି ଆବଶ୍ୟକ ପଡ଼ୁଥିବା ନୂଆ ଷ୍ଟ୍ରିଟ୍ ଲାଇଟ୍ ଲଗାଉ ନାହିଁ । ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ଜଳ ଯୋଗାଣ ସମ୍ଭବ ହୋଇ ନାହିଁ । ଠିକା ସଂସ୍ଥା ଦ୍ୱାରା ପୌରାଚଂଳର ସଫେଇ ଧର୍ମକୁ ଆଖିଠାର ଭଳି ଲାଗୁଛି । ପ୍ରତି ୱାର୍ଡ ଗୁଡ଼ିକରୁ ଅଳିଆ ଉଠି ପାରୁ ନାହିଁ । ସରକାର ମାଇକ୍ରୋ କମ୍ପୋଷ୍ଟ ପ୍ଲାଂଟ ପ୍ରସ୍ତୁତ ହୋଇଥିଲେ ହେଁ ତାହା କାର୍ଯ୍ୟକ୍ଷମ ହେଉନାହିଁ । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ କଲ୍ୟାଣ ମଣ୍ଡପ ଅବ୍ୟହୃତ ହୋଇ ପଡ଼ିଛି । ଅବସର ବିନୋଦନ ପାଇଁ ସ୍ମାଟ ପାର୍କ ବହୁଦୂରରେ ସହର ପାଖରେ ଭଲ ପାର୍କ ଟିଏ ନାହିଁ । ଉଠାଦୋକାନୀଙ୍କୁ ଥଇଥାନା କରାଯାଉ ନାହିଁ । ସହରର ଭିତିଭୂମିକ ପ୍ରସଙ୍ଗକୁ ନେଇ ଆଗାମୀ ନିର୍ବାଚନ ରଣାଙ୍ଗନ ସରଗରମ ହେବ ଓ କାହା ପଲା ଭାରୀ ରହୁଛି ତାହା ଜଣାପଡ଼ିବ ବୋଲି ମତ ପ୍ରକାଶ ପାଉଛି ।


Discover more from

Subscribe now to keep reading and get access to the full archive.

Continue reading