କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ ଚାନ୍ଦ କ୍ଲବକୁ ୩-୨ଟ୍ରାଇବ୍ରେକରେ ହରାଇଲା


 

କେନ୍ଦ୍ରାପଡ଼ା,୩୧ା୧ : ଫକିରାବାଦ ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଚତୁର୍ଥ ବାର୍ଷିକ ସର୍ବ ଭାରତୀୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି-୨୦୨୪ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି ଫାଇନାଲ ମ୍ୟଚ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବର ସଭାପତି ସଲିମ ଖାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚକୁ ଭଦ୍ରକ ପୈାରପରିଷଦର ଅଧ୍ୟକ୍ଷ ଗୁଲମକି ହବୀବ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ, ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ, ସମାଜସେବୀ ସଂଗ୍ରାମ ଜେନା, ଯୁବନେତା ଜାହିଦ ହବିବ, ଭଦ୍ରକ ପୈାର ପରିଷଦର କାଉନସିଲର ଫରିୟାଜ ଖାଁ, ଉସମାନୁଲ ହକ୍ ଓ କେଡିୟୁଜେ ସଭାପତି ପରେଶ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ ଓ କେନ୍ଦ୍ରାପଡାର ଚାନ୍ଦ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଲେବର ସ୍ପୋଟିଂ କ୍ଲବ ଚାନ୍ଦ କ୍ଲବକୁ ୩-୨ ଟ୍ରାଇବ୍ରେକରରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଲେବର ସ୍ପୋଟିଂ କ୍ଲବର ଖେଳାଳୀ ବେନ୍ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଆସନ୍ତା ଫେବୃୟାରୀମାସ ୨ତାରିଖରେ କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ କଟକର ଇଣ୍ଡିପେଣ୍ଡେନ୍ସ କ୍ଲବକୁ ଫାଇନାଲ ମ୍ୟାଚରେ ଭେଟିବ । ଆଜିର ମ୍ୟାଚକୁ ମୁଖ୍ୟ ରେଫରୀ ସୁଜିତ ଦାସଙ୍କ ସମେତ ଲକ୍ଷ୍ମଣ ସୋରେନ୍‌, ସନ୍ଦୀପ ଦାସ, ଯୋଗି ପଲେଇ ଓ ସେକ ମୋକିମ ପ୍ରମୁଖ ରେଫରୀମାନେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲବର କାର୍ଯ୍ୟକାରୀ ସଭାପତି ମହମ୍ମଦ ନିଆଜ(ମତୁ), ଉପସଭାପତି ସେକ ସଫାତୁଲ୍ଲା, ସମିଉଲ୍ଲା ଖାନ(ଜୁମା), ଅକିଲ ଅହେମ୍ମଦ, ସେକ ଫରିଦୁଦ୍ଦିନ, ସେକ ବୁରାନ ଅଲ୍ଲୀ, ଉପଦେଷ୍ଟା ସୟଦ ଅବଦୁଲ ସତ୍ତାର, ସୟଦ ଅକମଲ ଅଲ୍ଲୀସାଧାରଣ ସମ୍ପାଦକ ସେକ ସାହାବୁଲ୍ଲା, ସମ୍ପାଦକ ମୀର ଜରାର୍‌, ଆୟାଜ୍ ମହମ୍ମଦ, ମୀର ୟାସିର, ମୀର ସଲିମ, କଲିମ ଖାନ, କୋଷାଧ୍ୟକ୍ଷ ସେକ ମୁସ୍ତାକ ଓ ମହମ୍ମଦ ଆଝାରୁଦ୍ଦିନ ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୀର ଆବୁ ଓବେଦା, ମୀର ବକାଉଲ୍ଲା, ମୀର ଫାରୁକ, ମହମ୍ମଦ ଲିଆକତ ଅଲ୍ଲୀ, ସେକ ହାଇଦର ଅଲ୍ଲୀ, ସୟଦ ଏହେସାନ ଅଲ୍ଲୀ, ମୀର ଆବୁସମା, ଜାହିଦ ଖାନଙ୍କ ସମେତ କ୍ଲବର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଫୁଟବଲ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading