ବିନୟ ହେବେ କି ବିଜେପି ସାଂସଦ ପ୍ରାର୍ଥୀ


କେନ୍ଦ୍ରାପଡ଼ା,୩୧ା୧ : ଭାରତୀୟ ଜନତା ପାର୍ଟି ପାଇଁ ଏକ ସ୍ୱଚ୍ଛ ନିର୍ମଳ ଆଉ ର୍ନିବିବାଦୀୟ ଚେହେରା ମିଳିଯାଇଛି । କେନ୍ଦ୍ରାପଡାର ସାଂସଦ ପ୍ରାର୍ଥୀ ଭାବେ ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ସିଓପଡ଼ା ଅଞ୍ଚଳର ବିଶିଷ୍ଟ ପ୍ରଫେସର ଡ. ବିନୟଭୂଷଣ ଜେନା ପ୍ରମୁଖ ଦାବିଦାର ହୋଇଛନ୍ତି । ହଠାତ୍ ସାଂସଦ ପ୍ରାର୍ଥୀ ଭାବରେ ଜଣେ ଶିକ୍ଷାବିତ, ଦୂରଦ୍ରଷ୍ଟା ତଥା ସମାଜସେବୀ ଭାବରେ କେନ୍ଦ୍ରାପଡା ଦାୟିତ୍ୱ ନେବା ଗର୍ବର ବିଷୟ ପାଲଟିଛି । କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଓଡିଶା ରାଜନୀତିର ସର୍ବଦା ଏକ ହଟଚମଟ ସିଟ ଭାବେ ରହିଆସିଛି । ଜିଲ୍ଲା ତଥା ନିର୍ବାଚନମଣ୍ଡଳୀ ବାହାରେ ଥିବା ବହୁଭାରୀ ନେତା ବିଜୁ ପଟ୍ଟନାୟକ, ରବି ରାୟ, ବୈଜୟନ୍ତ ପଣ୍ଡାଙ୍କ ଠାରୁ ଆରମ୍ଭ କରି ଅନୁଭବ ମହାନ୍ତି ପର୍ଯ୍ୟନ୍ତ ନେତାଙ୍କ ରାଜନୈତିକ କ୍ୟାରିୟର ପାଇଁ ଏହା ଏକ ନିରାପଦ ସ୍ଥାନ ରହିଥିଲା । ଜିଲ୍ଲାରେ ଜଳ, କୃଷି ଠାରୁ ପର୍ଯ୍ୟଟନ ପର୍ଯ୍ୟନ୍ତ ବିପୁଳ ଉତ୍ସ ଥିବା ସତ୍ୱେ କେନ୍ଦ୍ରାପଡା ଉଲ୍ଲେଖନୀୟ ଅଗ୍ରଗତି କରିପାରି ନାହିଁ । ଏହି ଅଗ୍ରଗତି ପାଇଁ ସାଂସଦ ପ୍ରାର୍ଥୀ ଭାବରେ ବିନୟ ଉଭା ହେଉଥିବା ବିଶେଷ ସୁତ୍ରରୁ ଜାଣିବାକୁ ମିଳିଛି । ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ ତୃଣମୂଳ ସ୍ତରର ଏକ ନାମ ପ୍ରଥମ ଥର ପାଇଁ କେନ୍ଦ୍ରାପଡା ମାଟିରେ ପ୍ରତିଧ୍ୱନିତ ହେବାରେ ଲାଗିଲାଣି । ପ୍ରଫେସର ବିନୟ ଭୂଷଣ ଜେନା ଯେକି ଅନ୍ୟତମ ଲୋକପ୍ରିୟ ଶିକ୍ଷାବିତ୍ ତଥା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଫ୍ୟାଶନ୍ ଟେକ୍ନୋଲୋଜି (ଭୁବନେଶ୍ୱର)ର ପ୍ରଫେସର ଅଛନ୍ତି ସେ । ପୂର୍ବରୁ ନିଫ୍ଟ ଭୁବନେଶ୍ୱରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିସାରିଛନ୍ତି ଏବଂ ଟେକ୍ସଟାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ, ଓଡ଼ିଶା ୟୁନିଟ୍‌ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି ସେ । ନିଫ୍ଟ୍ଟର ସମସ୍ତ ୧୮ କ୍ୟାମ୍ପସକୁ ପ୍ରତିନିଧିତ୍ୱ କରୁଥିବାବେଳେ ନିଫ୍ଟ୍ ବିଭାଗର ଏଫଏମଏସ ବିଭାଗର ଚେୟାରମ୍ୟାନ୍ ଅଛନ୍ତି । ପ୍ରଫେସର ଜେନା ବିଭିନ୍ନ ବିକାଶମୂଳକ ତଥା ସାମାଜିକ-ସାଂସ୍କୃତିକ ଫୋରମରେ ତାଙ୍କର ସମ୍ପ୍ରସାରଣ ସେବା ଏବଂ ନେଟୱାର୍କ ତଥା ରାଜ୍ୟର ଶିକ୍ଷାବିତଙ୍କ ମଧ୍ୟରେ ଏକ ଲୋକପ୍ରିୟ ନାମ ଭାବେ ବେଶ ଜଣାଶୁଣା । ସେ ନୂଆଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ), ଏବଂ ରେଭେନ୍ସା କଲେଜରେ ଅଧ୍ୟୟନ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ କେନ୍ଦ୍ରାପଡା କଲେଜରେ ଛାତ୍ରନେତା ଭାବେ ବେଶ ଜଣାଶୁଣା ଥିଲେ । ସାଂସଦ ପ୍ରାର୍ଥୀ ଭାବରେ ତାଙ୍କ ନାମ ଶୁଣିବା ପରେ କେନ୍ଦ୍ରାପଡାର ସାଧାରଣ ଜନତା ଖୁସିରେ ବିଭୋର ହୋଇପଡିଛନ୍ତି । ଲାଗୁଛି ଯେପରି ଲୋକମାନେ ପ୍ରଫେସର ଜେନାଙ୍କ ପରି ଏକ ନିର୍ମଳ ଭାବମୂର୍ତ୍ତିକୁ ଅପେକ୍ଷା କରିଛନ୍ତି ଏବଂ ତାଙ୍କ ପରି ବ୍ୟକ୍ତିଙ୍କୁ ଅତି ନମ୍ର ପୃଷ୍ଠଭୂମିରୁ ଆସୁଥିବା ସୁଯୋଗ ଦେବା ପାଇଁ ଲୋକମାନେ ଅପେକ୍ଷା କରିଛନ୍ତି । ଯଦିଓ ଭାଇରାଲ ବାର୍ତ୍ତା ଭାରତୀୟ ଜନତା ପାର୍ଟି (ବିଜେପି)ରୁ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ କିଛି ନିଶ୍ଚିତ ବାର୍ତା ମିଳିନି ତଥାପି ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିନୟ ହିଁ ସାଂସଦ ପ୍ରାର୍ଥୀ ଭାବେ ପ୍ରମୁଖ ଦାବିଦାର ରହିଛନ୍ତି ।


Next Post

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାଇୱା ଚାଳକ ମୃତ

Thu Feb 1 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଷଣ୍ଢପଲ୍ଲୀ ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଜଣେ ହାଇୱା ଚାଳକଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ହେଲେ କେନ୍ଦ୍ରାପଡା ବାଲିଆ ଭାଗବତପୁର ଗ୍ରାମର ଜୟନ୍ତ ରାଉତ (୩୬) । ବାଲି ବୋଝେଇ ହାଇୱାରୁ ବାଲି ଅନେଲାଡ କରୁଥିବା ବେଳେ ଏହି ଅଘଟଣ ଘଟିଛି । ସୂଚନା ଅନୁଯାୟୀ ବୁଧବାର ଜୟନ୍ତ ନିଜ ହାଇୱା ଗାଡିରେ ବାଲି ଆଣି ପାଖାପାଖି ରାତ୍ରୀ ୧୧ଟାରେ […]

You May Like