ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାଇୱା ଚାଳକ ମୃତ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଷଣ୍ଢପଲ୍ଲୀ ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଜଣେ ହାଇୱା ଚାଳକଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ହେଲେ କେନ୍ଦ୍ରାପଡା ବାଲିଆ ଭାଗବତପୁର ଗ୍ରାମର ଜୟନ୍ତ ରାଉତ (୩୬) । ବାଲି ବୋଝେଇ ହାଇୱାରୁ ବାଲି ଅନେଲାଡ କରୁଥିବା ବେଳେ ଏହି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ ବୁଧବାର ଜୟନ୍ତ ନିଜ ହାଇୱା ଗାଡିରେ ବାଲି ଆଣି ପାଖାପାଖି ରାତ୍ରୀ ୧୧ଟାରେ ଷଣ୍ଢପଲ୍ଲୀ ଗ୍ରାମର ମନ୍ଦିର ସମ୍ମୁଖରେ ବାଲି ବୋଝଇ ହାଇୱା ଟ୍ରକରୁ ବାଲି ଅନଲୋଡ କରୁଥିଲେ । ଟ୍ରକ ଉପର ଦେଇ ଯାଇଥିବା ଶକ୍ତି ସମ୍ପନ୍ନ ୧୧ କେବି ବିଦ୍ୟୁତ ତାର କୁହୁଡି ଯୋଗୁ ଦେଖାନଯିବାରୁ ତା ସଂସ୍ପର୍ଶରେ ଆସି ବାଲି ଅନଲୋଡ କରୁଥିବା ଚାଳକ ତାଥା ଗାଡିମାଲିକ ବିଦ୍ୟୁତ ଆଘାତ ଲାଗି ପୋଡି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ୧୦ ବର୍ଷ ତଳେ ପଟ୍ଟାମୁଣ୍ଡାଇ ବ୍ଲକ ଗୋପ୍ତିରା ଗ୍ରାମରେ ବିଭା ହୋଇଥିବା ବେଳେ ତାଙ୍କର ୯ ବର୍ଷର ଜଣେ ପୁଅ ଅଛନ୍ତି । ତାଙ୍କର ୨ଟି ହାଇୱା ଗାଡି ଥିବା ବେଳେ ଏହି ଗାଡିକୁ ସେ ନିଜେ ଚଲାନ୍ତି ବୋଲି କୁହାଯାଉଛି ।


Next Post

ଲୋକନାଥପୁର ପିୟୁପି ସ୍କୁଲ ପାଇଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

Thu Feb 1 , 2024
ଗତ କାଲି କଳିଙ୍ଗ ଷ୍ଟାଡିୟମଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଧବଳେଶ୍ଵର ନୋଡାଲ ୟୁପି ସ୍କୁଲ୍ ଏବଂ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ପଟ୍ଟାମୁଣ୍ଡାଇ ବ୍ଲକର ମାତ୍ର ଦୁଇଟି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଥିବା ବେଳେ ଦୁଇ ପ୍ରଧାନଶିକ୍ଷକ ଯଥାକ୍ରମେ ପ୍ରଭାକର ପରିଡ଼ା ଓ ଶୁଭା°ଶୁ କୁମାର ଦାସଙ୍କୁ ଉଭୟ ସ୍କୁଲ ଓ ପ୍ରଧାନଶିକ୍ଷକଙ୍କୁ ପୁରସ୍କାର ଅର୍ଥରାଶି,ଟ୍ରଫି ଓ ମାନପତ୍ର ଇତ୍ୟାଦି ପ୍ରଦାନ କରିଅଛନ୍ତି। […]