ପଟ୍ଟାମୁଣ୍ଡାଇ କଲେଜ ଗଣିତ ବିଭାଗର ରାଜ୍ୟସ୍ତରୀୟ ଆଲୋଚନାଚକ୍ର



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ  ମହାବିଦ୍ୟାଳୟରେ ଗଣିତ ବିଭାଗ ପକ୍ଷରୁ “ସ୍ତୋକାଷ୍ଟିକ ପ୍ରୋସେସ ଓ କଂପ୍ଲେକ୍ସ ଡିନାମିକସ ” ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଭୂୟାଁଙ୍କ ପୌରହିତରେ ଆୟୋଜିତ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ରରେ ଭୁବନେଶ୍ୱର ଆଇଆଇଟି ପ୍ରଫେସର ଡ଼କ୍ଟର ତାରାକାନ୍ତ ନାୟକ ମୁଖ୍ୟଆଲୋଚକ ଓ ଭୁବନେଶ୍ୱର ଆଇଆଇଟି ର ସହକାରୀ ପ୍ରଫେସର ଡ଼କ୍ଟର ଆକାଶ ଆଶୀର୍ବାଦ ପଣ୍ଡା ସହକାରୀ ଆଲୋଚକ ଭାବେ ଯୋଗ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ଡ଼ ନାୟକ କଂପ୍ଲେକ୍ସ ଡିନାମିକସର ମୂଳ ତତ୍ୱ ବିଷୟରେ ଆଲୋଚନା ପୂର୍ବକ ପିଲାମାନଙ୍କ ସହ ପ୍ରଶ୍ନ ଉତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଡ଼ ପଣ୍ଡା ସ୍ତୋକାଷ୍ଟିକ ପ୍ରୋସେସର ବିଭିନ୍ନ ତତ୍ୱ ଭିତିକ ପ୍ରୟୋଗର ବାଖ୍ୟା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଗଣିତ ବିଭାଗ ମୁଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ ସ୍ୱାଗତ ଭାଷଣ ଦେବା ସହିତ ସନ୍ଦର୍ଭ ପାଠ କରିଥିଲେ । ଏଇ ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଅଧ୍ୟାପକ ଡ. ନିର୍ମଳ କୁମାର ସାହୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ତଥା ରାଜ୍ୟର ବିଭିନ୍ନ କଲେଜର ଗଣିତ ବିଭାଗର ପ୍ରାଧ୍ୟାପକ ବିପିନ ବିହାରୀ ନାଥ , ବିଶ୍ୱନାଥ ନାୟକ , ନିରଞ୍ଜନ ନାୟକ,କାଂଚନ ସାହୁ, ସନ୍ଦୀପ ମହାପାତ୍ର , ଶିବ ଚରଣ ଦାସ, ରତ୍ନାକର ସାହୁ, ରତିକାନ୍ତ ଲେଙ୍କା, ଡ.଼ ଅରୁଣ କୁମାର ତ୍ରିପାଠୀ, ଅମରେନ୍ଦ୍ର ମଲିକ ପ୍ରମୁଖ ଯୋଗଦେଇଥିଲେ । ବିଭାଗର ସମସ୍ତ ଛାତ୍ରୀଛାତ୍ର ଏବଂ ମହାବିଦ୍ୟାଳୟର ଅଧ୍ୟାପିକା ଓ ଅଧ୍ୟାପକ ମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆନ୍ତରିକ ଗୁଣବତା କମିଟୀର ସଂଯୋଜକ ପ୍ରାଧ୍ୟାପକ ଡ ସୁନୀଲ କୁମାର ପ୍ରଧାନ,ପ୍ରାଧ୍ୟାପକ ଫକୀର ଚନ୍ଦ୍ର ପ୍ରଧାନ , ଅଧ୍ୟାପକ ରଞ୍ଜନ କୁମାର ଗାହାଣ, ଅଧ୍ୟାପକ ଆଲୋକ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।


Next Post

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ସମ୍ମାନିତ ହେଲେ ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ଡକ୍ଟର ରାମଚନ୍ଦ୍ର ବେହେରା

Mon Feb 5 , 2024
ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ସମ୍ମାନିତ ହେଲେ ବିଶେଷ ପ୍ରତିଭା । ଓଡ଼ିଆ ଭାଷା ପ୍ରତି ବିଶେଷ ଅବଦାନ ଓ ସମ୍ମାନ ଲାଭ କରି ଗର୍ବ ଆଣିଥିବା ବିଶେଷ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ଲୋକପ୍ରିୟ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ଡକ୍ଟର ରାମଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।  ଭାଷା ମହାକୁମ୍ଭର ଏହି ସମ୍ବର୍ଦ୍ଧନା […]

You May Like