ଶ୍ରମିକ କୃଷକ ମାନଙ୍କର ଗଣକନଭେସନ: ୧୬ ଫେବୃୟାରୀ ହରତାଳକୁ ସଫଳ କରିବାକୁ ଆହ୍ୱାନ୍‌


 

କେନ୍ଦ୍ରାପଡ଼ା,୫ା୨ : ବିଜେପି ନେତୃତ୍ୱାଧୀନ ମୋଦି ସରକାରଙ୍କ କର୍ପୋରେଟ ସପକ୍ଷବାଦୀ ନୀତି ଫଳରେ ଦେଶର ଶ୍ରମିକ, କୃଷକ ତଥା ସାଧାରଣ ଜନତାଙ୍କ ଜୀବନ ଜୀବିକା ଲଗାତର ଭାବେ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଏଥିସହିତ ଦେଶର ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ଗଭୀର ଶଙ୍କଟ ସୃଷ୍ଟି ହୋଇଛି । ଆଜି ସାରା ଦେଶରେ କର୍ପୋରେଟ କ୍ଷେତ୍ରକୁ ଋଣ ଛାଡ କରିବା ସହିତ ଟିକସ କମାଇବା ବେଳେ ଚାଷୀ, ଶ୍ରମିକ ଏବଂ ସାଧାରଣ ବର୍ଗଙ୍କ ଉପରେ ଟିକସ ବଢି ବଢି ଚାଲିଥିବାତରୁ ଦର ବୃଦ୍ଧି ଘଟୁଛି । ଗତ ବଜେଟ୍ କର୍ପୋରେଟ୍ ସପକ୍ଷବାଦୀ ହୋଇଥିବା ବେଳେ ଚାଷୀ ଆତ୍ମହତ୍ୟାକୁ ରୋକିବା ପାଇଁ କୈାଣସି ବ୍ୟବସ୍ଥା ନାହିଁ । ଏଥିରୁ ଦେଶ ତଥା ଦେଶବାସୀଙ୍କୁ ଉଦ୍ଧାର କରିବା ପାଇଁ ସାରା ଦେଶରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ ୟୁନିଅନମାନଙ୍କ ମିଳିତ ମଞ୍ଚ ଓ ସ୍ୱାଧୀନ ଫେଡେରେସନ ସମୁହ ପକ୍ଷରୁ ଫେବୃୟାରୀ ୧୬ତାରିଖରେ ଦିଆଯାଇଥିବା ଦେଶବ୍ୟାପୀ ହରତାଳ ଓ ଧର୍ମଘଟ ସହିତ ଗ୍ରାମୀଣ ଭାରତ ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାରେ ଏହାକୁ ସଫଳ କରିବା ପାଇଁ କେନ୍ଦ୍ରାପଡା ସହରରର ପବ୍ଲିକ ରିଡିଂରୁମ ପରିସରରେ ଶ୍ରମିକ, କୃଷକ ଓ କର୍ମଚାରୀମାନଙ୍କ ସଂଗଠନକୁ ନେଇ ଏକ ଗଣ କନଭେନସନ୍ ଆୟୋଜିତ ହୋଇଯାଇଛି । ଶ୍ରମିକ ନେତା ଜଗତଜୀବନ ଦାଶ, ମୁକ୍ତାର ଖାଁ, କୃଷକ ନେତା ଆଦିକନ୍ଦ ରାଉଳ ଓ ଶିକ୍ଷକ ନେତା ନିର୍ମଳ ନାୟକଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଦ୍ୱାରା ପରିଚାଳିତ ଏହି କନଭେନସନରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆବାହକ ତଥା ଓଡିଶା କୃଷକ ସଭାର ଜିଲ୍ଲା ସଭାପତି ଗୟାଧର ଧଳ ଭିତ୍ତିପତ୍ର ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏ.ଆଇ.ଟି.ୟୁ.ସି. ନେତା ରମଣୀରଞ୍ଜନ ରାଉତରାୟ, କିଷାନ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ଗ୍ରାମୀଣ ଡାକ କର୍ମଚାରୀ ସଙ୍ଘର ସଭାପତି ବିଜୟ ନାୟକ, କିଷାନ ମଜଦୁର ସଙ୍ଘର ନେତା ପ୍ରକାଶ ମଲ୍ଲିକ, କର୍ମଚାରୀ ନେତା ନରୋତ୍ତମ ପାର୍ଥସାରଥୀ, ଶିକ୍ଷକ ନେତା ବାବାଜୀ ଦାସ, ପାଚିକା ସଙ୍ଘ ନେତ୍ରୀ ସୁହାନା ବେଗମ୍‌, ଆଶା ସଙ୍ଘ ଜିଲ୍ଲା ସମ୍ପାଦିକା କାନ୍ତିପ୍ରଭା ନାୟକ, କୃଷକ ନେତା ନାରାୟଣ ପରିଡା, ବିଜୟ ଦାସ, ମହେନ୍ଦ୍ର ପରିଡା, ରମେଶ ଚନ୍ଦ୍ର ପ୍ରଧାନ, ପଦ୍ମନାଭ ଦାସ, ଶ୍ରମିକ ନେତା ବସନ୍ତ ସେଠୀ, ପ୍ରକାଶ ମହାନ୍ତି, ସୈାମ୍ୟକାନ୍ତ ଧଳ, ରଣଧୀର ଜେନା ପ୍ରମୁଖ ବିଭିନ୍ନ ସଂଗଠନର ନେତୃବୃନ୍ଦମାନେ ୧୬ଫେବୃୟାରୀରେ ହେବାକୁ ଥିବା ଏହି ଭାରତ ବନ୍ଦକୁ ସାରା ଜିଲ୍ଲାରେ ସଫଳ କରିବା ପାଇଁ ଆହ୍ୱାନ ଦେବା ସହିତ କେନ୍ଦ୍ରାପଡାର ଜନସାଧାରଣଙ୍କୁ ନିବେଦନ କରିଥିଲେ । ଶେଷରେ ଯୁବନେତା ସଞ୍ଜୟ ବସନ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading