ବିଶ୍ୱ ଧରିତ୍ରୀ ଦିବସରେ ପ୍ଲାଷ୍ଟିକ ସଚେତନତା



ପଟ୍ଟାମୁଣ୍ଡାଇ ୨୨/୪ ଅନନ୍ତ ଦାଶ – ବିକାଶ ସାଥୀ ପକ୍ଷରୁ ବିଶ୍ୱ ଧରିତ୍ରୀ ଦିବସ ପାଳନ ଅବସରରେ ପ୍ଲାଷ୍ଟିକ ବର୍ଜନ ସଚେତନତା ଅଭିଯାନ କସ୍ତୁରୀ କଳା ନିକେତନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରକଳ୍ପ ମୁଖ୍ୟ ରୁତିକା ନାଥଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବହୁ ପରିବେଶବିତ, ପ୍ରକୃତିପ୍ରେମୀ ଶିକ୍ଷାବିତ ଓ ସମାଜସେବୀ ଯୋଗ ଦେଇ ବିଶ୍ୱ ଧରିତ୍ରୀ ଦିବସ ପାଳନର ମହତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବର୍ଜନ ସମ୍ପର୍କ ରେ ସଚେତନତା ସୃଷ୍ଟି କରିଥିଲେ । ଏଇ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ଚିତ୍ର ମାଧ୍ୟମରେ ପ୍ଲାଷ୍ଟିକ ବର୍ଜନ ପାଇଁ ସଚେତନତା ବାର୍ତା ପ୍ରଚାର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ପରିବେଶବିତ, ପ୍ରକୃତିପ୍ରେମୀ, ସମାଜସେବୀ ଶିକ୍ଷାବିତ, କବି, ସାହିତ୍ୟିକ, ବୁଦ୍ଧିଜୀବୀ ଓ ପିଲାମାନେ ଯୋଗ ଦେଇଥିଲେ ।


Next Post

ପଟ୍ଟାମୁଣ୍ଡାଇ ମୈଦାନକୁ ଓହ୍ଲାଇଲେ ବୈଜୟନ୍ତ

Tue Apr 23 , 2024
ପଟ୍ଟାମୁଣ୍ଡାଇ ୨୨/୪ ଅନନ୍ତ ଦାଶ -କେନ୍ଦ୍ରାପଡ଼ା ଲୋକସଭା ଭାଜପା ପ୍ରାର୍ଥୀ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସୋମବାର ପଟ୍ଟାମୁଣ୍ଡାଇରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ପ୍ରଥମେ ବେଲତଳ ଗ୍ରାମକୁ ଯାଇ କାଉନସିଲର ଗୋପୀବଲ୍ଲଭ ନାୟକଙ୍କ ଭାଇ ରବି ବଲ୍ଲଭ ନାୟକ ପରଲୋକ ହୋଇଥିବାରୁ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ସେହିପରି ଭାଜପା ନେତା ଚନ୍ଦନ ପାତ୍ରଙ୍କ ପିତା ଗୁରୁ ଚରଣ ପାତ୍ରଙ୍କ ପରଲୋକ ହୋଇ ଥିବାରୁ ତାଙ୍କ […]

KANIKA