ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର



କେନ୍ଦ୍ରାପଡ଼ା,୫ା୨ : ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ଜିଲ୍ଲା କମିଟି ପକ୍ଷରୁ ଏକ ୬ଦଫା ସମ୍ବଳିତ ଦାବିପତ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସ୍ୱାସ୍ଥ୍ୟସେବାର ମୁଖ୍ୟ ବିନ୍ଧାଣୀ ଆଶାକର୍ମୀଙ୍କ ମାସିକ ପାରିଶ୍ରମିକ ୨୬ହଜାର ଟଙ୍କା ପ୍ରଦାନ କରାଯିବା, ଡବ୍ଲୁଏଚସି ଅର୍ଥ ମହାକାଳପଡା ସିଏଚସିରେ ପ୍ରଦାନ କରାଯିବା, ଆଶାକର୍ମୀଙ୍କ ବାର୍ଷିକ ପ୍ରୋବେସନ ରାଶୀ ପ୍ରଦାନ କରାଯିବା, ଇନ୍ଦୁପୁର ସିଏଚସିର ବକେୟା ରାଶୀ ପ୍ରଦାନ କରାଯିବା, ପ୍ରତ୍ୟେକ କାମକୁ ରେଜିଷ୍ଟର ପ୍ରଦାନ କରାଯିବା, ଆୟୁଷ୍ମାନ କାର୍ଯ୍ୟକ୍ରମରେ ଆଶାକର୍ମୀଙ୍କୁ ି ପ୍ରୋତ୍ସାହନ ରାଶୀ ପ୍ରଦାନ ପ୍ରଭୃତି ଦାବି ଗୁଡିକ ରହିଛି । ଜିଲ୍ଲା ସମ୍ପାଦିକା କାନ୍ତୀପ୍ରଭା ନାୟକ, ସଂଗଠନ ସମ୍ପାଦିକା ଭଗବତୀ ନାୟକ, ଇନ୍ଦୁପୁର ସମ୍ପାଦିକା ନନ୍ଦିନୀ ସ୍ୱାଇଁ, ସଶ୍ମିତା ବାରିକ, ରାଜକନିକାର କବିତା ମଲ୍ଲିକ, ପଟ୍ଟାମୁଣ୍ଡାଇର ଜଲିରାଣୀ ଦାସ, କବିତା ସାମଲ, ରାଜ୍ୟ ନେତୃତ୍ନ ରମଣୀରଞ୍ଜନ ରାଉତରାୟ, ଜିଲ୍ଲା ଉପସଭାପତି ଅଜୟ ସାମଲ ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।


Next Post

ସରକାରୀ ଜମିକୁ ବେଆଇନ କୋଠା ନିର୍ମାଣ ଜିଲ୍ଲାପାଳଙ୍କୁ ଅଭିଯୋଗ

Tue Feb 6 , 2024
କେନ୍ଦ୍ରାପଡା ସହରରେ ସରକାରୀ ଜମିରେ ବେଆଇନ କୋଠା ନିର୍ମାଣ କରାଯାଉଥିବା ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ ହୋଇଛି । ସାଧାରଣ ଜନତାଙ୍କ ପାଇଁ ଜଳ ନିଷ୍କାସନ ଓ ରାସ୍ତା ଅଭିବୃଦ୍ଧି ନିମନ୍ତେ ଉଦ୍ଦିଷ୍ଟ ଜଳସେଚନ ବିଭାଗ ଜମିକୁ ଜୋର ଦବରଦସ୍ତ ଅବରୋଧ କରାଯାଇ ସେହି ଜମି ଉପରେ କୋଠା ନିର୍ମାଣ କରାଯାଉଥିବା ସହରର ୧୮ନଂ ୱାର୍ଡର ବାସିନ୍ଦା ମୁକୁନ୍ଦ ଦେବ ସାହୁ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ […]

KANIKA