ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମୁଖରେ ଧାରଣା



କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପ୍ରତି ସରକାର ଟାଳଟୁଳ ନୀତି ଅବଲମ୍ବନ କରୁ ଥିବାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଆନ୍ଦୋଳନ ଦିଆଯାଇଛି ।

ମିଳିତ କ୍ରିୟାନୁଷ୍ଠାନ କମିଟିର ପଟ୍ଟାମୁଣ୍ଡାଇ ବ୍ଲକ ଆବାହକ ଶିକ୍ଷାବିତ ରାଜକୁମାର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ପ୍ରତିବାଦ ସଭାରେ ମିଳିତ କ୍ରିୟା ନୁଷ୍ଠାନ କମିଟିର ଜିଲ୍ଲା ସଭାପତି ପ୍ରଫେସର ଅଜୟ ସାମଲ, ସମ୍ପାଦକ ଆଡଭୋକେଟ ରମଣୀରଞ୍ଜନ ରାଉତରାଯ, ପ୍ରଫେସର ରମେଶ ଚନ୍ଦ୍ର ଜେନା, ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ପ୍ରଫେସର କୈଳାଶ ପାତ୍ର, କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ଆବାହକ ଗୟାଧର ଧଳ, ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ଆଡଭୋକେଟ ପ୍ରଦୀପ ଦାଶ , ବରିଷ୍ଠନେତା ଭାଗୀରଥୀ ଜେନା, ଜିଲ୍ଲା ବିଜେପି ଅନସୂଚୀତ ମୋର୍ଚା ସଭାପତି ମାଧବାନନ୍ଦ ମଲିକ, ଜିଲ୍ଲା କଂଗ୍ରେସ ପଛୁଆବର୍ଗ ଅଧକ୍ଷ ମଳୟ ଦାସ, ରାମକୃଷ୍ଣ ଦାଶ, ଶିକ୍ଷକ କଣ୍ଡୁରୀ ଚରଣ ସ୍ୱାଇଁ, ଅବସର କର୍ମଚାରୀ ସଂଘ ସମ୍ପାଦକ ଚତୃଭୂଜ ରାଉଳ, ଶିକ୍ଷକନେତା ପ୍ରମୋଦ ନାୟକ, କ୍ରିୟା ନୁଷ୍ଠାନ କମିଟି ବ୍ଲକ ସମ୍ପାଦକ ଦାଶରଥି ସାହୁ, କୈଳାଶ ସେଠୀ ଓ ନରେଶ ମଲିକ, ଅଭୟ ସ୍ୱାଇଁ, ଅଜୟ ବିଶ୍ୱାଳ, ବ୍ରଜବନ୍ଧୁ ଦାଶ, କୃଷକନେତା ପାରେଶ୍ୱର ବିଶ୍ୱାଳ, କାର୍ତିକ ରାଉତ, ପ୍ରେମାନନ୍ଦ ସୁତାର, ଅରବିନ୍ଦ ବିଶ୍ୱାଳ, ଗୋକୁଳ ରାଉତ, ପ୍ରଦୀପ ରଥ, ତ୍ରୈଲୋକ୍ୟ ମିଶ୍ର, ନାରାୟଣ ବିଶ୍ୱାଳ, ନିରୂପମା ଦାସ, ବଂଶୀଧର ନାୟକ ପ୍ରମୁଖ ଭାଷଣ ଦେଇ ଓଡିଶାରେ ସ୍ୱାସ୍ଥ୍ୟସେବାର ଭିତିଭୂମିକୁ ସୁଦୃଢ କରିବା ସହିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସର୍ବୋପରି ଡାକ୍ତର ଅଭାବ ଦୂର କରିବା ପାଇଁ ରାଜ୍ୟ ସରକାର ଓଡିଶାର ୧୮ଟି ଜିଲ୍ଲାରେ ମେଡିକାଲ କଲେଜ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ମାତ୍ର ବିଡମ୍ବନାର ବିଷଯ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମଭୂମି କେନ୍ଦ୍ରପଡାରେ ଅଦ୍ୟାବଧି ମେଡିକାଲ କଲେଜ ପ୍ରତିଷ୍ଠା ହୋଇପରିଲାନାହିଁ । କେନ୍ଦ୍ରପଡ଼ା ଜିଲ୍ଲାରେ ରେଳ ଯୋଗାଯୋଗ ସୁବିଧା ସାଙ୍ଗକୁ ଶିଳ୍ପ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାରୁ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଭିତିିଭୂମିକୁ ସୁଦୃଢ କରିବା ସହିତ ଜିଲ୍ଲାବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କେନ୍ଦ୍ରପଡ଼ା ଜିଲ୍ଲା ସଦର ମହକୁମାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ଅବଶ୍ୟମ୍ଭାବୀ ହୋଇପଡିଛି । କେନ୍ଦ୍ରପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଓ ଗଣସଂଗଠନ ପ୍ରତିନିଧିଙ୍କୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ଅତିତରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଦୀର୍ଘଦିନ ଧରି ଧାରଣ, ଅନଶନ, ଆନ୍ଦୋଳନ କରାଯିବ ପରେ ଏହି ଦାବୀକୁ ଅଧିକ ସୁଦୃଢ ଓ ଶାଣିତ କରିବା ପାଇଁ ଆନ୍ଦୋଳନକୁ ବ୍ଲକସ୍ତରକୁ ନିଆଯାଇଛି । ପୂର୍ବ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗୁରୁବାର ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମୁଖରେ ଧାରଣା ଦିଆଯିବା ସହିତ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କୁ ପ୍ରଦାନ କରଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading