ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ


କେନ୍ଦ୍ରାପଡା, ୯/୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତରାଣ୍ଡୋ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ମୁଖ୍ୟବକ୍ତା ଜିଲ୍ଲା ପରିଷଦ ସଦସ୍ୟ ମଧୁଛନ୍ଦା ମହାନ୍ତି, ସମ୍ମାନୀତ ଅତିଥି ବାରୋ ଗ୍ରାମ ପଞ୍ଚାୟତ ସରପଞ୍ଚ ଗୋପୀନାଥ ମଳିକ, ସମିତି ସଭ୍ୟା ସସ୍ମିତା ପଲାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ସିଆର୍‌ସିସି ବୈଲୋଚନ ସାମଲ, ବରିଷ୍ଠ ଶିକ୍ଷକ ଭାସ୍କର ଦାଶ ଯୋଗ ଦେଇ କହିଥିଲେ ଯେ ଶିକ୍ଷା ସହିତ ଅର୍ନ୍ତନିହିିତ ପ୍ରତିଭାକୁ ବିକଶିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ସରୋଜ କୁମାର ଆଚାର୍ଯ୍ୟ ବିଦ୍ୟାଳୟ ବିବରଣୀ ପଠନ କରିଥିଲେ । ସେକ୍ ଅବଦୁଲ କରିମ୍ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ମିର୍ ଅକ୍ତର ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀମାନେ ସେମାନଙ୍କର ପ୍ରତିଭା, ନୃତ୍ୟ, ଅଭିନୟ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଭିଭାବକ ଓ ଗ୍ରାମବାସୀ ସାହାଯ୍ୟ ସହଯୋଗ କରିଥିଲେ ।


Next Post

କେନ୍ଦ୍ରାପଡାରେ କଳା ତାଲିକାଭୁକ୍ତ ମାନବସମ୍ବଳ ଯୋଗାଣକାରୀ ସଂସ୍ଥାଙ୍କ ରାଜ ଚାଲିଛି

Fri Feb 9 , 2024
କେନ୍ଦ୍ରାପଡ଼ା,୯ା୨ : କେନ୍ଦ୍ରାପଡା ଜିଲ୍ଲାରେ କଳା ତାଲିକାଭୁକ୍ତ ହୋଇଥିବା ମାନବସମ୍ବଳ ଯୋଗାଣକାରୀ ସଂସ୍ଥା ଗୁଡିକ ରାଜ କରୁଥିବା ନେଇ ଅଭିଯୋଗ ହୋଇଛି । ଏମିତିକି ଭାରତ ସରକାରଙ୍କ ଦି ଓଡିଶା ମିନେରାଲ୍ସ ଡେଭଲପମେଣ୍ଟ କମ୍ପାନୀ ଲିଃ(ଓଏମଡିସି) ଭଳି ସରକାରୀ ସଂସ୍ଥା ଦ୍ୱାରା କଳା ତାଲିକା ଭୁକ୍ତ ହୋଇଥିବା ମାନବସମ୍ବଳ ଯୋଗାଣକାରୀ ସଂସ୍ଥା କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବହୁତ ଗୁଡିଏ ସରକାରୀ ସଂସ୍ଥାରେ ଚୁକ୍ତିକରି କାର୍ଯ୍ୟ କରୁଥିବା […]

KANIKA