ବ୍ଲକ ଯୋଗଣ ଅଫିସରେ ଭଙ୍ଗାରୁଜା ମାରପିଟ ଘଟଣାରେ ଉଭୟଙ୍କ ଏତଲା,ସରପଂଚ ଗିରଫ ,ସାଧାରଣରେ ଅସନ୍ତୋଷ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ଓ ମନମାନିକୁ ନେଇ ନିଳକଣ୍ଠପୁର ସରପଂଚ ବୁଧବାର ବ୍ଲକ ଅଫିସରେ ଭଙ୍ଗାରୁଜା କରିଥିବା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉଭୟ ପରସ୍ପର ନାଁରେ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଗତକାଲି ରାତିରେ ପୋଲିସ ସରପଂଚକୁ ଗିରଫକରି କୋଟ ପଠାଇଛି ବୋଲି ସାଧାରଣରେ ଆଲୋଚନା ଜୋର ଧରିଥିବା ବେଳେ କଟକ ମେଡିକାଲରୁ ଚିକିତ୍ସାହୋଇ ଫେରୁଥିବା ବେଳେ ପରିବାରଙ୍କୁ ନଜଣାଇ ଜଣେ ଜନପ୍ରତିନିଧିଙ୍କୁ ରାସ୍ତାରୁ ଉଠାଇନେଇ କୋଟ ପଠାଇବା ଘଟଣାରେ ନିଳକଣ୍ଠପୁର ସରପଂଚଙ୍କ ସ୍ତ୍ରୀ ପଟ୍ଟାମୁଣ୍ଡାଇ ଆଇଆଇସିଙ୍କ ନାମରେ ଏତଲା କରିଥିବା ଜଣାପଡିଛି ।

ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ସରପଂଚ ଜ୍ଞାନେନ୍ଦ୍ର ଖଣ୍ଡାୟୀ ରାସନକାର୍ଡରୁ ବଂଚିତ ହିତାଧିକାରୀଙ୍କୁ କାର୍ଡ ଯୋଗାଇବା ଓ ରାସନକାର୍ଡରେ ନାମ ସଂଯୋଗ କରିବା ପାଇଁ ନିଜ ପଂଚାୟତର କିଛି ହିତାଧିକାରୀଙ୍କ ନାମ ତାଲିକା ବ୍ଲକ ଯୋଗାଣ ବିଭାଗରେ ଦାଖଲ କରିଥିଲେ । ସରପଂଚ ଜଣକ ବାରମ୍ବାର ଦୌଡିବା ପରେ ମଧ୍ୟ ଯୋଗାଣ ବିଭାଗର ମନମାନି ଯୋଗୁଁ ସମସ୍ୟା ସମାଧାନ ହୋଇନପାରିବା ଓ ସରପଂଚ ଜଣକ ସାଧାରଣରେ ଅପମାନିତ ହେବା ପରେ ଅତିଷ୍ଠ ହୋଇ ବୁଧବାର ବ୍ଲକ ପରିସରରେ ହୋହାଲା କରି ଭଙ୍ଗାରୁଜା କରିଥିବା ନେଇ ବ୍ଲକ ଯୋଗାଣ ନିରୀକ୍ଷକ ମଧୁସ୍ମିତା ଜେଟି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦେଇଥିଲେ । ଅନ୍ୟ ପକ୍ଷରେ ସରପଂଚ ଜ୍ଞାନେନ୍ଦ୍ର ଖଣ୍ଡାୟୀ ଯୋଗାଣ ବ୍ୟବସ୍ଥାରେ ସାଧାରଣ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ବାରମ୍ବାର ବିଫଳ ହେବା ପରେ ସେଠାରେ ବୁଝାସୁଝା କରିବାରୁ ଅଫିସରଙ୍କ ସହିତ ତେରିମେରି ହୋଇଥବା ବେଳେ ଅଫିସ କର୍ମଚାରୀ ରୁଣ୍ଡହୋଇ ପାଟିତୁଣ୍ଡ କରି ଧକାମୁକା ମାରିତଳେ ପାକାଇ ଦେଇଥିଲୋ ଫଳରେସେମାନଙ୍କ ମାଡରେ ଗୋଡର ଶିର କଟିଯାଇଥିଲା କେନ୍ଦ୍ରାପଡାରେ ଚିକିତ୍ସା ହୋଇ ଥାନାରେ ପାଲଟା ଏତଲା ଦେଇଥିଲେ । ମାତ୍ର ଗୁରୁବାର ସେ କଟକ ମେଡିକାଲରୁ ଚିକିତ୍ସା ହୋଇ ଫେରୁଥିବା ବେଳେ ପଟ୍ଟାମୁଣ୍ଡାଇ ପୋଲିସ ତାଙ୍କୁ ଗିରଫ କରି କୋଟ ପଠାଇଥିଲେ । ତାଙ୍କର ଜାମିନ ନାମଞୁର ହେବାରୁ ତାଙ୍କୁ ବାରିମୁଲ ଜେଲ୍ ହଜାତକୁ ପଠାଯାଇଛି । ଅନ୍ୟପକ୍ଷରେ ସରପଂଚ ଖଣ୍ଡାଇଙ୍କ ପତ୍ନୀ ମୋନାଲିସା ତାଙ୍କ ସ୍ୱାମୀ ଜଣେ ଜନପ୍ରତିନିଧି ହୋଇଥିବା ବେଳେ ସେ ଚିକିତ୍ସା ପାଇଁ କଟକ ଯାଇଫେରୁଥିଲେ । ଆମ ପରିବାରଙ୍କୁ ଅବଗତ ନକରି ପଟ୍ଟାମୁଣ୍ଡାଇ ଆଇଆଇସି ତାଙ୍କୁ ବାଟରୁ ଗିରଫ କରି ମାନସିକ ଶାରିରିକ ନିର୍ଯ୍ୟାତନାଦେଇ ମାଡମାରି ରାତିରେ କୋଟକୁ ପଠାଇଦେଇଥିଲେ । ଯାହା ଆଇନ ସଂଗତ ନୁହେଁ ବୋଲି ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଉଭୟପକ୍ଷ ଏତଲା ହୋଇଥିବା ବେଳେ ପୋଲିସ କାହିଁକି ପାତର ଅନ୍ତର କଲା ଓ ରାତି ଅଧରେ ପରିବାରଙ୍କୁ ଅବଗତ ନକରାଇ ତାଙ୍କୁ ଗିରଫ କରି କୋଟ ପଠାଇଲା ବୋଲି ହିମାଂଶୁ ମଲିକ, ସନ୍ତୋଷ ଧଳ, ଦିପକ ପ୍ରଧାନ, ଅନ୍ନପୂର୍ଣ୍ଣା ପରିଡା,ରାଶ୍ମିଦାଶ, ଦେବପ୍ରଶାଦ ଖଣ୍ଡାଇ, ଦମୟନ୍ତି ଗୋଛାୟତ, ସସ୍ମିତା ବାରିକ, ବାବାଜୀ ବାରିକ ପ୍ରମୁଖ କେନ୍ଦ୍ରାପଡା ଏସପିଙ୍କ ନିକଟରେ ଦାବୀ କରିଛନ୍ତି ।


Next Post

କେନ୍ଦ୍ରାପଡା ମହାବିଦ୍ୟାଳୟରେ ନିଯୁକ୍ତି କାର୍ଯ୍ୟକ୍ରମ

Fri Feb 2 , 2024
କେନ୍ଦ୍ରାପଡ଼ା, ୨ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ବ୍ରେନ୍‌ଟି ଟେକ୍‌ନୋଲୋଜି, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ଏକ ବୃତ୍ତି ପରାମର୍ଶ ଏବଂ ନିଯୁକ୍ତି ସଂସ୍ଥାପନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ବୃତ୍ତି ପରାମର୍ଶ ଏବଂ ନିଯୁକ୍ତି ସଂସ୍ଥାପନ ପ୍ରକୋଷ୍ଠର ସଂଯୋଜିକା ପ୍ରାଧ୍ୟାପିକା ଡ. ବାସନ୍ତୀ ଶୁକ୍ଳା ବୃତ୍ତି ଓ ନିଯୁକ୍ତି ଉପରେ […]

KANIKA