କେନ୍ଦ୍ରାପଡ଼ା,୯ା୨ : କେନ୍ଦ୍ରାପଡା ଜିଲ୍ଲାରେ କଳା ତାଲିକାଭୁକ୍ତ ହୋଇଥିବା ମାନବସମ୍ବଳ ଯୋଗାଣକାରୀ ସଂସ୍ଥା ଗୁଡିକ ରାଜ କରୁଥିବା ନେଇ ଅଭିଯୋଗ ହୋଇଛି । ଏମିତିକି ଭାରତ ସରକାରଙ୍କ ଦି ଓଡିଶା ମିନେରାଲ୍ସ ଡେଭଲପମେଣ୍ଟ କମ୍ପାନୀ ଲିଃ(ଓଏମଡିସି) ଭଳି ସରକାରୀ ସଂସ୍ଥା ଦ୍ୱାରା କଳା ତାଲିକା ଭୁକ୍ତ ହୋଇଥିବା ମାନବସମ୍ବଳ ଯୋଗାଣକାରୀ ସଂସ୍ଥା କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବହୁତ ଗୁଡିଏ ସରକାରୀ ସଂସ୍ଥାରେ ଚୁକ୍ତିକରି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ସେହିସବୁ ସଂସ୍ଥା ଗୁଡିକ ବିଭିନ୍ନ ସରକାରୀ ସଂସ୍ଥାକୁ ସିକ୍ୟୁରିଟି ଗାର୍ଡ, କମ୍ପ୍ୟୁଟର ପ୍ରୋଗ୍ରାମର, ଅତିରିକ୍ତ କମ୍ପ୍ୟୁଟର ପ୍ରୋଗ୍ରାମର, ମନରେଗା ସହକାରୀ, ଟେକନିକାଲ ଏକ୍ସପର୍ଟ, ସାମାଜିକ ସମୀକ୍ଷା ସହକାରୀ, ଅଭିଯୋଗ ସମାଧାନ ସହକାରୀ ଭଳି ପଦ ନିମନ୍ତେ ପିଲା ଯୋଗାଇଥିବା ଅଭିଯୋଗ ହୋଇଛି । ଏହାବ୍ୟତିତ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସରକାରୀ ସଂସ୍ଥା ଗୁଡିକରେ ଏହି ସଂସ୍ଥା ଗୁଡିକ ପକ୍ଷରୁ ଆଉଟ ସୋର୍ସିଂ ଜରିଆରେ ନିଯୁକ୍ତି ପାଇଥିବା ପିଲାମାନଙ୍କର ଇ.ଏସ.ଆଇ. ଓ ଇ.ପି.ଏଫ. ବାବଦ ଅର୍ଥ ଜମା କରୁନଥିବା ବେଳେ ସେମାନଙ୍କୁ ଚୁକ୍ତି ଅନୁଯାଇ ପାରିଶ୍ରମିକ ପ୍ରଦାନ କରୁନଥିବା ମଧ୍ୟ ଅଭିଯୋଗ ହୋଇଛି । ଏଥିସହିତ ସେହି ସଂସ୍ଥା ଗୁଡିକ ଜିଏସଟି ଫାଙ୍କୁଥିବା ମଧ୍ୟ ଅଭିଯୋଗ ହେଉଛି । ଏକ ସରକାରୀ ସଂସ୍ଥା ଦ୍ୱାରା ଥରେ କଳା ତାଲିକା ଭୁକ୍ତ ହେବା ପରେ ଏବଂ ଉପରୋକ୍ତ ବେଆଇନ କାର୍ଯ୍ୟ କରୁଥିଲେ ମଧ୍ୟ କିଭଳି ସେହିସବୁ ସଂସ୍ଥା ଗୁଡିକୁ କେନ୍ଦ୍ରାପଡାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକ ଚୁକ୍ତି କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।
kanikanews.in
Next Post
ସେକ୍ଟର ଅଫିସର ଓ ସେକ୍ଟର ପୋଲିସ ଅଫିସରଙ୍କ ପ୍ରଶିକ୍ଷଣ ଶିବିର
Fri Feb 9 , 2024
କେନ୍ଦ୍ରାପଡ଼ା,୯ା୨ : କେନ୍ଦ୍ରାପଡ଼ା ଜିଲ୍ଲାରେ ୨୦୨୪ ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସେକ୍ଟର ଅଫିସର ଓ ସେକ୍ଟର ପୋଲିସ୍ ଅଫିସର୍ମାନଙ୍କ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛ । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରିଥିଲେ […]

You May Like
- 1 year ago
ଜାତୀୟ ଆଧ୍ୟାମିôକ ନୃତ୍ୟ କର୍ମଶାଳା
- 1 year ago
ସକାଳେ ମେଘୁଆ ମଧ୍ୟହ୍ନରେ ତାପ ପ୍ରଚଣ୍ଡ
- 2 years ago
ହର୍ ଘର୍ ଏକ ପୌଦ୍ଧା