ପଟ୍ଟାମୁଣ୍ଡାଇ ଓକିଲ ସଂଘ ଶପଥ ଗ୍ରହଣ ଉତ୍ସବ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତର୍ାଙ୍କ ଶପଥ ଗ୍ରହଣ ଉତ୍ସବ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓକିଲ ସଂଘ ପ୍ରାକ୍ତନ ସଭାପତି ଆଡ଼ଭୋକେଟ ଅନନ୍ତ ଚରଣ ଦାସଙ୍କ ପୌରହିତ୍ୟ ଓ ପ୍ରାକ୍ତନ ସଭାପତି ଆଡ଼ଭୋକେଟ ସୂର୍ଯ୍ୟ ରଞ୍ଜନ ରାଉଳଙ୍କ ସଂଯୋଜନାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ କୋର୍ଟ ସବଜଜ୍ କମ ସହକାରୀ ସେସନ୍ସ ଜଜ୍ ସୁଶ୍ରୀ ସଂଗୀତା ମଲ୍ଲିକ, ଜେ ଏମ ଏଫ ସି କମ୍ ସିଭିଲ ଜଜ୍ ସମୀକ୍ଷା ମହାନ୍ତି ଓ ଜେ ଏମ ଏଫ ସି କମ ସହକାରୀ ସିଭିଲ ଜଜ୍ ମୋନାଲିସା ପ୍ରଧାନ ଏବଂ ବରିଷ୍ଠ ଆଡ଼ଭୋକେଟ କିଶୋର କୁଣ୍ଡ ଓ ଆଡ଼ଭୋକେଟ ଡ଼ ନରହରି ଲେଙ୍କା ବିଶିଷ୍ଟ ଅତିଥି ଭାବେ ଭାବେ ଯୋଗ ଦେଇ ନୂତନ କର୍ମକର୍ତାମାନଙ୍କ ଦାୟିତ୍ୱ, କର୍ତବ୍ୟ ଓ ସଂଘକୁ ଶକ୍ତିଶାଳୀ କରିବା ଦିଗରେ ପରାମର୍ଶ ଦେଇଥିଲେ । ନିର୍ବାଚନ ଅଧିକାରୀ ଆଡ଼ଭୋକେଟ ପ୍ରଫୁଲ୍ଲ ଦାଶ ନବନିର୍ବାଚିତ ସଭାପତି ଆଡ଼ଭୋକେଟ ତପନ ମିଶ୍ର, ଉପସଭାପତି ସୁରେଶ କୁମାର ନରେନ୍ଦ୍ର, ସମ୍ପାଦକ ରବୀନ୍ଦ୍ର କୁମାର ଦାଶ, ଯୁଗ୍ନସମ୍ପାଦକ ମନୋଜ କୁମାର ନାୟକ, କୋଷାଧକ୍ଷ ଧୀରେନ୍ଦ୍ର ନାଥ ସାହୁ, ଗ୍ରନ୍ଥାଗାର ସମ୍ପାଦକ ପ୍ରକାଶ କୁମାର ପାତ୍ରଙ୍କୁ ଶପଥ ପାଠ କରାଇ ଥିଲେ । ଶେଷରେ ଆଡ଼ଭୋକେଟ ମନୋଜ ନାୟକ ଧନ୍ୟବାଦ ଦେଇଥିଲେ ।


Next Post

ଲାଞ୍ଚ ଦାବି କରୁଥିବା ଅଡିଓ ଭାଇରାଲ ଘଟଣା : ତଦନ୍ତ ପାଇଁ ଅବକାରୀ ବିଭାଗ ଡେପୁଟୀ କମିଶନର ପହଞ୍ଚିଲେ

Thu Apr 11 , 2024
କେନ୍ଦ୍ରାପଡ଼ା,୧୦ା୪: କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଦେବୀ ପ୍ରସାଦ ମିଶ୍ରଙ୍କ ଲାଞ୍ଚ ମାଗୁଥିବା ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଦେଶୀ ଓ ବିଦେଶୀ ମଦ ଦୋକାନୀଙ୍କୁ ଲାଇସେନ୍ସ ରିନ୍ୟୁଆଲ ନିମନ୍ତେ ଲକ୍ଷାଧିକ ଟଙ୍କା ଲାଞ୍ଚ ଦାବି କରି ନମିଳିବାରୁ ଦୋକାନ ସିଲ କରିଦେବା ଘଟଣାର ତଦନ୍ତ ପାଇଁ ଅବକାରୀ ବିଭାଗ ଡେପୁଟୀ କମିଶନର ରାମଚନ୍ଦ୍ର ମିଶ୍ର ବୁଧବାର ସକାଳେ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାଗଜପତ୍ର […]

KANIKA