ଜାତୀୟ କୃମିନାଶକ ଦିବସ ପାଳନ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ



କେନ୍ଦ୍ରାପଡ଼ା,୯ା୨: କେନ୍ଦ୍ରାପଡା ସହରର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜାତୀୟ କୃମିନାଶକ ଦିବସ ଉପଲକ୍ଷେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଫେବୃୟାରୀ୧୦ତାରିଖରେ ଜାତୀୟ କୃମିନାଶକ ଦିବସ ପାଳନ କରାଯିବ । ଏହି ଉପଲକ୍ଷେ ଅଧିକ ପ୍ରଚାର ପ୍ରସାର ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ୧ବର୍ଷରୁ ୧୯ବର୍ଷ ମଧ୍ୟରେ ଥିବା ଶିଶୁ, କିଶୋର, ବାଳକ ଓ ବାଳିକାମାନଙ୍କୁ କୃମି ନାଶକ ବଟିକା ପ୍ରଦାନ କରାଯିବ । ଆଶାକର୍ମୀ ଓ ବିଦ୍ୟାଳୟର ନୋଡାଲ ଶିକ୍ଷକମାନଙ୍କୁ ଏସମ୍ପର୍କରେ ତାଲିମ ପ୍ରଦାନ କରାଯିବା ପରେ ଆସନ୍ତା କାଲି ପ୍ରତି ସ୍କୁଲରେ ଶିଶୁମାନଙ୍କୁ ଏହି ବଟିକା ପ୍ରଦାନ କରାଯିବ । ଏଥିରୁ ବଞ୍ଚିତ ଅନ୍ୟମାନଙ୍କୁ ଫେବୃୟାରୀ ୧୭ତାରିଖରେ ବଟିକା ବଣ୍ଟନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ ଶିଶୁଙ୍କୁ କୃମିନାଶକ ବଟିକା ବଣ୍ଟନ କରାଯିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଅବସରରେ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ପରିବାର କଲ୍ୟାଣ) ଡା. ସଚିଦାନନ୍ଦ ମିଶ୍ର ଏହା କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏସଏମଓ ଡା. ଅର୍ଚ୍ଚନା ନାୟକଡା. ନୃପେନ ଶତପଥୀ, କୃଷ୍ଣଚନ୍ଦ୍ର ଲୋହା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ବଳିଆରସିଂହ, ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କର୍ମକର୍ତ୍ତା ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଡିପିଏଚସିଓ ମୀନତୀ ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ଆରମ୍ଭ ହେଲା ଚତୁର୍ଥ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ : ମଣିଷର ସମ୍ବେଦନଶୀଳତା ଓ ସୃଜନଶୀଳତା କେବେ ମରିବ ନାହିଁ: ରାମଚନ୍ଦ୍ର ବେହେରା

Sat Feb 10 , 2024
କେନ୍ଦ୍ରାପଡ଼ା,୧୦/୨: ଚତୁର୍ଥ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ-୨୦୨୪ ଆଜିଠାରୁ କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ ଆରମ୍ଭ ହୋଇଛି । ଏହା ଦୁଇ ଦିନ ଚାଲିବ । କେନ୍ଦ୍ରାପଡ଼ା ଡେଭଲପମେଣ୍ଟ ଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେର୍ଜସ ସହଯୋଗରେ ଆୟୋଜିତ ଏହି ଉତ୍ସବକୁ ପ୍ରଖ୍ୟାତ କଥାକାର ଡ. ରାମଚନ୍ଦ୍ର ବେହେରା ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପ୍ରଖ୍ୟାତ କଥାକାର ତରୁଣକାନ୍ତି ମିଶ୍ର ଓ ମୁଖ୍ୟବକ୍ତା […]

KANIKA