ଏସ୍‌ଓଏସ୍ ଗ୍ରୁପ୍ ଇନ୍‌ଷ୍ଟିଚ୍ୟୁସନ୍ସର ସ୍ୱାଗତ ଉତ୍ସବ


କେନ୍ଦ୍ରାପଡ଼ା, ୧୦ା୨: ଏସ୍‌ଓଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସ୍ୱାଗତ ଉତ୍ସବ ଅନୁଷ୍ଠାନ ପରିସର ମଧ୍ୟରେ ଦୁଇଦିନ ଧରି ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଏଥିରେ ତୁଳସୀ ଏଏନ୍‌ଏମ୍ ଓ ଜିଏନ୍‌ଏମ୍ ଟ୍ରେନିଂ ସେଣ୍ଟରର ଏଏନ୍‌ଏମ୍ ଓ ଜିଏନ୍‌ଏମ୍ ଏବଂ ଏସ୍‌ଓଏସ୍ କଲେଜ୍ ଅଫ୍ ନର୍ସିଂର ବିଏସ୍‌ସିରେ ନାମ ଲେଖାଇଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି । ପ୍ରଥମ ଦିନ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ପ୍ରଫେସର ଡଃ ନବଘନ ପରିଡା ଯୋଗଦେଇ ସେବା ଏକ ଧର୍ମ ବୋଲି ବିବେଚନା କରି ମା’ ତୁଲ୍ୟ ସେବା ପ୍ରଦାନ କରିବା ଓ ଭବିଷ୍ୟତରେ ଏକ ଭଲ ସେବିକା ହେବାର ସ୍ୱପ୍ନ ଦେଖିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ଇଂ ବି.କେ. ଶର୍ମା ଯୋଗ ଦେଇ ଭଲ ପାଇବା ମାଧ୍ୟମରେ ନିଜକୁ ଭଲପାଇ ଜଣେ ଭଲ ଛାତ୍ର ହେଲେ ହିଁ ସଫଳତାର ସାରା ଜୀବନ ପାଇଁ ପାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ନିତି, ଆଦର୍ଶ ତଥା ଶୃଙ୍ଖଳା ବିଷୟରେ ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ ସାମନ୍ତରାୟ ମତ ରଖିଥିଲେ । ଶୃଙ୍ଖଳା ହିଁ ଆମ ଅନୁଷ୍ଠାନର ମାନଦଣ୍ଡ ବୋଲି ନିର୍ଦ୍ଦେଶକ ସୁଖଦା ପ୍ରସାଦ ତ୍ରିପାଠୀ ମତବ୍ୟକ୍ତ କରିଥିଲେ । ତୁଳସୀ ଏଏନ୍‌ଏମ୍ ଓ ଜିଏନ୍‌ଏମ୍ ଟ୍ରେନିଂ ସେଣ୍ଟର ଅଧ୍ୟକ୍ଷ ଜ୍ୟୋତିର୍ମୟୀ ପଟ୍ଟନାୟକ ସମସ୍ତ ଛାତ୍ରୀ ଓ ଛାତ୍ରଙ୍କୁ ଏହି ଅବସରରେ ସ୍ୱାଗତ କରିଥିଲେ । ଏସ୍‌ଓଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ର ଉପସଭାପତି ବରଦା ପ୍ରସାଦ ତ୍ରିପାଠୀ, ପ୍ରଶାସନିକ ଅଧିକାରୀ ଶ୍ରୀକାନ୍ତ ବିଶ୍ୱାଳ ଯୋଗଦେଇ ଛାତ୍ରୀ ଓ ଛାତ୍ରଙ୍କ ଭବିଷ୍ୟତ ଜୀବନ କିଭଳି ଉଜ୍ଜ୍ୱଳମୟ ହେବ ସେ ବିଷୟରେ ନିଜନିଜର ମତବ୍ୟକ୍ତ କରିଥିଲେ । ଦ୍ୱିତୀୟ ଦିନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀକୃଷ୍ଣ ସାମଲ ଯୋଗଦେଇ ଛାତ୍ରୀ ଓ ଛାତ୍ରଙ୍କୁ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଓ ସମୟାନୁବର୍ତ୍ତୀତା ହୋଇ ରୋଗୀସେବା କ୍ଷେତ୍ରରେ ନିଜକୁ ଉତ୍ସର୍ଗୀକୃତ କରି ପାରିଲେ ସଫଳତା ନିଶ୍ଚିନ୍ତ ହାତମୁଠାରେ ମିଳିପାରିବ । ମୁଖ୍ୟବକ୍ତା ଭାବେ ଡଃ ସଚ୍ଚିଦାନନ୍ଦ ମିଶ୍ର କହିଥିଲେ ଯେ ଡାକ୍ତରଖାନା ଏକ ମନ୍ଦିର ଓ ରୋଗୀଙ୍କୁ ଦେବତା ଭଳି ଭାବି ସେବା କରିପାରିଲେ ଜଣେ ସଫଳ ସେବିକା ହୋଇପାରିବ । ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ନିଷ୍ଠାପର ଭାବରେ କାର୍ଯ୍ୟକଲେ ନର୍ସିଂ ସେବାରେ ସବୁକିଛି ମିଳିପାରିବ । ଏହି ସ୍ୱାଗତ ଉତ୍ସବରେ ସଭାପତିତ୍ୱ କରିଥିଲେ ବାଣୀବ୍ରତ ତ୍ରିପାଠୀ, ଅଧ୍ୟାପିକା କ୍ରିଷ୍ଣା ସାମନ୍ତରାୟ ଓ ଅଙ୍କିତା ମହାପାତ୍ର ଓ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ସଂଚାଳନ କରିଥିଲେ । ଏହି ଅବସରରେ ଅଧ୍ୟାପିକା ଅନୂସୟା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା କୁମୁଦିନୀ ଲେଙ୍କା, ପ୍ରିୟମ୍ବଦା ପଟ୍ଟନାୟକ, ଚିନ୍ମୟୀ ବରାଳ, ସୂର୍ଯ୍ୟପ୍ରସାଦ ମହାନ୍ତି, ପ୍ରତୀକ ଦାସ, ରଶ୍ମିତା ମହାନ୍ତି, ସୁଶ୍ରୀ ସନ୍ଦିପ୍ତା ମହାନ୍ତି, ବିଜୟ କୁମାର ସାହୁ, ତପନ ମହାନ୍ତି, ଶୁଭ୍ର ସନ୍ତୋଷ ଦାସ, ମନୋରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଛାତ୍ରୀ ଓ ଛାତ୍ରଙ୍କ ମଧ୍ୟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।


Next Post

ପଟ୍ଟାମୁଣ୍ଡାଇ : ଅଳପୁଆ ଅଗ୍ନିକାଣ୍ଡ ରେ ଏକ ବଖରା ଘର ଓ ଗୁହାଳ ଭଶ୍ମିଭୁତ , ୫ ଛେଳି ଜୀବନ୍ତ ଦଗ୍ଧ

Sat Feb 10 , 2024
କଳ୍ପତରୁ ନାୟକ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଳପୁଆ ପଂଚାୟତ ଦୀନବନ୍ଧୁ ସେଠୀଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଏକ ବଖରା ଘର ଓ ଗୁହାଳ ଭଶ୍ମିଭୁତ ହେବା ସହିତ ଆସବାବପତ୍ର ଚାଉଳ ବିରି ପୋଡି ନଷ୍ଟ ହୋଇଯାଇଛି । ଏଥି ସହିତ ଅଗ୍ନିକାଣ୍ଡରେ ପୋଡି ହୋଇ ୫ଛେଳି ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଗୋଟିଏ ଗାଈ ମଧ୍ୟ ଆହତ ହୋଇଛି । ଗୁହାଳକୁ ଲାଗି ରହିଥିବା ଘରେ […]