ଜିଲ୍ଲା ସ୍ତରିୟ ପ୍ରତିଭା ସମ୍ମାନ ଉତ୍ସବ ନାମରେ ବୀମା କାର୍ଯ୍ୟକ୍ରମ :  ଆସିଲେ ନାହିଁ ଅତିଥି ଫିକା ପଡିଲା ଉତ୍ସବ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କ୍ରେଜ ମହଲଠାରେ ରବିବାର ଜୀବନ ସୁରକ୍ଷା କଳ୍ୟାଣ ସମିତି ପକ୍ଷରୁ ଜିଲ୍ଲା ସ୍ତରିୟ ପ୍ରତିଭା ସମ୍ମାନ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜୀବନ କଲ୍ୟାଣ ସମିତି ଆବାହକ ରଞନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ପଟ୍ଟାମୁଣ୍ଡାଇ ମଣ୍ଡଳ ସହକାରୀ ଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ତ୍ରିପାଠୀ, ପଟ୍ଟାମୁଣ୍ଡାଇ ଜୀବନବୀମା ଶାଖା ପରିଚାଳକ ଜୟକୃର୍ଷ୍ଣ ସାହୁ, ଜୀବନ ବୀମା ସର୍ବ ଭାରତୀୟ ସାଧାରଣ ସଂପାଦକ ସିଡ୍ୱୁଏ ଅକ୍ଷୟ ରାଉତରାୟ, ଭୁବନେଶ୍ୱର ଜୀବନବୀମା ସାଧାରଣ ସଂପାଦକ ସିଡ୍ୱ୍‌ଏ ଅଜୟ କୁମାର ନାୟକ ଯୋଗଦେଇ ଜୀବନ ବୀମା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ । ମାତ୍ର ପ୍ରତିଭା ସମ୍ମାନ ଆଳରେ ଜୀବନବୀମା ସଂପର୍କିତ ଆଲୋଚନା ହେଉଥିବା ନେଇ ଉପସ୍ଥିତ ଦର୍ଶକଙ୍କ ମହଲରେ ଗୁଞରଣ ସୃଷ୍ଠି କରିଥିଲା । ଏହି ପ୍ରତିଭା ଉତ୍ସବରେ ବହୁ ବୁଦ୍ଧିଜିବୀ ଉପସ୍ଥିତ ଥିଲେ ମଧ୍ୟ କେହି ପ୍ରଶ୍ନ ଉଠାଇ ନଥିବାରୁ ପଟ୍ଟାମୁଣ୍ଡାଇ ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ଅଧିବେଶନରେ ନିମନ୍ତ୍ରିତ ମୁଖ୍ୟ ଅତିଥି ଯୋଗଦେଇନଥିବା ବେଳେ ଅପରାହ୍ନ ୩ଟା ବେଳେ ଦ୍ୱିତୀୟ ଅଧିବେଶନରେ ନିମନ୍ତ୍ରିତ ମୁଖ୍ୟ ଅତିଥି  ଯୋଗ ଦେଇନଥଲେ । ସେହିପରି ସମ୍ମାନିତ ଅତିଥି ଭାବେ ଡିଏସପି ଯାଜପୁର, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ, ପୌରଅଧ୍ୟକ୍ଷ ଓ ବିକାଶ ପରିଷଦ ସବାପତି ଯୋଗ ଦେଇନଥିବାରୁ ଉତ୍ସବ ଫିକା ପଡିଥିଲା ।

ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ଗାଳ୍ପିକ ପ୍ରଦିପ ନାୟକ, ସଚ୍ଚିତ୍ର କୁମାର ବେହୁରା, ସୁରେଶ ଚନ୍ଦ୍ର ଜେନା, ବ୍ରଜବନ୍ଧୁ ଦାଶ, ରାଜେନ୍ଦ୍ର ପଢିହାରୀ ପ୍ରମୁଖ ଯୋଗ ଦେଇ କବି ଅଭିରାମ ସାହୁ, ଶତ୍ରୁଘନ ତରାଇ, ସମାଜସେବୀ ଶେକ୍ ଲିଆକତ ଅଲ୍ଲୀ, ଶିକ୍ଷକ ସଞ୍ଜୟ ସାହୁ, ଆଦର୍ଶ ଶିକ୍ଷୟତ୍ରୀ ରେଣୁବାଳା ସାମଲ, ପରିବେଶବିତ୍ ସମରେନ୍ଦ୍ର ମାହାଳି, ସମାଜସେବୀ ଅଭିରାମ ପତି ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଆଳି, ପଟ୍ଟାମୁଣ୍ଡାଇ ଓ ରାଜନଗରର ମାଟ୍ରିକ ଟପ୍ପରଙ୍କୁ ୫ ହଜାର ଅର୍ଥରାଶି ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଦେଇଥିଲେ । ଜୀବନ ବୀମାର ପ୍ରଚାର ପାଇଁ ଅନ୍ୟ ଉପାୟ ଥିଲେ ମଧ୍ୟ ଏହି ପ୍ରତିଭା ସମ୍ମାନ ନାମରେ ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ନା ପସନ୍ଦ କରାଯାଇଥିଲା । ଅନ୍ୟପକ୍ଷରେ ଗତ ୧୫ ଦିନ ପୂର୍ବରୁ ଏହି ବେସରକାରୀ କାର୍ଯ୍ୟକ୍ରମ ପାଇଁ ଏକ ସରକାରୀ ସଂସ୍ଥାର ମର୍ଯ୍ୟାଦା ହାନୀ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ସହ ସାଧାରଣରେ ମତପ୍ରକାଶ ପାଇଥିଲାବା ନେଇ ଦର୍ସକଙ୍କ ମହଲରେ ଗୁଞରନ ସୃଷ୍ଟି କରିଛି ।


Discover more from

Subscribe now to keep reading and get access to the full archive.

Continue reading