ପଞ୍ଚକଳା ଶିକ୍ଷାନୁଷ୍ଠାନ ପାୟଲ ମ୍ୟୁଜିକ୍ ସ୍କୁଲର ୨୧ତମ ବାର୍ଷିକ ଉତ୍ସବ


କେନ୍ଦ୍ରାପଡ଼ା, ୧୩ା୨: କେନ୍ଦ୍ରାପଡା ଜିଲ୍ଲାର ସର୍ବବୃହତ ପଞ୍ଚକଳା ଶିକ୍ଷାନୁଷ୍ଠାନ ପାୟଲ ମ୍ୟୁଜିକ୍ ସ୍କୁଲର ୨୧ତମ ବାର୍ଷିକ ଉତ୍ସବ ସ୍କୁଲ ପରିସର(ଇନ୍ଦୁପୁର)ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାୟଲ ମ୍ୟୁଜିକ୍ ସ୍କୁଲର ଚିତ୍ରକଳା ବିଭାଗ ଗୁରୁ ପୁଷ୍ପାଞ୍ଜଳି ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠାନର ରଙ୍ଗତରଙ୍ଗରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା । ଏହି ଚିତ୍ରକଳା ପ୍ରଦର୍ଶନୀରେ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ଫାଇନ୍ ଆର୍ଟ, ପୋଟ୍ରେଟ, ଭାରତୀୟ ଚିତ୍ରକଳା, ପଟ୍ଟଚିତ୍ର, ଝୋଟି, ରଙ୍ଗୋଲି, ମେହେନ୍ଦି, କ୍ଲାସିକ, ଟ୍ରାଇବାଲ, ଆର୍ଟ ଆଣ୍ଡ୍ କାର୍ଫ୍ଟ ପ୍ରଭୃତି ସ୍ଥାନ ପାଇଥିଲା । ଏହି ଚିତ୍ରକଳା ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତିୟ ଖ୍ୟାତିସମ୍ପନ୍ନ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୁରୁ ଡ଼. ଗଜେନ୍ଦ୍ର କୁମାର ପଣ୍ଡା , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଓଡ଼ିଶୀ ସଙ୍ଗୀତ ବିଭାଗର ଅଧ୍ୟାପିକା ଭାରତୀ ଜେନା, ଓଡ଼ିଶୀ ସଙ୍ଗୀତ ଗୁରୁ ପ୍ରଶାନ୍ତ କୁମାର ସାମଲ, ଓଡ଼ିଶୀ ନୃତ୍ୟ ଗୁରୁ ସୁଜାତା ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ୫ନଂଜିଲ୍ଲା ପରିଷଦ ସଭ୍ୟ ଲିଲିତା ଦାସ, ଇନ୍ଦୁପୁର ସରପଞ୍ଚ ପ୍ରଦୀପ ରଞ୍ଜନ ସୁତାର, ସମିତି ସଭ୍ୟ ସୁନନ୍ଦା ମଲ୍ଲିକ, ସଭାପତି ନୀଳମାଧବ ପତି ଓ ପ୍ରମୋଦ କୁମାର ପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଫିତା କାଟି ଉତ୍‌ଘାଟନ କରିଥିଲେ । ଗ୍ରାମାଞ୍ଚଳ ପିଲାମାନକୁ ଚିତ୍ରକଳା ଶିକ୍ଷା ଦେଇ ସେମାନଙ୍କୁ ଚିତ୍ରକର ଭାବେ ଗଢ଼ି ତୋଳିବା ପାୟଲ ମ୍ୟୁଜିକ୍ ସ୍କୁଲର ପ୍ରଚେଷ୍ଟା ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ଦେବାଶିଷ ସାମଲ(ଦିଲୁ) କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading