ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡାଦେଶ


 

କେନ୍ଦ୍ରାପଡ଼ା,୧୮ା୭: ଜନୈକ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରାଇବା ଅପରାଧରେ ଅଭିଯୁକ୍ତ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅଂଚଳର ରାଜୀବ ମଲିକକୁ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୈାରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଜଜ୍ ପ୍ରଣତୀ ପଟ୍ଟନାୟକ ୨୦ବର୍ଷ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହିତ ୨୫ହଜାର ଟଙ୍କାର ଜରିମାନା କରିଛନ୍ତି । ଜରିମାନା ଅନାଦେୟ ଅଧିକ ୧ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଦର୍ଶାଇଛନ୍ତି ।

ଅଭିଯୋଗରୁ ପ୍ରକାଶ ଯେ ଆଳି ଥାନା ଅଂଚଳଋ ଜନୈକ ୧୬ବର୍ଷରୁ କମ ନାବାଳିକାକୁ ସେହି ଗ୍ରାମର ରାଜୀବ ମଲିକ ଡରାଇ ଓ ଧମକାଇ ବାରମ୍ବାର ଦୁଷ୍କର୍ମ କରିଥିଲେ । ଏସମ୍ପର୍କରେ ସଂପୃକ୍ତ ନାବାଳିକାକୁ ଧମକ ଦିଆଯାଇଥିବାରୁ ସେ ଏସମ୍ପର୍କରେ ବାହାରେ ପ୍ରକାଶ କରୁନଥିଲେ । ପରବର୍ତ୍ତୀ ସମୟରେ ସଂପୃକ୍ତ ନାବାଳିକା ୭ମାସର ଗର୍ଭବତୀ ହେବା ପରେ ଏକଥା ସେ ପ୍ରଥମେ ତାର ଜେଜେମା ଓ ଖୁଡିକୁ ଜଣାଇଥିଲେ । ପରେ ଏସମ୍ପର୍କରେ ସଂପୃକ୍ତ ନାବାଳିକାର ଜେଜେମା ଆଳି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା କେଶ ନମ୍ବର- ୩୨୭/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ପରେ ଆଳି ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା । ଜି.ଆର. କେଶ ନମ୍ବର ୭୫/୨୦୨୨ରେ ଏହି ମାମଲାର ଶୁଣାଣି କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୈାରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜଙ୍କ କୋର୍ଟରେ ଆରମ୍ଭ ହୋଇଥିଲା । ସମସ୍ତ ସାକ୍ଷ୍ୟ, ପ୍ରମାଣକୁ ଭିତ୍ତିକରି ଅତିରିକ୍ତ ଜିଲ୍ଲା ଦୈାରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଜଜ୍ ଶ୍ରୀମତୀ ପଟ୍ଟନାୟକ ଆସାମୀ ରାଜୀବ ମଲିକ(୭୦)କୁ ପୋକ୍ସୋ ଆଇନର ଧାରା ୬ ରେ ୨୦ବର୍ଷ ଜେଲଦଣ୍ଡାଦେଶ ସହ ୨୫ହଜାର ଟଙ୍କାର ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅଊନାଦେୟ ହେଲେ ଅଧିକ ୧ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋଟ୍ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସେହିପରି ଆଇ.ପି.ସି.ର ୫୦୬ ଦଫାରେ କୋଟ୍ ଅଭିଯୁକ୍ତକୁ ୧ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଏହି ଉଭୟ ଦଣ୍ଡାଦେଶ କ୍ରମାନ୍ୱୟରେ ଲାଗୁ ହେବ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର ପିପି ମନୋଜ କୁମାର ସାହୁ ସରକାରଙ୍କ ପକ୍ଷରୁ ଅଦାଲତରେ ମକ୍କଦ୍ଦମାର ପରିଚାଳନା କରୁଥିଲେ ।


Next Post

ବେଙ୍ଗାଲୁରୁରେ ବିରୋଧୀ ଦଳଙ୍କ ବୈଠକ

Wed Jul 19 , 2023
ବେଙ୍ଗାଲୁରୁ,୧୮ା୭: ବିରୋଧୀ ଦଳଙ୍କ ବେଙ୍ଗାଲୁରୁରେ ଜାରି ବୈଠକରେ ସେମାନଙ୍କ ମେଣ୍ଟ ପୂର୍ବରୁ ୟୁପିଏ ନାମରେ ଜଣାଯାଉଥିଲା । ଏବେ ସମସ୍ତ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ବାହାରର ରାସ୍ତା ଦେଖାଇ ଦେଇଛି । ଖଡଗେ କହିଛନ୍ତି ଯେ ଏବେ ବିଜେପି ଅଧ୍ୟକ୍ଷ ପୁରୁଣା ମେଣ୍ଟ ସହଯୋଗୀଙ୍କୁ ଏକଜୁଟ କରିବା ପାଇଁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଦଉଡୁଛନ୍ତି । ଏଠାରେ ଯେଉଁ ଏକତା ଦେଖାଯାଉଛି ତାହା ଏବେ ସେମାନଙ୍କ ଭୟର […]