ନୂଆ-ଓ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟରେ କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ଫୁଟବଲ ଦଳ ଚାମ୍ପିୟାନ


ଭୁବନେଶ୍ୱର ଫୁଟବଲ ଏକାଡେମୀ ପରିସରରେ ଚାଲିଥିବା ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟରେ କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ଫୁଟବଲ ଦଳ ଚାମ୍ପିୟାନ ହୋଇଛି । ରାଜ୍ୟ ସରକାରଙ୍କ କ୍ରୀଡା ଏବଂ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ କେନ୍ଦ୍ରାପଡ଼ା ମହିଳା ଦଳ, ସୁନ୍ଦରଗଡ଼ ମହିଳା ଦଳକୁ ଭେଟିଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ କେହି କାହାକୁ ଗୋଲ ଦେଇ ନ ପାରିବାରୁ ଟାଇବ୍ରେକର ସାହାଯ୍ୟ ନିଆଯାଇଥିଲା । ଟାଇବ୍ରେକର ରେ କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ଫୁଟବଲ ଦଳ 4-3 ଗୋଲ ବ୍ୟବଧାନରେ ସୁନ୍ଦରଗଡ଼ ଜିଲ୍ଲା ମହିଳା ଦଳକୁ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ପୁରସ୍କାର ବାବଦକୁ ଦୁଇ ଲକ୍ଷ ଟଙ୍କା,ପ୍ରମାଣପତ୍ର, ଟ୍ରଫି ପ୍ରାପ୍ତ ହୋଇଛି l କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ଦଳର କୃତିତ୍ୱ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ପିତାମ୍ବର ସାମଲ, ଉପଜିଲ୍ଲାପାଳ ରବିନ୍ଦ୍ର ପ୍ରଧାନ, ଗ୍ରାମ୍ୟ ଉନୟନ ସଂସ୍ଥା ମୁଖ୍ୟ ଉନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡା,ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଜିଲ୍ଲା ମହିଳା ଫୁଟବଲ ଦଳର ସଫଳତା ପାଇଁ ଦଳର ସଦସ୍ୟା ମାନଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି । ଦଳ ଏହିପରି ସଫଳ ପ୍ରଦର୍ଶନ କରୁଥାଉ ଆଶା ବ୍ୟକ୍ତ କରିଛନ୍ତି ।


Next Post

ସହରାଞ୍ଚଳ ବିକାଶ ସମ୍ପର୍କରେ ସଚେତନତା ଶିବିର

Tue Feb 13 , 2024
କେନ୍ଦ୍ରାପଡା, ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାରଙ୍କର ସଂକଳ୍ପ ହେଉଛି ସହରାଞ୍ଚଳର ବିକାଶ । ସର୍ବପୁରାତନ କେନ୍ଦ୍ରାପଡ଼ା ପୌରପରିଷଦ ଅଧୀନରେ ଥିବା ୱାର୍ଡଗୁଡିକର ଉନ୍ନତିକରଣ କରିବାକୁ ନିଆଯାଉଥିବା ଜନହିତକର କାର୍ଯ୍ୟକ୍ରମଗୁଡିକ ବିଷୟରେ ସଚେତନତା ସୃଷ୍ଟି ପାଇଁ ପୌରପରିଷଦ ପକ୍ଷରୁ ସଚେତନତା ଶିବିର ଆୟୋଜନ କରାଯାଉଛି । ଏହି କ୍ରମରେ ଆଜି ଇଚ୍ଛାପୁରଠାରେ ଆୟୋଜିତ ସଚେତନତା ଶିବିରରେ ପୌରଧ୍ୟକ୍ଷା ସରିତା ସାହୁ, ଉପାଧ୍ୟକ୍ଷା ଆକବରୀ ଖାତୁନ, ନିର୍ବାହୀ […]

KANIKA