ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ



ପଟ୍ଟାମୁଣ୍ଡାଇ ୬/୧୨ – ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସାଂସଦ ଖେଳ ମହୋତ୍ସବ ସଂଯୋଜକ ସୁନାକାର ବେହେରା, ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ବନ୍ଦନା ପାତ୍ର, ସିଆରସିସି ସଂଘମିତ୍ରା ନାୟକ, ଅଭିମନ୍ୟୁ ଗୋଛାୟତ, ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ମିଟୁ ମନୋଜ ନାୟକ, ସୁଶୀଲ ପରିଡା ପରେଶ ସାହୁ, ସ୍ୱାଗତ ଦାସ,ସଞ୍ଜୟ ସ୍ୱାଇଁ, ଇରାଶିଷ ରାଉତ, ଜ୍ୟୋତିପ୍ରକାଶ ପ୍ରଧାନ,ଶଙ୍କର ସେଠୀ, ଜଗନ୍ନାଥ ପଣ୍ଡା, ଉଦୟଭାନୁ ଦାସ, ଭାନୁ ପ୍ରକାଶ ପରିଡା, ଲିଙ୍କନ ସାହୁ, ପ୍ରକାଶ ଦାସ ଉପେନ୍ଦ୍ର ନାୟକ ରାଜେଶ ବାରିକ ରଶ୍ମିତା ସାହୁ ତୁଳସୀ ବିଶ୍ୱାଳ, ଶର୍ମିଷ୍ଠା ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାଂସଦ ଖେଳ ମହୋତ୍ସବ ଗ୍ରାମାଞ୍ଚଳରେ କ୍ରୀଡାବିତମାନଙ୍କ ପ୍ରତିଭା ବିକାଶରେ ସହାୟକ ହୋଇପାରିବ ବୋଲି ମତପ୍ରକାଶ କରି ବିଭିନ୍ନ କ୍ରୀଡା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ଓ ଏହି କ୍ରୀଡା ପ୍ରତିଯୋଗିତାକୁ ଖେଳ ଶିକ୍ଷକ ଶଶାଙ୍କ ଶେଖର ସାହୁ, ଅଜୟ ସାହୁ ବିଶ୍ୱ ରଞ୍ଜନ ସେଠୀ, କାମିନୀ ପାତ୍ର ମିର୍ଜା ସମୀର ବେଗ, ବିଜୟ ଜେନା, ଦୂର୍ଗା ପ୍ରସାଦ ନାୟକ ପରିଚାଳନା କରିଥିଲେ ।


Next Post

ବାଲିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା

Sat Dec 6 , 2025
କେନ୍ଦ୍ରାପଡ଼ା,୬ା୧୨:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାମନ୍ଦିର ପରିଚାଳନା ସମିତି ସଭାପତି ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବାଲିଆ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମାଳୟା ବେହେରା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ମନୋବିଜ୍ଞାନ ପ୍ରାଧ୍ୟାପକ ମୁରଲୀଧର ରଥ, ଶିକ୍ଷକ ନାରାୟଣ ସ୍ୱାଇଁ, ସମାଜସେବୀ ନଗେନ୍ଦ୍ର […]

KANIKA