ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଦାଣ୍ଡିସାହି, ଚଉଦକୁଲାଟ ଓ ପଟ୍ଟାମୁଣ୍ଡାଇ ବାଇପାସ ଛକ ରାସ୍ତାରେ ଦୈନିକ ଶତାଧିକ ବାଲି ବୋଝେଇ ହାଇୱା ଟ୍ରକ ଚଳାଚଳ ହେଉଛି ବୋଲି ଅନ୍ଵେଷଣକୁ ଅଭିଯୋଗ ଆସିବା ପରେ କିଛି ସମାଜସେବୀନ୍କଠାରୁ ପ୍ରତିକ୍ରିୟା ନେବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ବଳି ଟ୍ରକ ଚାଲୁଥିବାରୁ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି । ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ସାଧାରଣଜନତା ନିଜ ଗନ୍ତବ୍ୟ ପଥକୁ ଯିବା ସମୟରେ ବାଟରେ ଅଟକି ସମସ୍ୟା ଭୋଗୁଛନ୍ତି । ଏପରିକି ରୋଗୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ ମଧ୍ୟ ଟ୍ରାଫିକ ଜାମ ଯୋଗୁ ବାଟରେ ଫସି ରହୁଛି । ଏହି ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଦୋକାନକୁ ବାଲି ଉଡି ଲୋକଙ୍କୁ ଅତିଷ୍ଠ କରି ପକାଉଛି । ଏହାଛଡ଼ା ରାସ୍ତାରେ ବାଲି ଜମି ଯାତାୟାତରେ ଅସୁବିଧା ହେଉଛି । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ଆଇନଜିବୀ ପ୍ରମୋଦ ସାହୁ,ବୁଦ୍ଧିଜିବି ରାଧାଶ୍ୟାମ ସାହୁ, ଅନନ୍ତ ଦାଶ ପ୍ରମୁଖ କୁହନ୍ତି,କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ନିଳକଣ୍ଠପୁର, ତମଳାଶାସନ ଓ ଚନ୍ଦନପୁର ପ୍ରଭୁତି ବ୍ରାହ୍ମଣୀ ନଦୀର ବେଆଇନ ଘାଟରୁ ବାଲି ଲୋଡ଼କରି ଟ୍ରକଗୁଡିକ ଚଉଦକୁଲାଟ-ନିଳକଣ୍ଠପୁର-ବାଇପାସ ପଟ୍ଟାମୁଣ୍ଡାଇ ବଜାରଦେଇ ରାଜନଗର, ମହାକାଳପାଡା, ଆଳି ଓ ରାଜକନିକା ସମେତ ଭଦ୍ରକ, ଯାଜପୁର ଜିଲ୍ଲାକୁ ସପ୍ଲାଇ କାରାଯାଉଛି । ଫଳରେ ରାସ୍ତାରେ ବାଲି ଉଡିପଡିବା ସହିତ ବଜାରରେ ଟ୍ରାଫିକ ସମସ୍ୟା ଦେଖା ଯାଉଛି । କଟକ ଚାନ୍ଦବାଲି ରାଜ୍ୟ ରାଜପଥକୁ ବାହାରିବା ପାଇଁ ଏହି ରାସ୍ତାଟି ବାଟ ହୋଇଥିବାରୁ ଟ୍ରକଚାଳକମାନେ ଯାତାୟାତ ପାଇଁ ଏହି ରାସ୍ତାକୁ ବାଛି ନେଇଛନ୍ତି । ଦୈନିକ ଶହଶହ ହାଇୱ୍ୱା ଚଳାଚଳ କରିବାରୁ ରାସ୍ତାରେ ଗାଢସୃଷ୍ଠି ହୋଇ ଜନସାଧାରଣ ଯାତାୟତରେ ହଇରାଣହରକତ ହେଉଛନ୍ତିା ଏହା ଏକ ସଂକୀର୍ଣ୍ଣ ରାସ୍ତା ହେଇଥିବାବେଳେ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଏହା ମଧ୍ୟରେ ସରକାରୀ ସ୍କୁଲ, ହାଟ, ଅଫିସ ଓ ଦୋକାନ ବଜାର ଆଦି ରହିଛି । ମାତ୍ର ପ୍ରଶାସନର ନିଘାନଥିବାରୁ ସାଧାରଣ ଲୋକେ ଅସୁବିଧାର ସମୁଖିନ ହେଉଛନ୍ତି ।
ସେହିପରି ସାମାଜିକ କର୍ମୀ ନରେନ୍ଦ୍ର ଧଳ, ଅଭୟ ସ୍ୱାଇଁ, ଚିତରଋନ ମଲ୍ଲିକ ପ୍ରମୁଖ କୁହନ୍ତି ପଟ୍ଟାମୁଣ୍ଡାଇ ଧୋୟାଂଚଳ ଅମୃତମଣୋହି, ଅଳପୁଆ, ତରଡିପାଳ ଘାଟରୁ ଦୈନିକ ଶତାଧିକା ବାଲି ହାଇୱ୍ୱା ଚଳପ୍ରଚଳ କରୁଛି । ଫଳରେ ଅଣ୍ଢରା ବଜାର, ଦାଣ୍ଡିସାହି ବଜାର ସମେତ ଅଖପାଖ ଗ୍ରାମର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ବାରମ୍ବାର ସ୍ଥାନୀୟ ତହସିଲଦାରଙ୍କୁ ଅଭିଯୋଗ କରିବା ସହିତ ପୋଲିସ ପ୍ରଶାସନଙ୍କୁ ମଧ୍ୟ ଜଣାଇଛୁ । ମାତ୍ର ଏହାର କୌଣସି ପ୍ରତିକାର ହେଉନାହିଁ । ଫଳରେ ଲୋକଙ୍କ ଘରେ ବହଳେ ବହଳେ ବାଲି ଉଡିପଡୁଥିବା ବେଳେ ବାଜାରରେ ଟ୍ରଫିକ ସମସ୍ୟା ଦେଖିବାକୁ ମିଳୁଛି । ଲୋକଙ୍କ ସୁରକ୍ଷା ପାଇଁ ଉକ୍ତ ରାସ୍ତାରେ ଟ୍ରକ ଚଳାଚଳକୁ ବନ୍ଦ କରିବା ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଦାବି କରାଯାଉଥିଲେ ମଧ୍ୟ କେହିକର୍ଣ୍ଣପତ କରୁନାହାଁନ୍ତି ବୋଲି ସେମାନେ କହିଛନ୍ତି ।